ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

୭ ଦିନର ଶିଶୁପୁତ୍ରକୁ ଲୁଚାଇ ଆଣିଥିଲେ ଆଶାକର୍ମୀ, ଜାଣିନଥିଲା ପ୍ରଶାସନ...

ପୁରୀ,୧୪/୧୦ : ଜାଣିନଥିଲା ପ୍ରଶାସନ । ଲୁଚାଇ ଆଣି ପାଳୁଥିଲେ । ଖବର ଜଣାପଡିବା ପରେ ଚଢ଼ଉ କଲେ ପ୍ରାଶାସନିକ ଅଧିକାରୀ । ଏହାପରେ ଉଦ୍ଧାର ହେଲା ଜଣେ ୭ ଦିନର ଶିଶୁପୁତ୍ର । ମଙ୍ଗଳବାର ସଦର ଥାନା ଅଧୀନ ଧାଉଡ଼ିଆ ଗ୍ରାମରେ ଘଟିଛି ଏଭଳି ଏକ ଘଟଣା । ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ଗ୍ରାମର ଦୁଇ ଭାଇ ଶରତ ବେହେରା ଓ ଭରତ ବେହେରାଙ୍କ ଘରୁ ଏହି ଶିଶୁକୁ ଉଦ୍ଧାର କରାଯାଇଛି । ଉଦ୍ଧାର ବେଳେ ପୁଲିସ ଓ ପ୍ରାଶାସନିକ ଅଧିକାରୀମାନେ ନାକେଦମ୍‌ ହୋଇଛନ୍ତି । ଶିଶୁକୁ ସିଡବ୍ଲୁସିରେ ଅଧୀନକୁ ନିଆଯାଇ ଏବେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏସ୍‌ଏନ୍‌ସିୟୁରେ ଶିଶୁର ଚିକିତ୍ସା ଚାଲଛି । ଚାଇଲ୍ଡଲାଇନ୍‌ ଶିଶୁର ଦାୟିତ୍ୱ ନେଇଛି ।


ମିଳିଥିବା ଖବର ଅନୁଯାୟୀ, ଦୁଇ ଭାଇଙ୍କ ପୁତ୍ର ସନ୍ତାନ ନଥିଲା । ଉଭୟ ସନ୍ତାନ ଖୋଜୁଥିବାବେଳେ ଶରତଙ୍କ ଶାଶୂ ଆଶାକର୍ମୀ ଥିଲେ । ୨ ଦିନ ତଳେ ଆଶାକର୍ମୀ ଏହି ଶିଶୁପୁତ୍ରକୁ ଆଣି ଦୁଇ ଭାଇଙ୍କ ହାତରେ ଟେକି ଦେଇଥିଲେ । ଉଭୟ ଏହି ଶିଶୁକୁ ଲାଳନପାଳନ ଆରମ୍ଭ କରିଥିଲେ । ହେଲେ ଏସବୁ ଘଟଣା ପ୍ରଶାସନକୁ ଲୁଚାଇ ରଖାଯାଇଥିଲା । ମଙ୍ଗଳବାର ଶିଶୁଟି କାନ୍ଦୁଥିଲା । କାନ୍ଦ ଶୁଣି ଗାଁରେ ଖବର ପ୍ରଚାରିତ ହୋଇ ଯାଇଥିଲା । କେହି ଶିଶୁ ବିକ୍ରି କରିଥିବାବେଳେ ଏମାନେ ଶିଶୁକୁ କିଣିଥିବା ନେଇ ଚର୍ଚ୍ଚା ହେଲା । ଆଶାକର୍ମୀ ଏହି ଶିଶୁକୁ ଯୋଗାଇଥିବା ଜଣାପଡ଼ିଯାଇଥିଲା । ପରେ ଖବର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀଙ୍କ ନିକଟରେ ପହଞ୍ଚିଥିଲା । ପରେ ସଦର ଥାନା ଆଇଆଇସି ସୁମତୀ ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଓ ଚାଇଲ୍ଡ ଲାଇନ୍‌ କର୍ମକର୍ତ୍ତା ଚଢ଼ଉ କରିଥିଲେ । ଟିମ୍‌ ଶିଶୁ ପାଖରେ ପହଞ୍ଚିବା ପରେ ନାକେଦମ୍‌ ହେବାକୁ ପଡିଥିଲା । ଆମ ଶିଶୁକୁ କାହିଁକି ଦେବୁ ବୋଲି କହି ଅଧିକାରୀମାନଙ୍କୁ ପରିବାର ଲୋକେ ଧମକ ଦେବାକୁ ବି ପଛାଇ ନଥିଲେ । ଶେଷରେ ବୁଝାଶୁଝା କରି ଶିଶୁକୁ ନେଇ ପେରିଥିଲା ଟିମ୍‌ ।


ଏ ଶିଶୁ କାହାର ଓ କେମିତି ଆଶାକର୍ମୀ ଏଠାରେ ପହଞ୍ଚାଇଲେ ବୋଲି ପ୍ରଶ୍ନ ଉଠିଛି । ଶିଶୁ ଗର୍ଭରେ ରହିବା ଠାରୁ ଜନ୍ମ ପର୍ଯ୍ୟନ୍ତ ଆଶାକର୍ମୀ ଦାୟିତ୍ୱ ନେଇଥିବାବେଳେ ଜନ୍ମ ପରେ ଶିଶୁକୁ ବେଆଇନ୍‌ ଭାବେ ଚାଲାଣ କଲେ କେମିତି ବୋଲି ମଧ୍ୟ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଏନେଇ ଏନେଇ ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ଦେବାଶିଷ ରଥଙ୍କ ପକ୍ଷରୁ ସଦର ଥାନାରେ ଏତଲା ହୋଇଛି । ଏସବୁର ଛାନ୍‌ଭିନ୍‌ ପୁଲିସ କରିବ । ସରକାରଙ୍କ ପକ୍ଷରୁ ଏତେ ସଚେତନ କରାଯାଉଥିଲେ ମଧ୍ୟ ଆଶାକର୍ମୀ ଏଭଳି ଭୁଲ୍‌ କରିବା ତଦନ୍ତ ପରିସରଭୁକ୍ତ ବୋଲି ଶ୍ରୀ ରଥ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.