କରୋନା ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ ୧୫।୦୩-  ଶ୍ରୀମନ୍ଦିରରେ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ। ରବିବାର ଛତିଶା ନିଯୋଗ ବୈଠକରେ ସେବାୟତ ଓ ଭକ୍ତଙ୍କ ପାଇଁ ଅନେକ କଟକଣା ଜାରି କରିଛି ପ୍ରଶାସନ। ଶ୍ରୀମନ୍ଦିରରେ ଗରୁଡ଼ ସ୍ତମ୍ଭ, ଅରୁଣ ସ୍ତମ୍ଭ ଓ ଭିତର ବେଢ଼ାରେ ଥିବା ଥିବା ସମସ୍ତ ଦେବାଦେବୀଙ୍କ ବାହନ ମାନଙ୍କୁ ସ୍ପର୍ଶ ଏବଂ ଆଲିଙ୍ଗନ ଉପରେ କଟକଣା ଜାରି କରାଯାଇଥିବା ବେଳେ ସେବାୟତମାନଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଧାଡ଼ିଦର୍ଶନରେ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିରରେ ଭଜନ କୀର୍ତ୍ତନ ଓ ସମୁହ ମହାପ୍ରସାଦ ସେବନ ଉପରେ କଟକଣା ଲଗାଯାଇଛି। …

ପୁରୀ ଶ୍ରୀମନ୍ଦିରରେ କରୋନା ସଂକ୍ରମଣ ରୋକିବା ପାଇଁ ବଡ଼ ପଦକ୍ଷେପ ।ଶ୍ରୀମନ୍ଦିର ନୀତିକାନ୍ତି, ସେବାପୂଜା ଓ ପରମ୍ପରା ସହ ଦର୍ଶନ ବ୍ୟବସ୍ଥାରେ ଅନେକ ଗୁଡ଼ିଏ କଟକଣା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଓ ଶ୍ରୀମନ୍ଦିର ଭିତର ବେଢ଼ାରେ ଥିବା ସମସ୍ତ ଦେବାଦେବୀଙ୍କ ବାହନ ମାନଙ୍କୁ ସ୍ପର୍ଶ ଏବଂ ଆଲିଙ୍ଗନ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବା ସହ ଭଜନ କୀର୍ତ୍ତନ ଓ ସମୁହ ମହାପ୍ରସାଦ ସେବନ ଉପରେ କଟକଣା ଲାଗୁ କରାଯାଇଛି। ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ନିଜସ୍ବ ଘୋଷଣାନାମା  ନିର୍ଦ୍ଦିଷ୍ଟ ଫର୍ମରେ ଦାଖଲ କରି ଦର୍ଶନ କରିବେ। ପୂଜାପଣ୍ଡା ସେବାୟତ ମାନେ ସେବାପୂଜା କରିବା ସମୟରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।ସେହିଭଳି ସେବାୟତମାନଙ୍କୁ ବାରମ୍ବାର ହାତ ଧୋଇବା ପାଇଁ କୁହାଯାଇଛି।…

ଭିତର କାଠ ଦର୍ଶନ ଉପରେ କଟକଣା ଲାଗୁ କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯିବ। ଯାତ୍ରୀ ପଣ୍ଡା ଓ ସେବାୟତମାନେ ଶ୍ରଦ୍ଧାଳୁଙ୍କୁ ଏହି ସମୟରେ ଶ୍ରୀମନ୍ଦିର ଦର୍ଶନ ସମୁହ ଭାବେ ନକରିବା ପାଇଁ ପରାମର୍ଶ ଦେବେ। ସବୁ ସେବାୟତ ନିଯୋଗ ଏନେଇ ସେବାୟତମାନଙ୍କୁ ସଚେତନ କରାଇବେ ।ଭକ୍ତଙ୍କ ଆଖିରେ କର୍ପୁର ନଲଗାଇବା ପାଇଁ କହିବେ। ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପୋଲିସ ମିଳିତ ଭାବେ କାମ କରିବେ । ସେହିପରି କୋଣାର୍କ ମନ୍ଦିର ଦର୍ଶନ ଓ ବୁଲିବା ଉପରେ କଟକଣା ଲଗାଯାଇଥିବା ବେଳେ କୋଣାର୍କ ମନ୍ଦିର ପରିସରରେ ପ୍ରବେଶ ଉପରେ ସାମୟିକ ନିଷେଧାଦେଶ ଜାରି କରାଯାଇଛି। ପୁରୀରେ ଟାଉନ ବସ୍ ସେବାକୁ ବନ୍ଦ ରଖାଯାଇଛି ।ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିରରୁ ଲୋକନାଥ ମନ୍ଦିର ଏବଂ ପେଣ୍ଠକଟାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ଟାଉନ ବସ୍‌ ବନ୍ଦ କରାଯାଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।…

ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଇତିହାସରେ ଏଭଳି କଟକଣା ଲଗାଯାଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ, ଏସ୍‌ପି, ସିଡିଏମଓ ଓ ଛତିଶା ନିଯୋଗର ସମସ୍ତ ପ୍ରତିନିଧି ଆଲୋଚନାରେ ଭାଗ ନେଇଥିଲେ ।…

   ସମ୍ବନ୍ଧିତ ଖବର


ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…

ସ୍ନାନଯାତ୍ରା ଦର୍ଶନ ନେଇ ମାମଲା: ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ