PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ନୂଆପଡ଼ାରେ ଶିକ୍ଷକତା ଛାଡ଼ି ଏବେ ଛେଳିଚାଷ – ବର୍ଷକୁ ଆୟ ୧୫ ଲକ୍ଷ ଟଙ୍କା

ନୂଆପଡ଼ା (ରତନ କେତକୀ): ଉଚ୍ଚଶିକ୍ଷା ଲାଭ କରି ଶିକ୍ଷକତା କଲେ । ନିଜେ ସ୍ୱାବଲମ୍ବୀ ହୋଇ ହସଖୁସିରେ ପରିବାରେ ରହିଲେ । ଚାକିରି ଜୀବନ କାଳରେ ସଞ୍ଚିତ ଅର୍ଥରେ ଜୀବନ କଟି ଯାଇଥାନ୍ତା । ହେଲେ ଚୁପ ବସିଲେନି । ଅନ୍ୟ ଲୋକଙ୍କୁ କେପରି ରୋଜଗାର ଯୋଗାଇଦେବେ, ସେହି ଚିନ୍ତାରେ ଘାରି ହେଉଥିଲେ । ଶେଷରେ ଶିକ୍ଷକତା ଛାଡ଼ି ଚାଷୀ ସାଜିଲେ । ଏବେ ଜିଲ୍ଲାର ସେ ଜଣେ ସଫଳ ଛେଳି ଓ ମାଛ ଚାଷୀ । ନିଜେ ସ୍ୱାବଲମ୍ବୀ ହେବା ସହ ୨୭ ପରିବାରକୁ ରୋଜଗାର ଯୋଗାଇ ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏମିତି ଜଣେ ସଫଳ ଚାଷୀ ହେଲେ ସଦର ବ୍ଲକ ଭଇଁଷାତାଲ ପଞ୍ଚାୟତ ବଲୋଦା ଗାଁର ପ୍ରେମଲାଲ ନାଏକ । ଦାଦନ ପ୍ରବଣ ନୂଆପଡ଼ା ଜିଲ୍ଲାର ଶ୍ରମିକମାନଙ୍କ ପାଇଁ ସେ ଏକ ଆଶାର କରଣ । ସଦର ବ୍ଲକ ବଲୋଦା ଗାଁର ଉଚ୍ଚ ଶିକ୍ଷିତ ଯୁବକ ପ୍ରେମଲାଲ ନାଏକ । ୧୯୯୬ରେ ଯୁକ୍ତ ୨ ପାସ କଲେ । ତାଙ୍କର ୨୪ଏକର ଚାଷଜମି ରହିଥିବା ବେଳେ ସବୁ ଜମି ପଡ଼ିଆ ରହୁଥିଲା । ୧୯୯୭ରେ ଶିକ୍ଷକ ଚାକିରି ପାଇଲେ । କୋମନା ବ୍ଲକ ବୁଦ୍ଧିକୋମନାରେ ନିଯୁକ୍ତି ହେଲା । ୧୦ବର୍ଷ ଧରି ଶିକ୍ଷକତା କରି ପିଲାଙ୍କ ଭବିଷ୍ୟତ ଗଢିଲେ । ସେ ନିଜେ ସ୍ୱାବଲମ୍ବୀ ହୋଇ ପରିବାର ପ୍ରତିପୋଷଣ କଲେ । କିନ୍ତୁ ଜିଲ୍ଲାର ଶ୍ରମିକମାନଙ୍କୁ ରୋଜଗାର ରାସ୍ତା ଦେଖାଇବା ନିଶା ପ୍ରେମଲାଲଙ୍କ ମନରେ ଘାରି ହେଉଥାଏ । ପଡ଼ିଆ ପଡ଼ିଥିବା ଜମିରେ ଚାଷ କରିବେ ବୋଲି ଯୋଜନା କଲେ । ସେଇଠି ଏକ ଫାର୍ମହାଉସ କରି ଲୋକଙ୍କୁ ଜୀବିକା ଯୋଗାଇବା ସହ ନିଜେ କିପରି ସ୍ୱାବଲମ୍ବୀ ହୋଇପାରିବେ ଚିନ୍ତା କଲେ ।

୨୦୧୬ରେ ୧୭ଟି ଛେଳିକୁ ନେଇ ଛେଳିଚାଷ ଆରମ୍ଭ କଲେ । ୨୦୧୭ ଅକ୍ଟୋବର ୨୧ରୁ ୨୮ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ରାଜ୍ୟ ମଥୁରା ଜିଲ୍ଲା ଫରହ ନିକଟ ମଖଦୁମଠାରେ ଆୟୋଜିତ ୭୨ତମ ଜାତୀୟ ପ୍ରଶିକ୍ଷଣ ଶିବିରରେ ଛେଳିଚାଷ ଉପରେ ତାଲିମ ନେଇଥିଲେ । ୨୦୧୮ ମାର୍ଚ୍ଚ ୧ ତାରିଖରେ ଭୋପାଲର ଗୋକୁଲ ଏଗ୍ରୋ ନୋମିକ୍ସ ଏଣ୍ଡ ଲାଇଭ ଷ୍ଟକରେ ଦୁଇଦିନିଆ ତାଲିମ ନେଇଥିଲେ । ସେହି ଫାର୍ମରୁ ଉନ୍ନତମାନର ୩୨ଟି ଛେଳି ଆଣିଥିଲେ । ସେଥିରେ ପଞ୍ଜାବର ବିଟୋଲ, ରାଜସ୍ଥାନର ସିରୋହୀ ଓ ସୋଜତ୍‌, ପଶ୍ଚିମବଙ୍ଗର ବ୍ଲକେ ବେଙ୍ଗଲ ଛେଳି ରହିଥିଲା । ଛେଳିମାନଙ୍କର ଏକ ସ୍ୱାସ୍ଥ୍ୟକାର୍ଡ କରି ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି । ୩ ଏକର ଜମିରେ ତାଙ୍କର ଛେଳି ଫାର୍ମ ରହିଛି । ସେଥିରେ ରାଜ୍ୟ ବାହାର ବିଭିନ୍ନ ପ୍ରଜାତିର ୨୪୩ ଟି ଛେଳି ରହିଛି । ସେଥିରୁ ୫୦ଟି ଅଣ୍ଡିରା, ୧୫୦ଟି ମାଇଁ ଓ ୪୩ଟି ଛୁଆ ରହିଛି । ଗତ ୪ବର୍ଷ ଭିତରେ ୬ ଶହରୁ ଅଧିକା ଛେଳି ବିକ୍ରି କ ର ି ସ ି ର ି େ ଲ ଣ ି । ପ୍ରତିବର୍ଷ ପ୍ରାୟ ଦେଢ଼ଶହ ଛେଳି ବିକ୍ରି କରି ୧୫ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଏଥିରେ ୨୭ଟି ପରିବାର ନିୟୋଜିତ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି । ଏବେ ସମଗ୍ର ଦେଶରେ ଲକ୍‌ ଡାଉନ ଚାଲିଥିବା ବେଳେ ଶ୍ରମିକ ମାନେ ରୋଜଗାର ହରାଇ ଘରେ ବସିଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରେମଲାଲଙ୍କ ଛେଳିଫାର୍ମ ବେରୋଜଗାର ଶ୍ରମିକଙ୍କୁ କାମଧନ୍ଦା ଯୋଗାଇଦେଇଛି । ଫାର୍ମ ଭିତରେ ସାଢ଼େ ୭ ଏକର ଜମିରେ ପୋଖରୀ ଖୋଳି ମାଛଚାଷ ମଧ୍ୟ କରୁଛନ୍ତି । ଛେଳିଙ୍କ ଘାସ ପାଇଁ ୩ ଏକର ଜମିରେ ହାଇବ୍ରିଡ ନେପିୟର ଘାସ ଚାଷ କରନ୍ତି । ୧୦ଏକର ଜମିରେ ଧାନଚାଷ କରିବା ସହ ବିଭିନ୍ନ ଫଳମୂଳ ଗଛ ଲଗାଇଛନ୍ତି ।

କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଶ୍ରମିକ ଏବେ ପ୍ରେମଲାଲଙ୍କ ଫାର୍ମରେ ବର୍ଷ ତମାମ ନିୟୋଜିତ ହୋଇ ଭଲ ଦି’ପଇସା ରୋଜଗାର କରୁଛନ୍ତି । ଏବେ ଫାର୍ମରେ ୪ଟି ରାଜ୍ୟର ବିଭିନ୍ନ ପ୍ରଜାତିର ଛେଳି ରହିଥିବା ବେଳେ ଆଗକୁ ବିଭିନ୍ନ ରାଜ୍ୟରୁ ଆହୁରି ଛେଳି ଆଣିବାକୁ ଯୋଜନା କରିଛନ୍ତି । ଶିକ୍ଷକତା କରିଥିଲେ କେବଳ ନିଜେ ସ୍ୱାବଲମ୍ବୀ ହୋଇପାରିଥାନ୍ତି । କିନ୍ତୁ ଛେଳିଫାର୍ମ କରି ନିଜେ ଖୁସିରେ ରହିବା ସହ ୨୭ ପରିବାରକୁ ରୋଜଗାର ଯୋଗାଇ ଦେଇପାରିଛି । ଏଥିରେ ନିଜକୁ ବେଶ ଖୁସି ଅନୁଭବ କରୁଛି । ଅଗାମୀଦିନରେ ଦାଦନ ଚାଲାଣ ରୋକିବା ପାଇଁ ଶତାଧିକ ଶ୍ରମିକଙ୍କୁ ରୋଜଗାଇ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି ବୋଲି ପ୍ରେମଲାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସରକାରୀ ପ୍ରୋତ୍ସାହନ ବିନା ପ୍ରେମଲାଲ ନିଜ ଉଦ୍ୟମରେ ୨୭ପରିବାର ପାଇଁ ରୋଜଗାରର ରାସ୍ତା ଦେଖାଇ ଆଶାର ଆଲୋକ ସାଜିଥିବାରୁ ବିଭିନ୍ନ

ସମ୍ବନ୍ଧିତ ଖବର