ଚିଲିକାରେ ଆନ୍ଧ୍ର ମାଛ ମାଫିଆଙ୍କ ରାଜ: ବେଆଇନ୍ ପୋଖରୀ ଉଚ୍ଛେଦ ବେଳେ ପ୍ରଶାସନ-ମାଛ ମାଫିଆ ମୁହାଁମୁହିଁ

ଚିଲିକା ୨/୨: ଚିଲିକାରେ ବେଆଇନ୍ ପୋଖରୀ ଉଚ୍ଛେଦ ବେଳେ ପ୍ରଶାସନ- ମାଛ ମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ଦିନ ଧରି ଚିଲିକା ଜମିକୁ ଜବରଦସ୍ତ ଦଖଲ କରି ଆନ୍ଧ୍ରା ମାଛ ମାଫିଆ ମାଛ ଚାଷ କରିଆସୁଛନ୍ତି। ଏହା ବିରୋଧ ଦୃଢ଼ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏବଂ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଚିଲିକାରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ଆନ୍ଧ୍ରା ମାଛ ମାଫିଆ ଓ ପ୍ରଶାସନ ମଧ୍ୟରେ ମୁହାଁ-ମୁହିଁ ପରିସ୍ଥିତି ସଷ୍ଟି ହୋଇଛି। ଏହି ଉଚ୍ଛୋଦ ପ୍ରକିୟା ଖୋର୍ଦ୍ଧା ଜିଲ୍ଲା ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ହୋଇଛି । ଏବେ ଘଟଣା ସ୍ଥଳରେ ୩ ପ୍ଲାଟୁନ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି ।

ସୂଚନା ଯୋଗ୍ୟ ଯେ, କିଛି ଦିନ ହେବ ଚିଲିକାରେ ଆନ୍ଧ୍ର ପ୍ରଦେଶ ର ମାଛ ମାଫିଆ ରାଜ କରୁଛନ୍ତି। ଚିଲିକା ଜମିକୁ ଜବରଦସ୍ତ ଦଖଲ କରି ମାଛ ଚାଷ କରୁଛନ୍ତି।, ପ୍ରଶାସନ ଏହାକୁ ଉଚ୍ଛେଦ କରିବା ବେଳେ ପ୍ରଶାସନ ସହିତ ମାଛ ମାଫିଆଙ୍କ ମଧ୍ୟରେ ମୁହାଁ-ମୁହିଁ ପରିସ୍ଥିତି ହୋଇଛି । ଚିଲିକା ରୁ ବେଆଇନ ପୋଖରୀ ଉଚ୍ଛେଦ କାର୍ଯ୍ୟକ୍ରମ ଚାଲିଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ଉଚ୍ଛେଦ କାର୍ଯ୍ୟ କରୁଛି। ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏବଂ ଓଡିଶା ହାଇକୋର୍ଟଙ୍କ ନିର୍ଦେଶରେ ଚିଲିକାରୁ ଏହି ବେଆଇନ ପୋଖରୀ  ଓ ଘେରୀ ଚିଲିକାର ୨ଶହ ମିଟର ପରିସୀମା ମଧ୍ୟରେ ଥିବା ସମସ୍ତ ବେଆଇନ ଜବରଦଖ କୁ ଉଚ୍ଛେଦ ଚାଲିଛି। ଉଚ୍ଛୋଦ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବେ ଆକ୍ସନ ମୁଡ କୁ ଆସି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଚିଲିକାର ଜୈବ ବିବିଦ୍ଧତା ନଷ୍ଟ ହେବା । ଚିଲିକା ସୌନ୍ଦର୍ଜ୍ୟ ହାନୀ ଘଟିବା , ଚିଲିକା କୁ ଆସୁଥିବା ଦେଶୀ-ବିଦେଶୀ ପକ୍ଷୀ ଙ୍କ ସୁରକ୍ଷା ଇତ୍ୟାଦି କୁ ନେଇ CDA ର ଅଭିଯୋଗ କ୍ରମେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶରେ ଚିଲିକାରେ ଥିବା ବେଆଇନ ଜବର ଦଖଲ କୁ ଉଚ୍ଛେଦ କରାଯାଉଛି ।

ଏକ ସପ୍ତାହ ଧରି ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି । ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଙ୍କ ତତ୍ଵାବଧାନରେ ଉଚ୍ଛେଦ ସ୍ଥଳକୁ ୧୪୪ ଧାରା ଜାରିକରି  ଦିନ-ରାତି ଏକ କରି ଏହି ଉଚ୍ଛେଦ ଚାଲିଥିବା ବେଳେ ଗତକାଲି ରାତ୍ରରେ ଶହ-ଶହ ମତ୍ସ୍ୟଜୀବି ଏବଂ ଅଣ- ମତ୍ସ୍ୟଜୀବି ପ୍ରଶାସନକୁ ଚାରିପଟୁ ଘେରି ଯାଇଥିଲେ। ପରେ ନିଷେଦ୍ଧାଞ୍ଚଳରେ ଜବରଦସ୍ତ ପ୍ରବେଶ କରି ପ୍ରଶାସନ କୁ ଧମକାଇ ମାଛ ମାରିବା ମାଫିଆ ମାନେ ବିରୋଧ କରିଛନ୍ତି ।

ଏଥି ସହି ପ୍ରଶାସନକୁ କାର୍ଯ୍ୟକୁ ବିରୋଧ କରିବା ଗାଳିଗୁଲଜ କରିଛନ୍ତ। ପ୍ରଶାସନ ପକ୍ଷରୁ ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ହୋଇଛି । ଏବେ ୩ ପ୍ଲାଟୁନ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି । ଚିଲିକାରୁ ଏହି ବେଆଇନ ଦଖଲ ସମ୍ପୂର୍ଣ ଉଚ୍ଛେଦ ପର୍ଯ୍ୟନ୍ତ ଏହି ଉଚ୍ଛେଦ ଜାରି ରହିବ ବୋଲି ପ୍ରଶାସନ କହିଛି । ଆନ୍ଧ୍ର ର ମାଛ ମଫିଆମାନେ କିଭଳି ଚିଲିକାରେ ରାଜ କରୁଛନ୍ତି ତାହାର ଖୁଲସା ହୋଇଛି।   

   ସମ୍ବନ୍ଧିତ ଖବର


ଗର୍ଭବତୀ ହାତୀ ମୃତ୍ୟୁ ମାମଲା: ଜଣେ ଅଭିଯୁକ୍ତ ଗିରଫ, ୩ ଜଣଙ୍କୁ ହୋଇଥିଲା ପଚରାଉଚରା

ସିଡିଏ ହସ୍‌ପିଟାଲ୍‌ର ସୁଇପର୍‌, ସିକ୍ୟୁରିଟି ଗାର୍ଡଙ୍କୁ କରୋନା: ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଚିନ୍ତାରେ ଅଞ୍ଚଳ ବାସୀ

ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ଟୋଲ୍‌ ଫ୍ରି’ ନମ୍ୱର ଜାରି

ଏବେ ବି ରହସ୍ୟରେ: ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ବଳିପଡିଲା କି ୫ ବର୍ଷର ଶିଶୁ ଜୀବନ?

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ