ଜୁହିଙ୍କ ଫିଲ୍ମକୁ ନାପସନ୍ଦ କରୁଥିଲେ ତାଙ୍କ ପିଲା

ଅଭିନେତ୍ରୀ ଜୁହି ଚାୱଲାଙ୍କ ଫିଲ୍ମକୁ ତାଙ୍କ ପିଲାମାନେ ଦେଖିବାକୁ ଚାହୁଁ ନଥିଲେ ବୋଲି ସେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । କହିଛନ୍ତି, ତାଙ୍କ ଫିଲ୍ମରେ ଆସୁଥିବା ରୋମାଣ୍ଟିକ୍‌ ଦୃଶ୍ୟଗୁଡିକ କାରଣରୁ ଜୁହିଙ୍କ ପୁଅ ଅର୍ଜୁନ କପୁର ଏବଂ ଝିଅ ଜାହ୍ନବୀଙ୍କୁ ତାଙ୍କ ଫିଲ୍ମ ଦେଖିବାକୁ ଭଲ ଲାଗୁନଥିଲା । ଏପରିକି ଅର୍ଜୁନ ତାଙ୍କ ଫିଲ୍ମ ଦେଖିବାକୁ ସିଧାସଳଖ ମନା କରିଦେଇଥିଲେ । ଏଣୁ ରୋମାଣ୍ଟିକ ଦୃଶ୍ୟ ନଥିବା ଫିଲ୍ମଗୁଡିକୁ ସେ ନିଜ ପିଲାମାନଙ୍କ ସହ ବସି ଏକାଠି ଦେଖିଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଦିନେ ତାଙ୍କ ଫିଲ୍ମ ‘ହମ୍‌ ହେ ରାହି ପ୍ୟାର୍‌ କେ’ ଦେଖିବାକୁ ଅର୍ଜୁନଙ୍କୁ ଡାକିବାରୁ ଅର୍ଜୁନଙ୍କ ଉତ୍ତରରେ କହିଥିଲେ, ଏହି ଫିଲ୍ମରେ ରୋମାଣ୍ଟିକ ଦୃଶ୍ୟ ନାହିଁ ନା? ତାଙ୍କର ଏଭଳି ଉତ୍ତରରେ ସେ ଖୁବ୍‌ ଲଜ୍ଜିତ ଅନୁଭବ କରିଥିଲେ ବୋଲି ଜୁହି କହିଛନ୍ତି ।

   ସମ୍ବନ୍ଧିତ ଖବର


ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ