କେ.ଜି ୨୦ ଟଙ୍କା, ବିକ୍ରି ନହେଲେ ମାଗଣାରେ ବଣ୍ଟାହେବ

ନୂଆଦିଲ୍ଲୀ ୧୪/୧: ବାର୍ଡ ଫ୍ଲୁ ଯୋଗୁଁ କୁକୁଡା ଓ ଅଣ୍ଡା ଦାମ୍ ଖସିବାରେ ଲାଗିଛି । ଏକ ଖାସ୍ ପ୍ରଜାତିର କୁକୁଡା ଦାମ୍ ୨୦ ଓ ୨୫ ଟଙ୍କା ପ୍ରତି କିଲୋ ଦାମକୁ ଖସିଆସିଛି । ପୋଲ୍ଟ୍ରି ଫାର୍ମ ମାଲିକ ଏହାକୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ବିକିବାକୁ ଚାହୁଁଛନ୍ତି । ଯଦି ୨୦ ଟଙ୍କାରେ ବିକ୍ରି ନହେଉଛି ତେବେ ମାଲିକମାନେ ଏହାର ଦାମ୍ ଆହୁରି ଖସାଇବା ପାଇଁ ପ୍ରସ୍ତୁତ ଅଛନ୍ତ । ଏପରିକି ଏହାକୁ ଫ୍ରିରେ ବାଣ୍ଟିବା ପାଇଁ ମଧ୍ୟ ସେମାନେ ପ୍ରସ୍ତୁତ ଅଛନ୍ତି । ପୋଲ୍ଟ୍ରି ଫାର୍ମ ମାଲିକ ଏବେ ଏହାକୁ ୪-୬ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ପାଖରେ ରଖିପାରିବେନି । ଏହାସହ ସେମାନେ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି କି ଯେଉଁଠି ବାର୍ଡ ଫ୍ଲୁର ପ୍ରଭାବ ପଡୁନି ସେଠାରେ ଚିକେନ୍ ବିକିବାକୁ ସେମାନଙ୍କୁ ଅନୁମତି ଦିଆଯାଉ ।

ୟୁନିଟି ପୋଲ୍ଟ୍ରି ଫାର୍ମ, ଜିନ୍ଦ୍, ହରିୟାଣାର ଅରୁଣ ସିଂହ କହିଛନ୍ତି କି ଅଣ୍ଡା ଦେଉଥିବା ଲେୟର କୁକୁଡା ଦାମ୍ ୨୫ ଟଙ୍କା କିଲୋ ପର୍ଯ୍ଯନ୍ତ ହୋଇଯାଇଛି । ଚିକେନ୍ ଉପରେ ବ୍ୟାନ୍ ଲଗାଇବା କାରଣରୁ ଦୋକାନୀମାନେ ସମସ୍ୟା ଦେଇ ଗତି କରୁଛନ୍ତି ।

ଏକ ରେସ୍ତୋରାଁର ସଞ୍ଚାଳକ କୁହନ୍ତି କି ତନ୍ଦୁରି-ଟିକ୍କା ଓ ଫ୍ରାଇ ଚିକେନ୍ ପାଇଁ ବ୍ରଏଲର ଚିକେନ୍ ଅଧିକାଂଶ ବ୍ୟବହାର କରାଯାଏ କାରଣ ଅଣ୍ଡା ଦେଉଥିବା କୁକୁଡା ତୁଳନାରେ ବ୍ରଏଲରର ମାଂସ ଅଧିକ ନରମ ହୋଇଥାଏ । ଏଥିପାଇଁ ଢାବା ଓ ହୋଟେଲ ମାନଙ୍କରେ ଏହାର ଖୁବ୍ ଡିମାଣ୍ଡ ରହିଥାଏ । କିନ୍ତୁ ଏବେ ସରକାର ବ୍ୟାନ୍ ଲଗାଇବା ପରେ ଏହାର ଚାହିଦା ହ୍ରାସ ପାଇଛି ଏବଂ ଚିକେନ୍ ଦୋକାନୀ ଏବଂ ପୋଲଟ୍ରି ମାଲିକମାନେ ଚିନ୍ତାରେ ପଡିଯାଇଛନ୍ତି ।