PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ସ୍କୁଲ୍ କିମ୍ବା କଲେଜ୍, ୧୭ ବର୍ଷ ହେବ ଗୋଟିଏ ବି କ୍ଲାସ୍ ମିସ୍ କରିନାହାନ୍ତି ଚେନ୍ନାଇର ଏହି ଛାତ୍ର

source:www.scoopwhoop.com

ଚେନ୍ନାଇ ୧୨/୩: ସ୍କୁଲରେ ପଢିବାବେଳେ ଅଧିକାଂଶ ପିଲାଙ୍କୁ ସ୍କୁଲ ନଯିବା ପାଇଁ ବାହାନା ଦରକାର । ମିଛରେ ବାହାନା କରି ସ୍କୁଲ ନଯିବାରେ ପ୍ରାୟ ପିଲାଙ୍କୁ ମଜାଲାଗେ । କଲେଜରେ ପଢିବାସମୟରେ ତ ଅଧିକାଂଶ ପିଲା କ୍ଲାସ୍ କରନ୍ତି ନାହିଁ । କିନ୍ତୁ ଏମିତି ଜଣେ ଛାତ୍ର ଅଛନ୍ତି ଯିଏ କି ଗତ ୧୭ ବର୍ଷ ହେବ କୌଣସି ଗୋଟିଏ ବି କ୍ଲାସ୍ ମିସ୍ କରିନାହାନ୍ତି ।

ଚେନ୍ନାଇର ଜଣେ ଛାତ୍ର ବିନୋଦ କୁମାର । ସେ ସବୁବେଳେ ବ୍ୟସ୍ତ ଥାନ୍ତି । ଟିଭି ଦେଖିବାରେ କି ବୁଲିବାରେ ନୁହେଁ, କେବଳ କ୍ଲାସ୍ କରିବାରେ ବ୍ୟସ୍ତ ରୁହନ୍ତି ବିନୋଦ । ଗତ ୧୭ ବର୍ଷ ହେବ ସେ ଗୋଟିଏ ବି କ୍ଲାସ୍ ମିସ୍ କରିନାହାନ୍ତି ।

ଯେତେବେଳେ ସେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସେତେବେଳେ ସମସ୍ତେ ତାଙ୍କ ସ୍କୁଲ ସାର୍ଟିଫିକେଟ୍ ଦେଖି ଆଶ୍ଚର୍ଯ୍ଯ ହୋଇଗଲେ । ତାଙ୍କ ସାର୍ଟିଫିକେଟରେ ଫୁଲ୍ ଆଟେଣ୍ଟାନ୍ସ ଥିଲା । କାରଣ ସେ ନିଜ ସ୍କୁଲ ଲାଇଫରେ ଗୋଟିଏ ବି କ୍ଲାସ୍ ମିସ୍ କରିନଥିଲେ । ସେତେବେଳେ ତାଙ୍କ ମୁଣ୍ଡକୁ ପ୍ରଥମ ଥର ପାଇଁ ଆଇଡିଆ ଆସିଲା ଯେ ସେ ୱାର୍ଲ୍ଡ ରେକର୍ଡ କରିବେ । 

source:www.scoopwhoop.com

ସେ କଲେଜରେ ମଧ୍ଯ ଲଗାତାର କ୍ଲାସ୍ କରିବା ଆରମ୍ବ କଲେ । କୌଣସି ଗୋଟିଏ ବି କ୍ଲାସ୍ ମିସ୍ କଲେନି । ଏହା ଏତେ ସହଜ ନଥିଲା ଯେତେ ସହଜ ଆପଣ ଭାବୁଛନ୍ତି । ପାଗ ଖରାପ ଥାଉ କି ଦେହ ଖରାପ, ତଥାପି ସେ କୌଣସି ବି କ୍ଲାସ୍ ମିସ୍ କଲେନି ।

ବିନୋଦ କୁହନ୍ତି ଯେ ତାଙ୍କ ପରିବାର ଲୋକ ତାଙ୍କୁ ଏଥିପାଇଁ ମୋଟିଭେଟ୍ କରିଥାନ୍ତି । ତାଙ୍କ ପିତା ଜଣେ ଶିକ୍ଷକ । ସେ ଲଗାତାର ତାଙ୍କୁ ସ୍କୁଲ୍ ଯିବାକୁ ପରାମର୍ଶ ଦେଇଥାନ୍ତି ଏବଂ ସବୁବେଳେ ନେଇ ସ୍କୁଲରେ ବାଇକରେ ଛାଡି ଦେଇ ଆସନ୍ତି ।

ବିନୋଦ କୁହନ୍ତି ଯେ ଯେତେବେଳେ ତାଙ୍କ ବନ୍ଧୁମାନେ କୁଆଡେ ବୁଲିବାକୁ ଯାଆନ୍ତି ଏବଂ ଫେରିଆସି ଅନେକ ମଜାଦାର କାହାଣୀ କହିଥାନ୍ତି ସେତେବେଳେ ସେ ବହୁତ ମନଦୁଃଖ କରନ୍ତି । ବିନୋଦ ଆଶା କରିଛନ୍ତି ଯେ ସେ ଏହିଭଳି ସମୁଦାୟ ୧୯ ବର୍ଷ ପୁରା କରିବେ ଏବଂ ୱାର୍ଲ୍ଡ ରେକର୍ଡ କରିବେ ।

ସମ୍ବନ୍ଧିତ ଖବର