ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ମୁଖ୍ୟ ବିଚାରପତି

କଟକ ୨୧/୮ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଜାଭେରୀ ଆଜି ସନ୍ଧ୍ୟାରେ ଏସ୍‌ସିବି ମେଡିକାଲ୍‌ କ୍ୟାମ୍ପସ୍‌ରେ ପହଞ୍ଚି ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ମୁଖ୍ୟ ବିଚାରପତି ଏସ୍‌ସିବି କ୍ୟାମ୍ପସ୍‌ରେ ପହଞ୍ଚି ଶ୍ରୀ ରାଓ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ କ୍ୱାର୍ଟର୍ସକୁ ଯାଇଥିଲେ । ସେଠାରେ ଶ୍ରୀ ରାଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା, ଭଲମନ୍ଦ ସବିଶେଷ ବିବରଣୀ ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଶ୍ରୀ ରାଓ ଏବେ ସୁସ୍ଥ ହେଉଥିବା କଥା ଜଣାଇଥିଲେ ।

ସୂଚନାଯୋଗ୍ୟ, ଶ୍ରୀ ରାଓ ଗତ ମାସରେ ଅନୁଗୁଳ ଅଞ୍ଚଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ଏସ୍‌ସିବି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏସ୍‌ସିବିରେ ଶ୍ରୀ ରାଓ ଚିକିତ୍ସା ପାଇ ସୁସ୍ଥ ହେବା ପରେ ଡିସ୍‌ଚାର୍ଜ ହୋଇ ଡାକ୍ତରଖାନା କ୍ୟାମ୍ପସରେ ଥିବା ଜଣେ ସମ୍ପର୍କୀୟଙ୍କ କ୍ୱାର୍ଟର୍ସରେ ଗତ କିଛି ଦିନ ହେଲା ରହୁଛନ୍ତି । ଶ୍ରୀ ରାଓଙ୍କର ଏବେ ଫିଜିଓଥେରାପି ଚାଲିଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି ।

   ସମ୍ବନ୍ଧିତ ଖବର


ୟୁନିସେଫ୍‌ ଓ ଏମସ୍‌ର ମିଳିତ ୱେବିନାର, ‘ସୁସ୍ଥ ଶିଶୁ ସୁସ୍ଥ ସମ୍ପ୍ରଦାୟ ଗଠନ କରିଥାଏ’

ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ବିଜେଡ଼ିରୁ ବିଦା ହେଲେ କଳ୍ପତରୁ ଓଝା: ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ