ହଜିଯିବ ଚଉଷଠି ଯୋଗିନୀ ମନ୍ଦିର କଳାକୃତି; ୫୦ ଦେବୀଙ୍କ ଗୋଡ଼ହାତ ଭାଙ୍ଗିଗଲାଣି

ଉତ୍ତର ଭୁବନେଶ୍ୱର,୧୨ା୫(ଆ.ପ୍ର.): ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଏବଂ ଜଳବାୟୁ ଓ ପ୍ରାକୃତିକ ଦୁର୍ବିପାକ ଯୋଗୁ ବାଲିଅନ୍ତା ବ୍ଲକ ହୀରାପୁରରେ ଥିବା ଚଉଷଠୀ ଯୋଗିନୀ ମନ୍ଦିରର କଳାକୃର୍ତ୍ତି ହଜିଯିବ । ଏହି ପ୍ରାଚୀନ ମନ୍ଦିରର ୬୪ ଦେବୀଙ୍କ ମୂର୍ତ୍ତି ମଧ୍ୟରୁ ୫୦ ଦେବୀଙ୍କ ମୂର୍ତ୍ତି ଭାଙ୍ଗିରୁଜି ଯାଇଛି ।

ଭୁବନେଶ୍ୱର ବାଇପାସ୍‌ ତଥା ୩୧୬ ଜାତୀୟ ରାଜପଥ ଦେଇ ଗଲା ବେଳେ ସାଇମନ୍ଦିର ଛକ ଠାରୁ ଟଙ୍କ ପାଣି ସେତୁ ପାର ହେଲା ପରେ ଡାହାଣକୁ ୧.୫ କି.ମି.ଗଲେ ପଡେ ଶ୍ରୀଶ୍ରୀସୁଦର୍ଶନଙ୍କ ଦାରୁକ୍ଷେତ୍ର ଗଡ଼କଣ୍ଟୁଣିଆ । ସେଠାରୁ ବାମପଟେ ପୁରୀ-କେନାଲ ସେତୁ ପାରି ହେଲା ପରେ ଆଉ ମାତ୍ର ୫୦୦ ମିଟର ଦୂର ଅତିକ୍ରମ କଲା ପରେ ପଡେ ନବମ ଶତାଦ୍ଦୀର ଐତିହାସିକ ମନ୍ଦିର ଚଉଷଠୀ ଯୋଗିନୀ ମନ୍ଦିର । ଏହି ମନ୍ଦିରରେ ପାର୍ବତୀଙ୍କ ଚଉଷଠୀ ରୂପ ବିଭିନ୍ନ ନାମରେ ମନ୍ଦିର ଚତୁଃପାଶ୍ୱର୍ରେ ବିରାଜମାନ ହୋଇଛନ୍ତି । ଐତିହାସିକ ଗୁରୁତ୍ୱ ଥିଲେବି ବିଭିନ୍ନ ସମସ୍ୟା ଯୋଗୁ ମନ୍ଦିରଟି ସେତେଟାତୀର୍ଥଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରୁନାହିଁ ।

ପ୍ରଥମତଃ ଅଣଓସାରିଆ ସଂକୀର୍ଣ୍ଣ ରାସ୍ତା ଯୋଗୁ ଏକକାଳୀନ ଦୁଇଟି ଚାରିଚକିଆ ଯାନ ଏହି ରାସ୍ତା ଦେଇ ଯାଇପାରୁନାହିଁ । ଏହା ବ୍ୟତୀତ ଆଜିଯାଏ ଏହି ପର୍ଯ୍ୟଟନସ୍ଥଳୀ ପାଇଁ ଆଲୋକୀକରଣ ଓ ଯାତ୍ରୀ ରହିବାର ବ୍ୟବସ୍ଥା ହେଲାନାହିଁ । ଅନ୍ଧାର ଯୋଗୁ ଅଧିକାଂଶ ସମୟରେ ତୀର୍ଥଯାତ୍ରୀଅସମାଜିକ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହୋଇଥାନ୍ତି

ବାତ୍ୟା ଫୋନି ପ୍ରଭାବରେ ଏଠାରେ ଏବେ ବିଦ୍ୟୁତ, ପିଇବା ପାଣି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ, ଫୁଲଫଳ ଗଛ ନଷ୍ଟ ହୋଇଯାଇଛି । ମନ୍ଦିର ଟ୍ରଷ୍ଟ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଟାଳଟୁଳ ନୀତିଯୋଗୁ ମନ୍ଦିର ଭିତରେ ଏବେ କୁଢକୁଢ ଅଳିଆ । ଏହା ସହିତ ରାସ୍ତା ପାଶ୍ୱର୍ରେ ଲଗାଯାଇଥିବା ଫଳକ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି । ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ବାତ୍ୟାର ୧୧ ଦିନ ପରେ ବି ସ୍ୱାଭାବିକ ହୋଇ ନାହିଁ ।

ବିନ୍ଧ୍ୟବାସିନୀ ଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ବେଳେ ବୀରକୁମାରୀ- ହାତ, ଗୋଡ ଓ ପାଶ୍ୱର୍, କାତ୍ୟାୟନୀ- ହାତ, ଅମ୍ବିକା-ଗୋଡ଼ ଓ ପାଶ୍ୱର୍, ଶିବାନୀ- ଗୋଡ଼, କାମାଖ୍ୟା-ଦୁଇହାତ,ଚନ୍ଦ୍ରକାନ୍ତି- ଦୁଇହାତ ଓ ପାଶ୍ୱର୍, କାଳୀ- ଚାରିହାତ, ଉମା-ପେଟ, ହାତ, ମସ୍ତକ, ବ୍ରାହ୍ମଣୀ-ଅଣ୍ଟା ଓ ଗୋଡ଼, ଜ୍ୱଳାମୁଖୀ-ଦୁଇହାତ ଓ ଗୋଡ, ଆଗ୍ନେୟତ୍ରୀ-ମୁଖ, ଉନ୍ନତ ଭୈରବ-ପାଶ୍ୱର୍, ଆଦିତି- ହାତ, ବଗଳାମୁଖୀ-ହାତ, ବାୟୁବେଗ-ହାତ, ମୁଖ,ଚାମୁଣ୍ଡା-ମୁଖ, ଗୋଡ, ମାରୁତି- ଦୁଇହାତ, ଗଙ୍ଗା- ଚାରିହାତ ମୁଖ ଓ ସାପ, ଧୂମାବତୀ -ଦୁଇହାତ ଓ ମୁଖ, ଗାନ୍ଧାରୀ-ଦୁଇହାତ, ଚଣ୍ଡୀକା ମୁଖ ଓ ଚାରିହାତ, ତାରା-ଦୁଇହାତ ଓ ଗୋଡ, ନର୍ମଦା- ହାତଗୋଡ ମୁଖ, ଯମୁନା-ଚାରିହାତ,ଗୋଡ, ଆନନ୍ଦା- ଦୁଇହାତ, ଗୌରୀ ଚାରିହାତ, ବିରୂପା -ଦୁଇହାତ, ଇନ୍ଦ୍ରାଣୀ-ଦୁଇହାତ, ମୁଖ, ବରାହୀ-ଦୁଇହାତଗୋଡ଼, ପଦ୍ମାବତୀ-ହାତ, ଓଷ୍ଟକ୍ଳିବା- ଚାରିହାତ, ବୈଷ୍ଣୋବୀ- ଗୋଟିଏ ହାତ, ବରାହୀ -ଗୋଟିଏ ହାତ,ପାଧୃବୀ- ଗୋଟିଏ ହାତ, ଚର୍ଚ୍ଚିକା-ଗୋଟିଏହାତ, ବାଦ୍ୟରୂପୀ-ଚାରିହାତ, ଛିନ୍ନମସ୍ତା-ଚାରିହାତ, ଘୋଟବାରି-ଗୋଟିଏ ହାତ,କାକରାଳି ଗୋଟିଏ ଗୋଡ, ସରସ୍ୱତୀ-ଦୁଇହାତ, ଜଳକାମିନୀ-ଦୁଇହାତ, କୁବେରୀ-ଗୋଟିଏ ହାତ, ଭଲ୍ଲୁକୀ-ଦୁଇହାତ, ନରସିଂହୀ-ଦୁଇହାତଗୋଡ, ବିରଜା-ଦୁଇହାତ, ବିକଟନୟନା-ଦୁଇହାତ, କୁମାରୀ- ଦୁଇହାତ, ରତି-ଗୋଟିଏ ଗୋଡ, କର୍କଟୀ ଦୁଇହାତ, ସର୍ପାସା-ଦୁଇହାତ, ଯୋଷା-ଦୁଇହାତ, ଅଘୋରା-ଦୁଇହାତ, ଗଣେଷାନୀ-ଦୁଇହାତ ଏବଂ ରୂଦ୍ରକାଳୀଙ୍କ ଗୋଟିଏ ହାତ ଭାଙ୍ଗିଯାଇଛି ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା