ଦେଶର ଏହି ସହରରେ ବିକ୍ରି ହେଉଛି ସବୁଠାରୁ ଶସ୍ତା ଓ ଭଲ ସୁନା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୬।୧୦: ସୁନାର ଦାମ୍ ପୂର୍ବ ଅପେକ୍ଷା ଏବେ ବହୁତ ବଢିଯାଇଛି। କରୋନା ପାଇଁ ଏବେ ଆକାଶ ଛୁଆଁ ଦାମ୍ ଛୁଇଁଛି ସୁନା। ଟିକେ ଶସ୍ତାରେ ସୁନା ପାଇବାକୁ ସମସ୍ତଙ୍କର ଇଛା। ଯଦି ଆପଣ ଦୁବାଇ ଯାଉଚନ୍ତି ତେବେ ସେଠାରୁ ଭଲ ସୁନା ଶସ୍ତାରେ ପାଇପାରିବେ। କାରଣ ସେଠାରେ ବିଶ୍ବର ସବୁଠାରୁ ଶସ୍ତା ଓ ଭଲ କ୍ବାଲିଟିର  ସୁନା ମିଳେ। ଦୁବାଇର Deira ସିଟି ସେଣ୍ଟରରେ ବିଶ୍ବର ଅନ୍ୟ ଦେଶର ଲୋକ ସୁନା କିଣିବାକୁ ଯାଇଥାନ୍ତି। କେବଳ ଦୁବାଇ ନୁହେଁ ଆମ ଦେଶ ଭାରତର ଏଭଳି ସହର ରହିଛି, ଯେଉଁଠି ସୁନାର ଦାମ ପ୍ରାୟ ୧୫ ପ୍ରତିଶତ କମ୍। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଦେଶର ସମସ୍ତ ସହରରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଅଲଗା ଅଲଗା ରହିଥାଏ। ଆସନ୍ତୁ ଜାଣିବା ସେହି ସହର ବିଷୟରେ ଯେଉଁଠି ଶସ୍ତାରେ ସୁନା ମିଳେ।

ଦେଶରେ ସବୁଠାରୁ ଶସ୍ତା ସୁନା କେରଳରେ ମିଳିଥାଏ। ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟରେ ପଶ୍ଚିମ ଓ ଉତ୍ତର ଭାରତ ତୁଳନାରେ କମ୍ ମୂଲ୍ୟରେ ସୁନା ମିଳିଥାଏ। ମୁମ୍ବାଇ କିମ୍ବା ଦିଲ୍ଲୀ ତୁଳନାରେ କର୍ଣ୍ଣାଟକ ଓ କେରଳରେ ଭଲ ଓ ଶସ୍ତା ସୁନା ମିଳେ। କେରଳରେ ୨୨ କ୍ୟାରେଟ୍ ସୁନାର ମୂଲ୍ର ୪୬,୯୫୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ସେଭଳି କୋଲକାତାରେ ୪୯,୭୪୦ ଟଙ୍କା, ମୁମ୍ବାଇରେ ୪୯,୫୫୦ ଟଙ୍କା, ଦିଲ୍ଳୀରେ ୪୯,୨୬୦ ଟଙ୍କା, ଅହମ୍ମଦାବାଦରେ ୪୯,୭୦୦ ଟଙ୍କା, ଲକ୍ଷ୍ନୌରେ ୪୯.୨୬୦ ଟଙ୍କା ଓ ପାଟନାରେ ୪୯,୫୫୦ ଟଙ୍କା ରହିଛି।

ତେବେ ଦକ୍ଷିଣ ଭାରତୀୟ ସହରରେ ଏହାର ମୂଲ୍ୟ କମ ରହିଛି। ଯେପରିକି ବେଙ୍ଗାଲୁର, ମହୀଶୂର ଓ ମାଙ୍ଗାଲୁରରେ ୧୦ ଗ୍ରାମର ୨୨ କ୍ୟାରେଟ୍ ସୁନାର ମୂଳ୍ୟ ୪୭,୬୫୦ ଟଙ୍କା, ବିଜୟଓ୍ବାଡା, ମଦୁରେ ଓ ଚେନ୍ନାଇରେ ଏହା ୪୮,୩୫୦ ଟଙ୍କା ରହିଛି। ଯଦି ଆପଣ ଅନଲାଇନ ସୁନା କିଣିବାକୁ ଚାହୁଁଛନ୍ତି ତେବେ ସବୁଠାରୁ ପ୍ରଥମେ ସେହି ସହରର ସୁନାର ମୂଲ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ। ଏହାରେ ତା’ର ଶୁଦ୍ଧତା ମଧ୍ୟ ଯାଞ୍ଜ କରନ୍ତୁ। ସୁନା ମୂଲ୍ୟରେ ପାର୍ଥକ୍ୟର କାରଣ ହେଉଛି, ଦେଶର ବହୁ ସହରରେ ସୁନାର ମୂଲ୍ୟ ଏଭାଭଳି ନୁହେଁ। ଦେଶର ଭିନ୍ନ ଭିନ୍ନ ବଜାରରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଅଲଗା ରହିଥାଏ। ଏହାର ବଡ କାରଣ ରାଜ୍ୟ ସରକାର ଓ ପ୍ରଶାସନ ଦ୍ବାରା ସୁନା ଉପରେ ଲଗାଯାଇଥିବା ସ୍ଥାନୀୟ ଟିକସ, ଯାହାକି ପ୍ରତି ରାଜ୍ୟରେ ଅଲଗା ଅଲଗା ରହିଛି। କେବଳ ଏତିକି ନୁହେଁ, ସୁନା ଦର ପ୍ରତିଦିନ ଦୁଇଥର ସଂଶୋଧିନ କରାଯାଏ। ସେହି କାରଣରୁ, ଏହାର ମୂଲ୍ୟର ଧାରା ଆନ୍ତର୍ଜାତୀୟ ବଜାରରେ ଦୃଶ୍ୟମାନ ହୁଏ |

   ସମ୍ବନ୍ଧିତ ଖବର


ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ଶବ ରଖି କାର୍ଯ୍ୟବନ୍ଦ କଲେ ସହକର୍ମୀ, ସ୍ୱାମୀକୁ ଅଟକ ରଖିଲା ପୁଲିସ୍

ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…