PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଛେଳି ଚୋରର ଦାମିକା କାର୍‌- କାର୍‌ରେ ଛେଳି ଚୋରି ଧରିବା ବେଳେ ପୋଲିସ୍‌କୁ ପିଟିଲା, ପରେ ହେଲା ଗିରଫ

ବାଲିଅନ୍ତା/ବାଳକାଟି, (ଆପ୍ର): କଥାରେ ଅଛି ଚୋର ଘର ସବୁଦିନ ଅନ୍ଧାର ନୁହେଁ । ଦିନେ ଆଲୁଅ ପଡ଼ିବ ଆଉ ତାର ସବୁ ଫଣ୍ଡା ଖୋଲିଯିବ । ଏମିତି ଘଟଣା ଆଜି ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଫାଣ୍ଡି ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟବସ୍ତୁ ପାଲଟିଛି । ସବୁଦିନ ପରି ମେଣ୍ଢା ଚୋରିକରି ଖସିଯାଉଥିବା ଏକ ଧୂର୍ତ୍ତକୁ ସିସିଟିଭି ଧରାଇ ଦେଇଛି । ଉକ୍ତ ଗିରଫ ଚୋର ଜଣକ ହେଉଛି ନିମାପଡ଼ା ଥାନା କଳାପାଞ୍ଚଣ ଗ୍ରାମର ମଜିଦ ଓରଫ ସେକ୍‌ ସୁନିଲ ।

ପୁଲିସ ଚୋରିରେ ବ୍ୟବହୃତ ଏକ ଦାମୀ କାରକୁ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିବା ଛେଳି ଓ ମେଣ୍ଢା ଚୋରି ଗ୍ୟାଙ୍ଗ୍‌ର ଜଣେ ପ୍ରମୁଖ ସଦସ୍ୟକୁ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ସୁନିଲ ଗତ ୧୩ ତାରିଖରେ ବାଲିଅନ୍ତା ଥାନା ଅନ୍ତର୍ଗତ ସରକଣା ଗ୍ରାମର ବିଷ୍ଣୁଚରଣ ବେହେରାଙ୍କ ଗୁହାଳରୁ ୧୫ ମେଣ୍ଢା ଚୋରି କରିନେଇଥିଲା । ଚୋରି ପରେ ମେଣ୍ଢାଗୁଡିକୁ ଏକ ଦାମୀ କାରରେ ଭରିନେଇ ପଳାଇଥିଲା । ଏହି ଦୃଶ୍ୟ ବିଷ୍ଣୁଚରଣଙ୍କ ପଡ଼ୋଶୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଯାଇଥିଲା । ପରେ ବିଷ୍ଣୁ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଫୁଟେଜ ଜବତ କରି ଚୋରିରେ ବ୍ୟବହୃତ ଉକ୍ତ ନାଲି ରଙ୍ଗର ଭୋକ୍ସୱାଗନ୍‌ କାର୍‌ ନମ୍ବର ଓ.ଆର-୦୨- ବି.ଭି-୭୬୯୨ କୁ ତଦନ୍ତ ପରିସରକୁ ଆଣିଥିଲା । ତେବେ ଉକ୍ତ କାରଟି ନିଆଳି-କଣ୍ଡାପଡ଼ା ମୁଖ୍ୟରାସ୍ତାର ଏକ ନିକାଞ୍ଚନ ସ୍ଥାନରେ ଥୁଆ ହୋଇଥିବା ପୁଲିସ ଦେଖିଥିଲା ।

ଘଟଣାସ୍ଥଲରେ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଖାନ୍‌ ଉପସ୍ଥିତ ଥିଲେ । ସେ କାର ନିକଟରେ ଠିଆ ହୋଇଥିବା ଆସାମୀ ସେକ୍‌ ସୁନିଲ ଏବଂ ତାଙ୍କ ସହଯୋଗୀଙ୍କୁ ଏହି କାର ବିଷୟରେ ପଚାରିଥିଲେ । ହେଲେ ସୁନିଲ ଏଥିରେ ଉତକ୍ଷିପ୍ତ ହୋଇ ସହଯୋଗୀ ସହ ମିଶି ଫାଣ୍ଡି ଅଧିକାରୀ ଏବଂ ତାଙ୍କ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଫାଣ୍ଡି ଅଧିକାରୀ ନିଆଳି ଥାନାକୁ ଜଣାଇବା ପରେ ଉଭୟଙ୍କ ମିଳିତ ସହଯୋଗରେ ସୁନିଲ ଧରାପଡିଥିଲା । ମାତ୍ର ତା’ର ସହଯୋଗୀମନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୁଲିସ ସୁନିଲ ବିରୋଧରେ ଚୋରି ଓ ପୁଲିସକୁ ମରଣାନ୍ତକ ଆକ୍ରମଣ କରିବା ନେଇ ନିଆଳି ଥାନାରେ ଅଭିଯୋଗ କରିଛି । କାରକୁ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚୋରିରେ ଏକ ବଡ଼ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସନ୍ଦେହ ଘନୀଭୂତ ହେବା ପରେ ପୁଲିସ ଅଧିକ ସକ୍ରିୟ ହୋଇ ଉଠିଛି । ବିଭିନ୍ନ ଆଡେ ସର୍ଚ୍ଚ ଅପରେସନ ଜାରି ରଖି ଅନ୍ୟମାନଙ୍କୁ ଖୋଜୁଛି ।