ଛତ୍ରଭଙ୍ଗ ଦେଲେ ଜୁଆଡି-ବେଆଇନ କୁକୁଡ଼ା ଲଢେଇ ଓ ଜୁଆ ଆଡ୍ଡା ଉପରେ ଚଢ଼ଉ ,୨୩ ବାଇକ ଓ ୫,ସାଇକେଲ ଜବତ

ଖୁଣ୍ଟା :ଖୁଣ୍ଟା ପୋଲିସ ରବିବାରରେ ଏକ ବେଆଇନ କୁକୁଡ଼ା ଲଢେଇ(ପଡା) ଉପରେ ଚଢ଼ାଉ କରି ୨୩ଟି ବାଇକ ଓ ୫ଟି ସାଇକେଲ ଜବତ କରିଛି । କୁକୁଡା ଲଢେଇକୁ ବେଆଇନ ଘୋଷଣା କରାଯାଇଛି, ବର୍ତ୍ତମାନ କୋରନା ମହାମାରୀ ପରିପକ୍ଷୀରେ ଜନ ଗହଳି ହେବା ପରି ସମସ୍ତ କାର୍ଯ୍ୟକ୍ରମ ନିଷେଧ ଘୋଷଣା କରାଯାଇଛି । ଏହାକୁ ଆହୁରି ଫଳପ୍ରଦ କରିବା ପାଇଁ ସପ୍ତାହରେ ଶନିବାର ଓ ରବିବାରକୁ ସଟ୍‌ଡାଉନ ଘୋଷଣା କରାଯାଇଛି ।

ପ୍ରଶାସନର ଆଡ଼ୁଆଳରେ ସଟ୍‌ଡାଉନକୁ ଉଲ୍ଲଘଂନ କରି ବିଭିନ୍ନ ସ୍ଥାନରେ ବେଆଇନ ଭାବେ କୁକୁଡ଼ା ପଡା ଓ ଜୁଆ ଖେଳ ଚାଲିଥିବା ବେଳେ ପୁଲିସ ଚଢଉ କରିଛି ।ପୁଲିସ କୌଣସି ସୂତ୍ରରୁ ଖବର ପାଇ ଖୁଣ୍ଟା ଥାନା ଅଧିନ ବାସିପିଠା ପଞ୍ଚାୟତର ଖେଜୁରଡିହା ଗ୍ରାମର ଅରିକୂଳ ନଦୀ ନିକଟରେ ନିଛାଟିଆ ସ୍ଥାନରେ ହେଉଥିବା କୁକୁଡ଼ା ପଡ଼ା ଏବଂ ଜୁଆ ଖେଳ ଉପରେ ଚଢ଼ଉ କରାଯାଇଥିବା ବେଳେ ଲୋକେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ।

ଉକ୍ତ ସ୍ଥାନରୁ ପୋଲିସ ବାଇକ୍‌ ଓ ସାଇକେଲ ଗୁଡିକୁ ଜବତ କରି ଖୁଣ୍ଟା ଥାନାକୁ ନେଇଯାଇଥିଲେ । ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କର ସମାଗମ ଥିଲା ବୋଲି ପୋଲିସ ସୂତ୍ରରୁ ଜଣା ପଡ଼ିଛି । ଖାଲି ସେତିକି ନୁହେଁ କୁକୁଡା ପଡା ସାଙ୍ଗକୁ ସେହି ସ୍ଥାନରେ ଜୁଆ ଖେଳ ହେଉଥିବା ହେତୁ ଦୂର ଦୂରାନ୍ତରୁ ଜୁଆଳି ଜୁଆ ଖେଳ ପାଇଁ ଛୁଟି ଆସୁଥିବା ବେଳେ ବହୁ ସଂଖ୍ୟା ରେ ସମାଗମ ହୋଇଥିବା ଜଣାପଡିଛି । ବିଡମ୍ବନାର ବିଷୟ ଡୁକୁରା ପୋଲିସ ବିଟ୍ ଠାରୁ ମାତ୍ର ପ୍ରାୟ ୩ କି.ମି ଦୂରତା ଚାଲିଥିବା ବେଳେ ପୁଲିସ ପୂର୍ବରୁ କାର୍ଯ୍ୟାନୁଷ୍ଠାନ କିପରି କରୁ ନଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   ସମ୍ବନ୍ଧିତ ଖବର


ଆଜି ରାତିରୁ କେବିସି -୧୨ ଆରମ୍ଭ – ଶୋ’ର ପ୍ରତି ଏପିସୋଡରେ ଜିତି ପାରିବେ ଏକ ଲକ୍ଷ ଟଙ୍କା…ଜାଣନ୍ତୁ ଏହାର ସହଜ ଉପାୟ

ବାସ୍ତୁ ଅନୁସାରେ ଏପରି କାନ୍ଥ ଘଣ୍ଟା ରଖିଲେ ମିଳିଥାଏ ସୁଫଳ

ଭାରତକୁ କରୋନା ଆଣିଛନ୍ତି ଦୁବାଇ, ବ୍ରିଟେନ ଯାତ୍ରୀ-ମଣ୍ଡି ଆଇଆଇଟି ଅଧ୍ୟୟନରୁ ମିଳିଲା ତଥ୍ୟ

ଜୀବନ ସହ ଖେଳୁଛି ଚୀନ୍‌

ବହି ସାନିଟାଇଜ୍‌ କରିବ ମେସିନ୍‌

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା ଟାଟାଙ୍କ ବିମାନ