PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ମା’ ଗାଳି ଦେବାରୁ ଦଶମ ଛାତ୍ରୀଙ୍କ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ ବ୍ଲେଡ୍‌ରେ ହାତ କାଟିବା ସହ କରିଛନ୍ତି ଶେଷ ମେସେଜ୍‌

ଜଗତସିଂହପୁର ୧୬/୨: ମାଟ୍ରିକ୍‌ ପରୀକ୍ଷା ମୁଣ୍ଡ ଉପରେ । ଏଭଳି ଘଡ଼ିସନ୍ଧି ସମୟରେ ଦୁଇ ସପ୍ତାହ ଭିତରେ ତିନି ତିନି ଜଣ ମାଟ୍ରିକ ପରୀକ୍ଷାର୍ଥୀ ଆତ୍ମହତ୍ୟାର ରାସ୍ତା ବାଛି ନେବା ଘଟଣା ଜଗତସିଂହପୁର ଜିଲ୍ଲାରେ ଉଦ୍‌ବେଗ ଖେଳାଇଛି ।

ଜଗତସିଂହପୁର ପୁଲିସ ସୂଚନା ମୁତାବକ, ଗତକାଲି ରାତିରେ ମା’ଙ୍କ ଆକଟ ସହି ନପାରି ସ୍ଥାନୀୟ ଜୟବଡ଼ ଅଞ୍ଚଳର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଦଶମ ଶ୍ରେଣୀରେ ପଢୁଥିବା ସଂପୃକ୍ତ ଛାତ୍ରୀ ଆସନ୍ତା ମାଟ୍ରିକ ପରୀକ୍ଷା ଦେଇଥାନ୍ତେ । ଗତକାଲି ସନ୍ଧ୍ୟାରେ ଟ୍ୟୁସନ୍‌ ବି ଯାଇଥିଲେ । ଟ୍ୟୁସନ୍‌ରୁ ଫେରିବା ସମୟ କିଛିଟା ବିଳମ୍ବ ହେବା ଯୋଗୁଁ ମା’ ପାଟି କରିଥିଲେ । ଛାତ୍ରୀ ନିଜ ପଢ଼ା ଘରକୁ ଚାଲି ଯାଇଥିଲେ । ଯିଏ ଯେତେ ଡାକିଲେ ସୁଦ୍ଧା କାହା କଥାର ଉତ୍ତର ଦେଇ ନଥିଲେ । ଅଧ ରାତିରେ ଝିଅ ପାଖରେ ନ ଥିବା ଦେଖି ମା’ ଆରପଟ ଘରକୁ ଛୁଟି ଯାଇଥିଲେ । ସେତେବେଳକୁ କିନ୍ତୁ ବହୁତ ଡେରି ହୋଇ ସାରିଥିଲା । ବେକରେ ଶାଢୀ ଗୁଡ଼ାଇ ଝିଅ ଆତ୍ମହତ୍ୟା କରି ସାରିଥିଲେ । ମୃତ୍ୟୁ ପୂର୍ବରୁ ସେ ନିଜ ହାତକୁ ବ୍ଲେଡ଼ରେ କାଟିଥିଲେ ଏବଂ ମୋବାଇଲ ଫୋନ୍‌ରେ ଅନ୍ୟ ଜଣଙ୍କୁ ମେସେଜ୍‌ ମଧ୍ୟ ପଠାଇଥିଲେ । ନିଜ ପ୍ରେମିକକୁ ସେ ଶେଷ ମେସେଜ୍‌ ପଠାଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ସ୍ୱାମୀ ପାରାଦୀପରେ ଚାକିରି କରୁଥିବା ବେଳେ ସେ ଏକ ମୋବାଇଲ୍‌ ଫୋନ୍‌ ଝିଅକୁ ଦେଇଥିଲେ । ମୃତା ଛାତ୍ରୀଙ୍କ ପ୍ରକୃତ ଘର ଆଳିପିଙ୍ଗଳ ଅଞ୍ଚଳରେ ହୋଇଥିବା ବେଳେ ସେ ଜୟବଡ଼ରେ ନିଜ ମା’ଙ୍କ ସହ ଘର ଭଡ଼ା ନେଇ ରହୁଥିଲେ । ଏହାସହ ସ୍ଥାନୀୟ ପ୍ରତିଷ୍ଠିତ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ ।

ଠିକ୍‌ ଏହିପରି କିଛି ଦିନ ତଳେ, ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା କରିଥିବା ଛାତ୍ରୀ ବଡ଼ବଜାର ଅଞ୍ଚଳ(ଚାଟ୍ରା ମୌଜା)ର ହୋଇଥିବା ବେଳେ ଏହା ପଛରେ ମଧ୍ୟ ପ୍ରେମ ସଂପର୍କ ରହିଥିବା ସନ୍ଦେହ ପରିସରକୁ ଆସିଥିଲା । ଉକ୍ତ ଦୁଇଟି ଘଟଣାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ସୁଦ୍ଧା ଛାତ୍ରୀମାନଙ୍କ ଏଭଳି ଚରମ ପଦକ୍ଷେପକୁ ନେଇ ଶିକ୍ଷାବିତ୍‌, ମନସ୍ତତ୍ତ୍ୱବିତ୍‌ ମହଲରେ ଚିନ୍ତା ପ୍ରକଟ କରାଯାଇଛି । ନିକଟରେ ବାଲିକୁଦା ଚଷାପଡ଼ା ଅଞ୍ଚଳର ଜଣେ ମାଟ୍ରିକ ଛାତ୍ରୀ ମଧ୍ୟ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୂର୍ବ ଦୁଇଟି ଘଟଣା ପରି ଏଥିରେ ବି ପ୍ରେମ ଜନିତ କାରଣ, ଅଭିଭାବକଙ୍କ ଆକଟ ଥିବା ଆଲୋଚିତ ହୋଇଥିଲା । ତିନିଟିଯାକ ଆତ୍ମହତ୍ୟା ପଛର କାରଣ ଯାହା ବି ହୋଇଥାଉ ନା କାହିଁକି, ଏସବୁ ଅଘଟଣ ବର୍ତ୍ତମାନର ସମାଜ ତଥା ଶିକ୍ଷା ବ୍ୟବସ୍ଥା ପ୍ରତି ସତର୍କ ଘଣ୍ଟି ସଦୃଶ ହୋଇପଡ଼ିଛି ।