PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ, ପାଣିରେ ବୁଡି ଯୁବକ ମୃତ
  • ||
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ସିବିଆଇ ପଞ୍ଝାରେ ଚିଦାମ୍ବରମ୍

ନୁଆଦିଲ୍ଲୀ ୨୧/୮: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପି. ଚିଦାମ୍ବରଙ୍କୁ ଉଠାଇନେଲା ସିବିଆଇ । ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ତାଙ୍କ ଘରୁ ଉଠାଇନେଲା ସିବିଆଇ ଟିମ୍ । କଂଗ୍ରେସ ମୁଖ୍ଯାଳୟରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ଘରେ ପହଞ୍ଚିଥିଲେ ଚିଦାମ୍ବରମ । ଏହାପରେ ସେଠାରେ ସିବିଆଇ ଟିମ୍ ପହଞ୍ଚିଥିଲା । ଟିମର ସଦସ୍ଯ ଘର କାନ୍ଥ ଡେଇଁ ତାଙ୍କ ଘରେ ପ୍ରବେଶ କରିଥିଲେ । ଏହା ପରେ ତାଙ୍କୁ ହେପାଜତକୁ ନେଇଛି ସିବିଆଇ ।

ଅଧିକ ପଢନ୍ତୁ କଂଗ୍ରେସ ମୁଖ୍ଯାଳୟରେ ସାମ୍ବାଦିକ ସମ୍ମିଳନୀ କଲେ ଚିଦାମ୍ବରମ୍, ସେ ଯିବାପରେ ପହଞ୍ଚିଲା ସିବିଆଇ ଟିମ୍

ଆଇଏନଏକ୍ସ ମିଡିଆ ମାମଲାରେ ଆଗୁଆ ଜାମିନ ଯାଚିକା ଖାରଜ ହେବାର ପ୍ରାୟ ୨୯ ଘଣ୍ଟା ପରେ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ରାତି ୯.୪୫ମିନିଟ ସମୟରେ ସିବିଆଇ ହେପାଜତକୁ ନେଇଛି । ଏହା ପୂର୍ବରୁ ଚିଦାମ୍ବରମ ଯାଚିକା ଖାରଜ ହେବା ପରେ ପ୍ରଥମ ଥର କଂଗ୍ରେସ ମୁଖ୍ୟାଳୟରେ ନଜର ଆସିଥିଲେ । ସାମ୍ବାଦିକ ସମ୍ମିଳନୀ କରି ଚିଦାମ୍ବରମ୍ କହିଥିଲେ ଯେ ଆଇଏନଏକ୍ସ ମାମଲାରେ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ । ସିବିଆଇ ଏବଂ ଇଡି ତାଙ୍କ ବିରୁଦ୍ଧରେ କୌଣସି ଚାର୍ଜସିଟ୍ ଦାଳର କରିନି ବୋଲି ସେ କହିଥିଲେ । ଏହା ପରେ ସେ ନିଜ ଘରକୁ ବାହାରିଥିଲେ । ତାଙ୍କ ବାସଭବନରେ ପହଞ୍ଚିଥିଲା ଇଡି ଓ ଦିଲ୍ଲୀ ପୋଲିସର ଟିମ୍ । ସିବିଆଇ ଟିମ୍ ତାଙ୍କ ଘର କାନ୍ଥ ଡେଇଁ ଘର ଭିତରକୁ ପଶିଥିଲା ଏବଂ ତାଙ୍କୁ ହେପାଜତକୁ ନେଇଥିଲା । ଏହି ହାଇ ଭୋଲ୍ଟେଜ୍ ଡ୍ରାମା ପ୍ରାୟ ୯୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ।

ସମ୍ବନ୍ଧିତ ଖବର