PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ନା ଲୋକଙ୍କୁ ଦେଉଛନ୍ତି.. ନା ନିଜେ ସୁରକ୍ଷିତ ରଖୁଛନ୍ତି: ଅଧିକ ଦାମ୍ ଯୋଗୁ ବିକ୍ରି ନ ହୋଇ ଉଇ ଖାଇଗଲା ରଥ ଚକ

ପୁରୀ,୨୬/୦୭: ନା ଲୋକଙ୍କୁ ଦେଉଛନ୍ତି, ନା ନିଜେ ସୁରକ୍ଷିତ ରଖିପାରୁଛନ୍ତି । ଦାୟିତ୍ୱହୀନତାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଉଇ ଖାଇ ନଷ୍ଟ ହୋଇଗଲା ବହୁସଂଖ୍ୟକ ରଥ ଚକ । ଦୀର୍ଘ ବର୍ଷ ଧରି ପଡ଼ିପଡ଼ି ରଥ ଚକର ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଦାୟିତ୍ୱବୋଧ ଉପରେ ପ୍ରଶ୍ନବାଚୀ ଉଠାଇ ତଦନ୍ତ ଦାବି କରିଛି ଶ୍ରୀଜଗନ୍ନାଥ ସେନା ।

ସେନାର ଆବହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ପ୍ରତିବର୍ଷ ରଥଯାତ୍ରା ସରିବା ପରେ ରଥଭଙ୍ଗା ହୋଇଥିଲା । ପାହାଡ଼ ଭଳି ବାହାରୁଥିବା ରଥକୁ ପୂଜା କରାଯିବ ନଚେତ୍‌ ଶ୍ରୀଜଗନ୍ନାଥଙ୍କ ରୋଷଶାଳାରେ ମହାପ୍ରସାଦ ରାନ୍ଧିବାରେ ବ୍ୟବହାର ହୋଇପାରିବ । ହେଲେ ପ୍ରଶାସନ ରଥକାଠକୁ ଏଣେତେଣେ ଥୋଇ ନଷ୍ଟ କରୁଛି ।

ଶ୍ରୀଗୁଣ୍ଡିଚା ମନ୍ଦିର ଓ ଅନ୍ୟ ସ୍ଥାନମାନଙ୍କରେ ପ୍ରତିବର୍ଷ ରଥ ଚକଗୁଡ଼ିକୁ ରଖାଯାଉଥିବା ବେଳେ ଗତ ୧୦ ବର୍ଷ ଭିତରେ ଶତାଧିକ ରଥଚକ ନଷ୍ଟ ହୋଇଗଲାଣି । ହସ୍ତଗତ ହୋଇଥିବା ରଥ ଚକ ଫଟୋରୁ ଏହା ପୁଣି ପ୍ରମାଣିତ ହୋଇଛି । ରଥ ଚକର ଉଚିତ୍‌ ବ୍ୟବହାର ହେଉ ନ ଥିବା ବେଳେ ତେଣେ କୋଟିଏ ଟଙ୍କାର ଝାଉଁ କାଠ କିଣି ଶ୍ରୀମନ୍ଦିର ରୋଷ ଘରେ କୋଠଭୋଗ ପ୍ରସ୍ତୁତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତିର ଅଯଥା ବ୍ୟୟ କରାଯାଉଛି ।ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ପ୍ରତିବର୍ଷ ବହୁ ପରିମାଣର ରଥ କାଠ ଓ ଚକ ବାହାରୁଛି । ସମସ୍ତ ଚକ ବିକ୍ରି ହୋଇପାରୁନି । ସମସ୍ତ ରଥ ଚକକୁ ସୁରକ୍ଷିତ ରଖିବା ନିମନ୍ତେ ମଧ୍ୟ ପର୍ଯ୍ୟପ୍ତ ସ୍ଥାନ ନାହିଁ । କଞ୍ଚାକାଠରେ ପ୍ରସ୍ତୁତ ହେଉଥିବା ଏହି ରଥ ଚକ ବହୁଦିନ ପାଣି ଖାଇବା ଯୋଗୁ ନଷ୍ଟ ହୋଇଯାଉଛି । ତେଣୁ ଏହାର ଦାମ୍‌ କମାଇବା ନିମନ୍ତେ ପ୍ରଶାସନ ଚିଷ୍ପତ୍ତି ନେଇଛି । ଖୁବ୍‌ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିର ପ୍ରଶାସନ ଏବେ ୩ ରଥର ଚକ, ପ୍ରଭା, ଗୁଜ ବା ଅସୁଆରୀ ବିକ୍ରି କରୁଛି । ୨୦୧୭ରେ ଶ୍ରୀମନ୍ଦିର ପ୍ରଶାସନ ରଥର ଏହି ସମସ୍ତ ଦରକୁ ଅଧା ହ୍ରାସ କରିଥିଲା । ଯାହାର ଦାମ୍‌ ଏବେ ଯଥାକ୍ରମେ ୨୫ ହଜାର, ୧୨ ହଜାର ୫୦୦ ଓ ୫ ହଜାର ରହିଛି । ତଥାପି ଏତେ ଦାମ୍‌ ଯୋଗୁ ରଥ ଚକ ଓ ଅନ୍ୟ ଜିନିଷଗୁଡ଼ିକ ବିକ୍ରି ହେଉନି । କିଛିବର୍ଷ ତଳେ ପ୍ରଶାସନ ବିକ୍ରି ନ ହୋଇପଡ଼ି ରହିଥିବା ଅନେକ ରଥ ଚକକୁ ପ୍ରଶାସନିକ ବିଭିନ୍ନ କାର୍ଯ୍ୟାଳୟର ଅଫିସ୍‌ ଆଗରେ ଲଗାଇଥିଲା । ସ୍ପଳ୍ପ ମୂଲ୍ୟରେ ବିଭିନ୍ନ ମନ୍ଦିରକୁ ଦେଇଥିଲା । ଗତ ୪ବର୍ଷ ଭିତରେ ରଥ ଏହି ଉପକରଣଗୁଡ଼ିକ ବିକ୍ରି ନ ହୋଇ ନଷ୍ଟ ହେବା ନେଇ ପ୍ରଶାସନ କୌଣସି ଠୋସ୍‌ ପଦକ୍ଷେପ ନେଇନାହିଁ । ଫଳରେ କେଉଁଠି ରଥ ଉପକରଣ ପୂଜା ପାଉଛି ତ କେଉଁଠି ଅସମ୍ମାନିତ ହେବା ଭଳି ପଡ଼ିଛି । ଯାହା ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବାବେଗରେ ପ୍ରଭାବ ପକାଉଛି ।