ଚିଦାମ୍ବରମଙ୍କ ସବୁ ଚେଷ୍ଟା ବିଫଳ,୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ,୨୨।୮: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଜି ସିବିଆଇ କୋର୍ଟ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି। କୋର୍ଟଙ୍କ ନିକଟରେ  ସିବିଆଇ ପକ୍ଷରୁ ୫ ଦିନର ରିମାଣ୍ଡ ଦାବି କରାଯାଇଥିଲା। କୋର୍ଟ ଏହି ସମୟରେ ଚିଦାମ୍ବରମଙ୍କ ଓକିଲ ଓ ପରିବାର ଲୋକଙ୍କୁ ପ୍ରତିଦିନ ୧ ଘଣ୍ଟା ପର୍ଯ୍ୟନ୍ତ ସାକ୍ଷାତ କରିବାର ଅନୁମତି ଦେଇଛନ୍ତି।

କୋର୍ଟରେ ଆଜି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ଚିଦାମ୍ବରମ୍‌ଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ। ଏହି ସମୟରେ ଚିଦାମ୍ବରମ୍‌ ସିବିଆଇ ଜେରା ବାବଦରେ କହିଥିଲେ, ପ୍ରଶ୍ନ ଏବଂ ଉତ୍ତରକୁ ଦେଖନ୍ତୁ, ସେଥିରେ ଏମିତି କିଛି ପ୍ରଶ୍ନ ନାହିଁ ଯାହାର ଉତ୍ତର ମୁଁ ରଖିନାହିଁ। ସିବିଆଇ ପଚାରିଥିଲା, ମୋର ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଅଛି କି ନା। ମୁଁ ମନା କରିଥିଲି। ଏହାପରେ ସେମାନେ ପଚାରିଥିଲେ, ମୋ ପୁଅର ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଅଛି କି ନା। ମୁଁ ହଁ କରିଥିଲି।

ଏହି ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା ସିବିଆଇର ପକ୍ଷ ରଖି କହିଥିଲେ, ଚିଦାମ୍ବରମ୍‌ ଅତି ବୁଦ୍ଧିଆ ଲୋକ ହୋଇଥିବାରୁ ସେ ଅସହଯୋଗ କରିବାର ଯଥେଷ୍ଟ ଦକ୍ଷତା ରଖିଛନ୍ତି। ସେ ଯେହେତୁ ଉତ୍ତର ଦେବାରେ ଛଳନା ଦେଖାଇଛନ୍ତି, ତାଙ୍କୁ କଷ୍ଟଡିରେ ନେବା ପଛରେ ଯଥାର୍ଥତା ରହିଛି। ଆମେ ବଳପୂର୍ବକ ଭାବେ ତାଙ୍କୁ ସ୍ୱୀକାର କରିବାକୁ କହୁନାହୁଁ, କିନ୍ତୁ ମାମଲାର ମୂଳରେ ପହଞ୍ଚିବା ପାଇଁ ଆମର ଅଧିକାର ରହିଛି। ସେ ଆହୁରି ମଧ୍ୟ କହିଥିଲେ, କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜିଓର ଅନୁଯାୟୀ ତାଙ୍କୁ ପଚରାଉଚରା କରିବା ମୋ କର୍ତ୍ତବ୍ୟ ଏବଂ ଦେଶର କର୍ତ୍ତବ୍ୟ। ଏଥିପାଇଁ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ୫ ଦିନର ରିମାଣ୍ଡ ମାଗିଥିଲେ।

   ସମ୍ବନ୍ଧିତ ଖବର


ବିପଦ ବଢ଼ାଉଛି ‘କ୍ୟାଟ୍‌ କ୍ୟୁ’ ଭୂତାଣୁ,ମାଡ଼ିଲେ ଅନେକ ଲୋକଙ୍କ ଜୀବନ ଯିବ

ଡିସେମ୍ବରରେ ପାକିସ୍ତାନର ନ୍ୟୁଜିଲାଣ୍ଡ ଗସ୍ତ

ବାବ୍ରି ମସଜିଦ୍ ଭଙ୍ଗା ମାମଲା: ଆଡଭାନୀ, ଯୋଶୀ ଓ ଉମାଭାରତୀଙ୍କ ସହ ସମସ୍ତ ୩୨ ଅଭିଯୁକ୍ତ ଦୋଷ ମୁକ୍ତ

ଆଜି ରୟାଲ୍ସ ବନାମ ନାଇଟ୍‌ ରାଇଡର୍ସର ହେବ ଲଢେଇ

କରୋନାରେ ହୋଇଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା ଭାରତ, ରୁଷ ଓ ଚୀନ୍ ଲୁଚାଉଛନ୍ତି: ଟ୍ରମ୍ପ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା