ଚିତାମ୍ବରମଙ୍କୁ ଝଟକା: ସିବିଆଇ ହେପାଜତରେ ରହିବେ ଚିତାମ୍ବରମ୍, ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୬।୮: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଲାଗିଛି ଜବରଦସ୍ତ ଝଟକା। ଦିଲ୍ଲୀ ହାଇକୋର୍ଟଙ୍କ ରାୟଙ୍କୁ ବିରୋଧ କରି ଦାୟର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ସୁପ୍ରିମକୋର୍ଟ ପି ଚିଦାମ୍ବରମଙ୍କ ଯାଚିକା ଉପରେ ଆଜି ଶୁଣାଣି କରିଛନ୍ତି । ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଖାରଜ କରିଦେଇଥିଲେ । ଯାହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ଆଜି କୋର୍ଟରୁ ଚିଦାମ୍ବରମଙ୍କୁ ଜୋରଦାର ଝଟକା ଲାଗିଛି । କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଆଗୁଆ ଜାମିନ ଯାଚିକାକୁ ଖାରଜ କରିଛନ୍ତି । ଚିଦାମ୍ବରମଙ୍କ ଆବେଦନର କୌଣସୀ ଗୁରୁତ୍ୱ ନାହିଁ । ଅଭିଯୁକ୍ତ ଚିହ୍ନଟ ହୋଇ ସାରିଛନ୍ତି ବୋଲି କୋର୍ଟ କହିବା ସହ ଆବେଦନକୁ ଗ୍ରହଣ କରିବାକୁ ମନା କରିଛନ୍ତି ।

ଜଷ୍ଟିସ ଆର୍ ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଉପରୋକ୍ତ ଯାଚିକା ସହ ସେହି ଯାଚିକା ଉପରେ ମଧ୍ୟ ଶୁଣାଣି କରିଥିଲେ ଯେଉଁଥିରେ ଚିଦାମ୍ବରମଙ୍କୁ ତଳ କୋର୍ଟ ଗିରଫ ୱାରେଂଟ୍ ଜାରି କରିବା ଓ ସିବିଆଇ ରିମାଣ୍ଡ ନେଇ ଅନୁମତି ଦେଇଥିଲେ ।

ଏହା ପୂର୍ବରୁ ହାଇକୋର୍ଟଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ ଦେଇଥିବା ଯାଚିକାକୁ କୋର୍ଟ ୨୦ ଏବଂ ୨୧ ଅଗଷ୍ଟରେ ଶୁଣାଣି କରିବା ପାଇଁ ମନା କରିଦେଇଥିଲେ । ଏହାପରେ ସିବିଆଇ ଚିଦାମ୍ବରମଙ୍କୁ ୨୧ ତାରିଖରେ ଗିରଫ କରିଥିଲା । ତାଙ୍କୁ ୨୨ ଅଗଷ୍ଟରେ ତଳ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ ତାଙ୍କୁ ସିବିଆଇ ୪ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଥିଲା ।

   ସମ୍ବନ୍ଧିତ ଖବର


୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା

ଚୀନ୍‌ର ଭୟଙ୍କର ଚାଲ୍ – ଡୋକଲାମ ପାଖରେ ମୁତୟନ କଲା ପରମାଣୁ ବମ୍ୱର , କ୍ରୁଜ୍ ମିସାଇଲ୍

ନାଳରୁ ବାହାରିଲା ବିଶାଳ ମୂଷା –ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ

ଲେଜର ଚାଳିତ ଟ୍ୟାଙ୍କ୍‌ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ