ମୋବାଇଲ୍‌ ଲୁଟି ଛେଚା ଖାଇଲେ ଯୁବକ

ବାଳକାଟି): ରାଜଧାନୀ ଉପକଣ୍ଠ ବାଳକାଟି ସାପ୍ତାହିକ ହାଟରୁ ଆଜି ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ୍‌ ଲୁଟ୍‌ କରିବାବେଳେ ଧରାପଡ଼ି ଛେଚା ଖାଇଛନ୍ତି ଜଣେ ଯୁବକ । ତାଙ୍କ ନାଁ ଭିକି । ସେ ଭୁବନେଶ୍ୱର ରସୁଲଗଡ଼ ବସ୍ତି ଅଞ୍ଚଳରେ ରହୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ସାଧାରଣତଃ ଏହି ହାଟଟି ପ୍ରବଳ ଭିଡ଼ ହୋଇଥାଏ ।

ଏହାର ସୁଯୋଗ ନେଇ ଭିକି ଜଣେ ବ୍ୟକ୍ତିଙ୍କ ପକେଟ୍‌ରୁ ମୋବାଇଲ୍‌ ଲୁଟ୍‌ କରିନେବା ବେଳେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଧରିପକାଇଥିଲେ । ଏହା ପରେ ସେଠାରେ ଉପସ୍ଥିତ ଲୋକମାନେ ଭିକିକୁ ନିଧୁମ ମାଡ଼ ମାରିଥିଲେ । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ତାକୁ ଉଦ୍ଧାର କରି ଫାଣ୍ଡିରେ ଅଟକ ରଖିଛି । ବାରମ୍ବାର ଏହି ଅଞ୍ଚଳରେ ବସ୍ତି ପିଲାମାନେ ଲୋକଙ୍କଠାରୁ ଲୁଟ୍‌ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । କମିଶନରେଟ୍‌ ପୁଲିସ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ନୟାଗଡ଼ରେ ନକଲି ନୋଟ୍‌ ଦେଇ କିଣୁଥିଲା ଗାଡ଼ି, ଧରା ପଡ଼ିଗଲା ଅଭିଯୁକ୍ତ

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…