ଚିଦାମ୍ବରମଙ୍କର ମିଳୁନି ପତ୍ତା: ଜାରି ହେଲା ଲୁକ୍ ଆଉଟ୍ ନୋଟିସ, ତତ୍କାଳ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୧।୮: ଆଇଏନଏସ ମିଡିଆ ଦୁର୍ନୀତି ମାମଲାର ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ବୁଧବାର ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳି ନଥିବାବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି।

ଚିଦାମ୍ବରମଙ୍କ ପତ୍ତା ମିଳୁ ନଥିବାରୁ ଇଡି ପକ୍ଷରୁ ତାଙ୍କ ବିରୋଧରେ ଏହି ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଛି। ସେପଟେ ବୁଧବାର ସକାଳ ସାଢ଼େ ୧୦ଟାରେ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। କିନ୍ତୁ ଜଷ୍ଟିସ ରମନ୍ନା ମାମଲାର ତତ୍କାଳ ଶୁଣାଣି ପାଇଁ ମନା କରିଦେଇଛନ୍ତି। ସେ ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜାମିନ ଆବଦେନର ତତ୍କାଳ ଶୁଣାଣି ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ ବୋଲି ଜଷ୍ଟିସ ରମନ୍ନା କହିଛନ୍ତି।

   ସମ୍ବନ୍ଧିତ ଖବର


ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର