ଚଳନ୍ତା ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରବାସୀ ମହିଳା

ବଲାଙ୍ଗୀର୨୨/୫: ଚଳନ୍ତା ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରବାସୀ ମହିଳା। ଷ୍ଟେସନରେ ପହଁଞ୍ଚିବା ପୂର୍ବରୁ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ ବଲାଙ୍ଗୀର ତୁରକେଲା ବ୍ଲକ ପଖନମୁଣ୍ଡା ଗାଁର ଧୁବଲେ ନାଗଙ୍କ ୩୫ ବର୍ଷୀୟା ପତ୍ନୀ କୁନ୍ତୀ ବାଗ।

ଆଜି(ଶୁକ୍ରବାର) ତେଲେଙ୍ଗାନା ସିକନ୍ଦରାବାଦରୁ ସ୍ପେଶାଲ ଶ୍ରମିକ ଟ୍ରେନରେ ବଲାଙ୍ଗୀର ଷ୍ଟେସନକୁ ପ୍ରବାସୀ ଫେରୁଥିବା ବେଳେ ଘଟିଛି ଏଭଳି ଘଟଣା। ଷ୍ଟେସନରେ ପହଁଞ୍ଚିବା ପରେ ଷ୍ଟେସନରେ ଉପସ୍ଥିତ ଥିବା ମେଡିକାଲ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ନେଇ ଭର୍ତ୍ତି କରିଛନ୍ତି। ଉଭୟ ମା ଓ ଶିଶୁ ପୁତ୍ର ଭଲ ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିିଳିଛି। ଦୀର୍ଘ ୧ ବର୍ଷ ହେବ ସିକନ୍ଦରାବାଦରେ ରହି ଇଟା ଭାଟିରେ କାମ କରୁଥିଲେ ଧୁବଳେ ନାଗଙ୍କ ପରିବାର ।

   ସମ୍ବନ୍ଧିତ ଖବର


ଟ୍ରେନ୍‌ରେ ପ୍ରସବ କଲେ ପ୍ରବାସୀ ମହିଳା

ବଲାଙ୍ଗୀରରେ ଆଉ ୨ଆକ୍ରାନ୍ତ ଚିହ୍ନଟ

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ବ୍ଲାକ୍‌ ଲିଷ୍ଟେଡ୍ ହେଲା ନିର୍ମାଣକାରୀ ଠିକା ସଂସ୍ଥା

ବଲାଙ୍ଗୀରରେ ଜାରି ହେଲା କର୍ଫ୍ୟୁ, ଆସିବ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌

ଟିଟିଲାଗଡ଼ ସହରରେ କର୍ଫ୍ୟୁ, ସକାଳ ୯ରୁ ରାତି ୧୨ଟା ଯାଏ ରହିବ କଟକଣା

ବଲାଙ୍ଗିର ପାଟଣାଗଡ଼ରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ, ୨ ମୃତ