ଛତିଶଗଡ଼-ଓଡିଶା ପ୍ରବେଶ ଉପରେ ଲାଗିଲା କଟକଣା

new indian express
ଭୁବନେଶ୍ୱର- ଛତିଶଗଡ଼- ଓଡ଼ିଶା ପ୍ରବେଶ ଉପରେ ଲାଗିଲା କଟକଣା। ଏଣିକି ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆଇ ଟେଷ୍ଟ ରିପୋର୍ଟ ନିହାତି ଜରୁରୀ । ଛତିଶଗଡ଼- ଓଡ଼ିଶା ଆସୁଥିବା ଗାଡ଼ି ଚଳାଚଳ ଉପରେ ଲାଗିଲା ରୋକ୍ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ଯାଏଁ ଛତିଶଗଡକୁ ଯାତାୟତ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର
ଉଲ୍ଲେଖନୀୟ ଯେ,ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବିନା ଆରଟି-ପିସିଆଇ ଟେଷ୍ଟ ରିପୋର୍ଟରେ ଓଡ଼ିଶା ଆସିଲେ ୭ଦିନ ପାଇଁ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି ।ଏନେଇ ଆଜି କୋଭିଡ୍ ସ୍ଥିତି ସମୀକ୍ଷା ପରେ ଗାଇଡ୍ ଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।