୨ ଦିନର ଶିଶୁକନ୍ୟାକୁ ୧୦୦ ଥର ପେଚ୍‌କସ ଭୁସି ହତ୍ୟା

ଭୋପାଳ, ୦୧/୧୦: ମଧ୍ୟପ୍ରଦେଶର ଭୋପାଳ ସହର ସ୍ଥିତ ଏକ ମନ୍ଦିର ନିକଟରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ପ୍ରଥମେ କୌଣସି ପଶୁ ଉକ୍ତ ଶିଶୁଟିକୁ ମାରିଦେଇଥିବାର ସନ୍ଦେହ କରାଯାଉଥିଲା । ହେଲେ ଶବ ବ୍ୟବଚ୍ଛେଦ ପରେ ତା’ ଦେହରେ ୧୦୦ ଥର ପେଚକସ୍‌ ଭଳି କିଛି ଧାରୁଆ ଉପକରଣ ଭୁସା ଯାଇଥିବାର ଜଣାପଡିଥିଲା । ଏଥିରୁ ପୁଲିସ ସନ୍ଦେହ କରୁଛି କି କନ୍ୟା ସନ୍ତାନ ଚାହୁଁନଥିବା କେହି ବ୍ୟକ୍ତି ଏଭଳି ଜଘନ୍ୟ କାଣ୍ଡ କରିଛି । ପୁଲିସ ଅପରାଧୀକୁ ଚିହ୍ନଟ କରିବା ପାଇଁ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଅନୁଧ୍ୟାନ କରୁଛି । ତେବେ ଭୋପାଳରେ ଏଭଳି ଘଟଣା ବଢିବାରେ ଲାଗିଛି । ଗତ ଦୁଇ ସପ୍ତାହ ଭିତରେ ଆଉ ଦୁଇ ଜଣ ନବଜାତ ଶିଶୁକନ୍ୟାଙ୍କୁ ଏପରି ହତ୍ୟା କରାଯାଇଥିବାର ଜଣାପଡିଛି ।

   ସମ୍ବନ୍ଧିତ ଖବର


ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର