PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଦିଲ୍ଲୀ ଯାଇ ରିପୋର୍ଟ କରିବେନି ମୁଖ୍ୟସଚିବ: ରାଜ୍ୟ ଦାୟିତ୍ୱରେ ରହିବେ ଆଳାପନ!

କୋଲକାତା,୩୧/୦୫: ରାଜ୍ୟର ମୁଖ୍ୟସଚିବ ଆଳାପନ ବାନାର୍ଜୀଙ୍କ ଦିଲ୍ଲୀ ବଦଳି ନିର୍ଦ୍ଦେଶକୁ ନେଇ ରାଜ୍ୟ-କେନ୍ଦ୍ର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଏହା ମଧ୍ୟରେ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ସଚିବ ଶ୍ରୀ ବାନାର୍ଜୀ ସୋମବାର ଦିଲ୍ଲୀ ଯାଇ ରିପୋର୍ଟ କରିବେ ନାହିଁ । ନବାନ୍ନରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ସେ ଉପସ୍ଥିତ ରହିବେ । ଅର୍ଥାତ୍‌ ଆଳାପନ ବାନାର୍ଜୀ ଦିଲ୍ଲୀ ନ ଯାଇ ରାଜ୍ୟରେ ତାଙ୍କର ଯେଉଁସବୁ ଦାୟିତ୍ୱ ରହିଛି, ତାହା ପାଳନ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି ।

ମୁଖ୍ୟ ସଚିବ ଶ୍ରୀ ବାନାର୍ଜୀଙ୍କୁ ନେଇ କେନ୍ଦ୍ରରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଛି । ତେବେ ସେ କେନ୍ଦ୍ରର ନିର୍ଦ୍ଦେଶ ମୁତାବକ ଦିଲ୍ଲୀ ଯିବେ ନା ରାଜ୍ୟର ନିର୍ଦ୍ଦେଶମତେ କାମ କରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାହା ତାଙ୍କ ନିଜ ନିଷ୍ପତ୍ତି ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଘଟଣାକ୍ରମେ କିନ୍ତୁ ସେ ରାଜ୍ୟର ମୁଖ୍ୟ ସଚିବ ଭାବେ ତାଙ୍କ କାମ ଜାରି ରଖିବା ବହୁ ସମ୍ଭାବନା ରହିଛି । ସେ କ୍ଷେତ୍ରରେ ଏହି ଘଟଣା ଅଦାଲତ ପର୍ଯ୍ୟନ୍ତ ଗଡ଼ାଇବା ଓ କେନ୍ଦ୍ର ତରଫରୁ ତାଙ୍କୁ ଶୋ-କଜ୍‌ ନୋଟିସ୍‌ କରିବା ବ୍ୟତୀତ ଅନ୍ୟ କିଛି କରିପାରିବେ ନାହିଁ । କାରଣ ସମ୍ବିଧାନ ଓ ଭାରତୀୟ ସିଭିଲ୍‌ ସର୍ଭିସ୍‌ ରୁଲବୁକ୍‌ରେ ସ୍ପଷ୍ଟ କୁହଯାଇଛି, ଆଇଏଏସ ବା ଆଇପିଏସ ଅଧିକାରୀମାନଙ୍କ ଏମ୍ପ୍ଲୟମେଣ୍ଟ ଅଥରିଟି । ଅର୍ଥାତ ସେ ରାଜ୍ୟ ଅଧୀନରେ କର୍ମରତ ଥିଲେ, ତାଙ୍କ ବିରୋଧରେ କେନ୍ଦ୍ର କୌଣସି ବି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ । କେନ୍ଦ୍ର ଅଧିକାରୀମାନଙ୍କୁ ଡେପୁଟେସନରେ ଡାକିପାରେ ।

ମମତା ବାନାର୍ଜୀ ଶନିବାର କେନ୍ଦ୍ରକୁ ଏହି ବଦଳି ଆଦେଶ ବାତିଲ ପାଇଁ ଅନୁରୋଧ କରିଛନ୍ତି । ମମତାଙ୍କ ସହିତ ବିଜେପିର ସାମ୍ପ୍ରତିକ ବିବାଦକୁ ନୂଆମୋଡ଼ ଦେବା ଲକ୍ଷ୍ୟରେ କେନ୍ଦ୍ରର ଏହି ବଦଳି ଆଦେଶ ବୋଲି ଅନେକ ମନେ କରୁଛନ୍ତି । ଏହି ଅବସ୍ଥାରେ ଆଳାପନ ବାନାର୍ଜୀ ଦିଲ୍ଲୀ ଯାଉ ନଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଖବର ଅନୁସାରେ ସୋମବାରା ନବାନ୍ନରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ସେ ଯୋଗଦେବେ । ଅପରାହ୍ନ ୩ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୟାସ ପରିସ୍ଥିତି ନେଇ ହେଉଥିବା ବୈଠକରେ ଶ୍ରୀ ବାନାର୍ଜୀ ଉପସ୍ଥିତ ରହିବେ । ଅନ୍ୟପଟେ, ଏହି ଇସ୍ୟୁରେ ବିଜେପିର ରାଜ୍ୟ ନେତାମାନେ ମୁର୍ହଁ ନଖୋଲିବାକୁ ଶୀର୍ଷ ନେତୃତ୍ୱ ନିଷେଧାଜ୍ଞା ଜାରି କରିଛନ୍ତି । କୁହାଯାଇଛି ୩୧ ମେ’ ପର୍ଯ୍ୟନ୍ତ ଏ ବାବଦରେ କେହି କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ