PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ବାହାରୁ ତାଲା ପକାଇ ଚୋରି , ଚୋରକୁ ଧରିଲେ ସମ୍ପର୍କୀୟ , ଚେତା ବୁଡିବାର ବାହାନା କଲା ଚୋର, ଡାକ୍ତର କହିଲେ ସମ୍ପୂର୍ଣ୍ଣ ସୁସ୍ଥ- ଚୋରି ସାମଗ୍ରୀ ଉଦ୍ଧାର

ଗୋପ : ଗୋପ ଥାନା ବଡ଼ତରା ପଞ୍ଚାୟତ ରୁପାସ ଗ୍ରାମରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘର ବାହାରୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ । ଅଭିଯୋଗ ଆଧାରରେ ଗୋପ ପୁଲିସ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଜଣେ ଚୋରକୁ ଗିରଫ କରିବାରେ ସଫଳ ହୋଇଛି । ଖବରରୁ ପ୍ରକାଶ ଯେ, ବଡ଼ତରା ପଞ୍ଚାୟତ ଗଡରୁପାସ ଗ୍ରାମର ମାଧବାନନ୍ଦ ପାତ୍ର ରବିବାର ରାତିରେ ସପରିବାର ଶୋଇ ପଡ଼ିବା ପରେ କେତେକ ଦୁର୍ବୁତ୍ତ ବାହାର ପଟୁ ତାଲା ପକାଇ ଗୋଟିଏ ଟିଭି, ଦୁଇଟି ବାଇକ୍‌ (ଓଆର୦୨ବିଜେ ୬୫୮୬ ଏବଂ ଓଆର୦୨ଏକେ ୯୭୦୩), ଗୋଟିଏ ହାତ ଘଣ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିଲେ ।

ଏ ନେଇ ମାଧବାନନ୍ଦ ଗୋପ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଜଣେ ଦୁର୍ବୃତ୍ତ ଚୋରି ହୋଇ ଯାଇଥିବା ଏକ ବାଇକ୍‌ ଧରି ତମ୍ପାଳୋ ଛକରେ ବୁଲୁଥିବା ନେଇ ମାଧବାନନ୍ଦଙ୍କ ଜଣେ ସମ୍ପର୍କୀୟ ଦେଖିଥିଲେ । ସେ ଚୋରକୁ କାବୁ କରିବାକୁ ବାଇକ୍‌ଟିକୁ ଅଟକାଇଥିଲେ  । ତେବେ ଦୁର୍ବୃତ୍ତ ବାଇକ୍‌ ଛାଡ଼ି ଧାନ ବିଲରେ ଦୌଡ଼ିଥିଲା । କେତେକ ଯୁବକ ତାକୁ ଗୋଡ଼ାଇ ଗୋଡ଼ାଇ ଧରିବା ପରେ ତା ଠାରୁ ୨ଟି ଯାକ ବାଇକ୍‌, ଟିଭି, ହାତଘଣ୍ଟା ମିଳିଥିଲା  । ଦୁର୍ବୃତ୍ତ ଜଣକ କିଛି ସମୟ ରାସ୍ତାରେ ପଡ଼ି ରହିବା  ପରେ ପୁଲିସ ତାଙ୍କୁ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ତେବେ ଯୁବକ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଥିଲେ । ଏହି ଘଟଣାରେ ଅନ୍ୟ କେତେକ ଦୁର୍ବୃତ୍ତ ସାମିଲ ଥିବା ସନ୍ଦେହ କରାଯାଉଛି । ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।