ଜନ୍ମଦିନ ବିଶେଷ: ୨୬ ବର୍ଷରେ ସାଂସଦ, ଏହାପରେ ମୁଖ୍ୟମନ୍ତ୍ରୀ… ଜାଣନ୍ତୁ ଯୋଗୀଙ୍କ ରାଜନୈତିକ ଯାତ୍ରା

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ଆଜି ୪୮ ବର୍ଷର ହୋଇଗଲେ। ୫   ଜୁନ୍ ୧୯୭୨ରେ ରେ ଉତ୍ତରାଖଣ୍ଡର ପୌଢି ଗଢୱାଲର ପଞ୍ଚୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଅଜୟ ସିଂ ବିଷ୍ଟ। ତେବେ  ଗୋରଖପୁରରେ ପହଞ୍ଚି ସେ ଯୋଗୀ ଆଦିତ୍ୟନାଥ ହୋଇଥିଲେ। ଯୋଗୀ ଦେଶର ସବୁଠାରୁ ବଡ ରାଜ୍ୟର କ୍ଷମତା ଗାଦିରେ ବସିଛନ୍ତି। ଯୋଗୀ ଆଦିତ୍ୟନାଥ ମାତ୍ର ୨୬ ବର୍ଷ ବୟସରେ ସଂସଦରେ ପାରିଥିବା ବେଳେ ୪୫ ବର୍ଷ ବୟସରେ ୟୁପିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ହିନ୍ଦୁତ୍ୱର ଚେହେରା ଭାବରେ ରାଜ୍ୟରେ ନୁହେଁ ବରଂ ଦେଶର ରାଜନୀତିରେ ଜଣାଶୁଣା।

ଯୋଗୀ ଆଦିତ୍ୟନାଥଙ୍କ ଜନ୍ମ ଉତ୍ତରାଖଣ୍ଡର ସାଧାରଣ ରାଜପୁତ ପରିବାରରେ ହୋଇଥିଲା। ତାଙ୍କ ବାପାଙ୍କ ନାମ ଆନନ୍ଦ ସିଂ ବିଷ୍ଠ ଓ ମା’ଙ୍କ ନାଁ ସାବିତ୍ରୀ ଦେବି। ଯୋଗୀ ୧୯୮୯ରେ ଋଷିକେଶର ଭରତ ସିଂ ମନ୍ଦିର ଇଣ୍ଟର କଲେଜରୁ ଦ୍ବାଦଶ ଶ୍ରେଣୀ ପାସ୍ କରିଥିଲେ ଓ ୧୯୯୨ରେ ହେମବତୀ ନନ୍ଦନ ବହୁଗୁଣା ଗଢଓ୍ବାଲ ବିଶ୍ବବିଦ୍ୟାଳୟରୁ ଗଣିତରେ ବିଏସସିର ପଢା ଶେଷ କରିଥିଲେ। ଛାତ୍ର ଜୀବନରେ ସେ ରାମମନ୍ଦିର ଆନ୍ଦୋଳନର ସମ୍ପୃକ୍ତ ଥିଲେ।  

୯୦ ଦଶକରେ ରାମମନ୍ଦିର ଆନ୍ଦୋଳନ ସମୟରେ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ମହନ୍ତ ଅଭୈଦ୍ୟନାଥଙ୍କୁ   ଅଖିଲ ଭାରତ ବିଦ୍ୟା ପରିଷଦର ଭେଟିଥିଲେ। କିଛି ଦିନ ପରେ ଯୋଗୀ ନିଜ ବାପା-ମାଙ୍କୁ ନ ଜଣାଇ ଗୋରଖପୁର ଯାଇଥିଲେ ଏବଂ ସେ ସନ୍ନ୍ୟାସ ନେବାକୁ ସ୍ଥିର କରି ଗୁରୁ ଦୀକ୍ଷା ନେଇଥିଲେ। ମହନ୍ତ ଅଭୈଦ୍ୟନାଥ ମଧ୍ୟ ଉତ୍ତରାଖଣ୍ଡର ଥିଲେ। ଯିଏକି ଅଜୟ ବିଷ୍ଟଙ୍କୁ ଯୋଗୀ ଆଦିତ୍ୟନାଥ କରିଥିଲେ।

 ଗୋରଖନାଥ ମନ୍ଦିରର ମହନ୍ତ ଗାଦିର ଉତ୍ତରାଧିକାରୀ ହେବାର ୪ ବର୍ଷ ପରେ ମହନ୍ତ  ଅବୈଧନାଥ ଯୋଗୀଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ କରିଥିଲେ।  ଗୋରଖପୁରରୁ ମହନ୍ତ ଅବୈଧନାଥ ୪ ଥର ସାଂସଦ ରହିଥିଲେ। ସେହି ସିଟକୁ ଯୋଗୀ ୧୯୯୮ରେ ୨୬ ବର୍ଷ ବୟସରେ ଲୋକସଭା ପହଁଞ୍ଚିଥିଲେ ଓ ପରେ ଲଗାତାର ୨୦୧୭ ପର୍ଯ୍ୟନ୍ତ ୫ ଥର ସାଂସଦ ଥିଲେ।  

ରାଜନୀତିରେ ପ୍ରବେଶ କରିବା ପରେ ଯୋଗୀ ଆଦିତ୍ୟନାଥଙ୍କ ଭାବମୂର୍ତ୍ତି ଜଣେ ହିନ୍ଦୁତ୍ୱ ନେତା ଭାବରେ ଉଭା ହୋଇଥିଲା। ସାଂସଦ ଭାବରେ ସେ ତାଙ୍କ ନିୟମ ଏବଂ ତୁରନ୍ତ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା।   ଏହି କାରଣରୁ ଯୋଗୀଙ୍କ ରାଜନୈତିକ ଦୁର୍ଗ ନିକଟରେ  ମୁଲାୟମ ଓ  ମାୟାବତୀ  ତିଷ୍ଠି ପାରିନଥିଲେ। ନାହିଁ। ଗୋରଖପୁରରେ ଯୋଗୀଙ୍କ ହିନ୍ଦୁତ୍ୱ କାର୍ଡ ପ୍ରାଧାନ୍ୟ ବିସ୍ତାର କରିଥିଲା।

ଯୋଗୀ ଆଦିତ୍ୟନାଥ ତାଙ୍କର ବ୍ୟକ୍ତିଗତ ହିନ୍ଦୁ ଯୁବା ବାହିନୀ ନିର୍ମାଣ କରିଥିଲେ, ଯାହାର ନିର୍ମାଣ ଗୋ ସେବା କରିବା ଏବଂ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପର ମୁକାବିଲା ପାଇଁ ଗଠିତ ହୋଇଥିଲା। ହିନ୍ଦୁ ଯୁବା ବାହିନୀ ଗୋରଖପୁରରେ ଏପରି ପରିବେଶ ସୃଷ୍ଟି କରିଥିଲେ, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ କେହି ସେମାନଙ୍କୁ ଚ୍ୟାଲେଞ୍ଜ କରିପାରିବେ ନାହିଁ। ଯୋଗୀ ଆଦିତ୍ୟନାଥ ଜଣେ ଚମତ୍କାରୀ ରାଜନେତା ଭାବରେ ତାଙ୍କର ଭାବମୂର୍ତ୍ତି ସୃଷ୍ଟି କରିଥିଲେ |

ଯୋଗୀ ଆଦିତ୍ୟନାଥଙ୍କର ସବୁଠାରୁ ବଡ ବିଶେଷତ୍ବ ହେଉଛି   ସେ ସିଧାସଳଖ ଜନସାଧାରଣଙ୍କ ସହ ଯୋଗାଯୋଗ କରିବାରେ ବିଶ୍ୱାସ କରନ୍ତି ।  ୨୦୧୭ ରେ, ଯେତେବେଳେ ବିଜେପି  ସଂଖ୍ୟାଗରିଷ୍ଠତା ହାସଲ କଲା, ସେଠାରେ ସିଏମ୍ ପାଇଁ ଅନେକ ଚେହେରା ପ୍ରତିଯୋଗୀ ଥିଲେ, କିନ୍ତୁ ଯୋଗୀ ବାଜି ମାତ କରିନେଇଥିଲେ।

   ସମ୍ବନ୍ଧିତ ଖବର


ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇଲେ ୩ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଏହି ରାଜ୍ୟରେ ନିୟମ ଲାଗୁ

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ

ହ୍ୱାଟସ୍‌ଆପ୍‌ ଓ୍ୱେବରେ ଆସୁଛି ଏହି ସବୁ ନୂଆ ଫିଚର

୯୧ ବର୍ଷୀୟ ବୃଦ୍ଧଙ୍କୁ ସଲାମ୍‌: ମାନବ ସମାଜର ସୁରକ୍ଷା ପାଇଁ କରୁଛନ୍ତି ଏହି କାମ୍, ଭିଡିଓ ଭାଇରାଲ

ଟ୍ରେନରେ ମିଳିବ ନାହିଁ ରନ୍ଧା ଖାଦ୍ୟ, ଜାଣନ୍ତୁ କ’ଣ ନୂଆ ପ୍ଲାନ୍‌ କରୁଛି ରେଳ ବିଭାଗ

ଆଜି ଜନ୍ମଦିନ: କ୍ରିକେଟ ଖେଳିବାକୁ ମନା କରିଥିଲେ ବାପା, ପୁଅ ହେଲା ଭାରତର ଷ୍ଟାର କ୍ରିକେଟର