ସମସ୍ତଙ୍କୁ ପସନ୍ଦ ଆସୁଛି ‘ଛଲାଙ୍ଗ’ର ଟ୍ରେଲର

ମୁମ୍ବାଇ ୧୮/୧୦: ରାଜକୁମାର ରାଓ, ନୁସରତ ଭରୁଚା ଓ ମୋହମ୍ମଦ ଜିଶାନ୍ ଅୟୁବ ଷ୍ଟାରର ଫିଲ୍ମ ‘ଛଲାଙ୍ଗ’ର ଟ୍ରେଲର ଶନିବାର ରିଲିଜ ହୋଇଛି । ଟ୍ରେଲରକୁ ୟୁଟ୍ୟୁବରେ ବହୁତ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଅଧିକାଂଶ ୟୁଜର୍ସ ‘ଛଲାଙ୍ଗ’ର ଟ୍ରେଲରକୁ ପଜିଟିଭ୍ ରିଭ୍ୟୁ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ଶେଷରେ ଏମିତି ଏକ ଫିଲ୍ମ ଯେଉଁଥିରେ କୌଣସି ଅଶ୍ଲୀଳତା କିମ୍ବା ପ୍ରୀୟା ପ୍ରୀତି ତୋଷଣ ନାହିଁ । ଟ୍ରେଲରଟି ବହୁତ ଭଲ ବୋଲି ମଧ୍ୟ ସମସ୍ତେ ମତ ଦେଉଛନ୍ତି । ଆଉ କିଛି କହୁଛନ୍ତି ଯେ ଏଥିରେ କୌଣସି ଆଇଟମ୍ ସଙ୍ଗ୍ କିମ୍ବା ରିମିକ୍ସ ନାହିଁ । ଏହା ବହୁତ ଭଲ ।

ଜଣେ ୟୁଜର୍ କମେଣ୍ଟ କରିଛନ୍ତି ଯେ ‘୧. ହଁସଲ ମେହତାଙ୍କ ନିର୍ଦ୍ଦେଶନା, ୨. ୦ ପ୍ରତିଶତ ନେପୋଟିଜମ, ୩. ୧୦୦ ପ୍ରତିଶତ ଟ୍ୟାଲେଣ୍ଟେଡ୍‌ ଆକ୍ଟର୍ସ  । ଏହି ଫିଲ୍ମକୁ ଦେଖିବା ପାଇଁ ଏହା ୩ଟି କାରଣ ବହୁତ ।’  ଆଉ ଜଣେ ୟୁଜର ଲେଖିଛନ୍ତି ଯେ ଏହା ବଲିଉଡରେ ଏପର୍ଯ୍ୟନ୍ତର ସବୁଠାରୁ ରିୟଲଷ୍ଟିକ୍ ଫିଲ୍ମ । ପିଟି ଟିଚରଙ୍କୁ ବହୁତ ଗମ୍ଭୀରତାର ସହିତ ଚିତ୍ରଣ କରାଯାଇଛି ।

ଟ୍ରେଲର ଦେଖି ଜଣାପଡୁଛି ଯେ ମୋଣ୍ଟୁ ଏକ ସ୍କୁଲରେ ପିଟି ଟିଚର ଅଛନ୍ତି, ଯାହା ପାଇଁ ଏହା କେବଳ ଏକ ଚାକିରୀ । ସେ ସ୍କୁଲରେ ଜଣେ ମହିଳା ଟିଚର ନିଲୁ(ନୁସରତ ଭରୁଚା)ଙ୍କୁ ପ୍ରେମ କରୁଛନ୍ତି । କାହାଣୀରେ ଟ୍ୱିଷ୍ଟ ସେତେବେଳେ ଆସୁଛି ଯେତେବେଳେ ଆଉ ଜଣେ ପିଟି ଟିଚର ସିଂହ(ମୋହମ୍ମଦ ଜିଶାନ)ଙ୍କ ଏଣ୍ଟ୍ରି ହେଉଛି, ଯିଏ କି ଉଭୟଙ୍କ ପ୍ରେମରେ ଭିଲେନ୍ ସାଜୁଛନ୍ତି ।  

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହଂସଲ ମେହତା । ଲଭ୍ ରଞ୍ଜନଙ୍କ ସହିତ ଏହାକୁ ଅଜୟ ଦେବଗନ୍, ଅଙ୍କୁର ଗର୍ଗ ଓ ଭୂଷଣ କୁମାର ପ୍ରଡ୍ୟୁସ କରିଛନ୍ତି । ଷ୍ଟାର କାଷ୍ଟରେ ରାଜକୁମାର ରାଓ, ନୁରସରତ ଭରୁଚା ଓ ମୋହମ୍ମଦ ଜୀଶାନ ଅୟୁବଙ୍କ ସହିତ ଇଲା ଅରୁଣ, ସୌରଭ ଶୁକ୍ଳା ଓ ସତିଶ କୌଶିକ ମଧ୍ୟ ନଜର ଆସିବେ । ଫିଲ୍ମ ୧୩ ନଭେମ୍ବରରେ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ ହେବ ।

   ସମ୍ବନ୍ଧିତ ଖବର


ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ