ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମେ’ ୨୦ରେ ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’, ୮ ଛକରେ ଉଦ୍‌ବୋଧନ ଦେବେ ସୁପ୍ରିମୋ

ଭୁବନେଶ୍ୱର,୧୮/୦୫: ଆସନ୍ତା ୨୦ରେ ଆଉ ଏକ ମେଗା ରୋଡ୍‌ ସୋ’ରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପରେ ଏକାମ୍ର ଭୁବନେଶ୍ୱରରେ ସେ ପ୍ରଚାରକୁ ଓହ୍ଲାଇବେ । ୮ ଛକରେ ଅଟକିବେ । ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଜନତାଙ୍କୁ ଆହ୍ୱାନ କରିବେ । 

ସୋମବାର ସନ୍ଧ୍ୟା ୬ଟା ୨୦୍‌ରେ ହାଇଟେକ୍‌ ବସ୍‌ରେ ବସି ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ସାଢ଼େ ୬ଟାରେ ପଳାସପଲ୍ଲୀ ପୁନାମା ଗେଟ୍‌ ଫ୍ଲାଏଓଭରରୁ ଆରମ୍ଭ ହେବ ରୋଡ୍‌ ସୋ’ । ବିଡିଏ କଲୋନି ଛକରେ ନବୀନଙ୍କ କାରକେଡ୍‌ ଅଟକିବ । ଲିଫ୍ଟ ଯୋଗେ ବସ୍‌ ଉପରକୁ ଚଢ଼ି ଚିରାଚରିତ ଶୈଳୀରେ ଜନତାଙ୍କୁ ଉଦ୍‌ବୋଧନ ଦେବେ । ସେଠୁ ସୁନ୍ଦରପଦା ହାଟ ଯାଏଁ ଚାଲିବ ପାୱାର ସୋ’ । ହାଟରେ ଅଟକି ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେବେ । ପୋଖରୀପୁଟ ଓଭରବ୍ରିଜ୍‌ ଦେଇ ପୋଖରୀପୁଟ ଛକରେ ଅଟକି ଭୋଟ ପାଇଁ ଅପିଲ୍‌ କରିବେ । ସନ୍ଧ୍ୟା ୭ଟା ୫ରେ ପ୍ରମେୟ ଛକରେ ପହଞ୍ଚିବ ରୋଡ୍‌ ସୋ’ । ସେଠାରେ ମଧ୍ୟ ଜନତାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବେ । ପରେ ନୂଆ ବିମାନବନ୍ଦର ରାସ୍ତା ଦେଇ ରୋଡ୍‌ ସୋ’ ଆଗେଇବ । ଶିରିପୁର ଛକ, ଗଙ୍ଗନଗର ଛକରେ ଅଟକିବେ ନବୀନ । ସନ୍ଧ୍ୟା ସାଢ଼େ ୭ଟାରେ ଏକାମ୍ର ଛକରେ ନବୀନଙ୍କ ଏହି ପାୱାର ସୋ’ ସରିବ । ନବୀନଙ୍କ ହାଇଭୋଲଟେଜ୍‌ ସୋ’ ପାଇଁ ଏକ୍ରାମ ବିଜେଡି ଶିବିର ପୁରା ଚଳଚଞ୍ଚଳ । ହଜାର ହଜାର ଜନତାଙ୍କୁ ଏକଜୁଟ୍‌ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା । କର୍ମୀମାନଙ୍କୁ ବାସଭବନକୁ ଡାକି ଦାୟିତ୍ୱ ବାଣ୍ଟିଛନ୍ତି । ନିଷ୍ପତ୍ତି ନିଆଯାଇଛି, ଦଳୀୟ ସୁପ୍ରିମୋଙ୍କ ଭବ୍ୟ ସ୍ୱାଗତ ପାଇଁ ସବୁ ଛକରେ ନିଆରା କାର୍ଯ୍ୟକ୍ରମ ଚାଲିବ । ଖାଲି ଛକ ନୁହଁ, ରାସ୍ତାସାରା ଦଳୀୟ କର୍ମୀ ଉପସ୍ଥିତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.