ନିଜ ଘରେ ୬୬ କିମି ଦୌଡିଲେ ଏହି ବ୍ୟକ୍ତି, କରୋନା ଭାଇରସର ମୁକାବିଲା ପାଇଁ କରୁଛନ୍ତି ବ୍ୟାୟାମ

ବେଜିଂ, ୧୫|୦୨:ଚୀନର ଜଣେ ଧାବକ ନିଜ ଛୋଟ ଆପାର୍ଟମେଣ୍ଟରେ ଅଲଟ୍ରା ମାରାଥନ ମେସିନରେ ଦୌଡିଛନ୍ତି। କାରଣ କରୋନା ଭାଇରସ ପ୍ରଭାବରେ ପୀଡିତମାନେ ଯଥାସମ୍ଭବ ଘରେ ରହିବାକୁ ପ୍ରୟାସ କରିଥାନ୍ତି।

ଏବେ ଚୀନ କରେନା ଭାଇରସର କେନ୍ଦ୍ର ହୋଇଯାଇଛି। ଏଠାରେ ୧୫୦୦ ରୁ ଅଧିକ ଜଣ ପ୍ରାଣ ହରାଇସାରିଲେଣି। ଯାହା ବିଶ୍ୱସ୍ତରରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଏହି ଭାଇରସ ବିରୋଧରେ ଲଢିବା ପାଇଁ ସେଠାକାର ସରକାର ଲୋକଙ୍କୁ ବ୍ୟାୟାମ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି।

ଏଠାକାର ଜଣେ ନାଗରିକ ପାନ୍ ସଙ୍କୁ ସହଜରେ ସ୍ୱର୍ଣ୍ଣ ପଦକ ଜିତିଯାଇଛନ୍ତି। କାରଣ ସେ ୬ ଘଂଟା ୪୧ ମିନିଟରେ ଘର ମଧ୍ୟରେ ୬୬ କିମିର ଏକ ଦୌଡ ଲଗାଇଛନ୍ତି। ତାଙ୍କ ପାଖରେ ଡାଟା ଟ୍ରାକର ଅଛି। ଯେଉଁଥିରେ ଏହା ପ୍ରମାଣିତ ହୋଇଛି। ଏହି ଭିଡିଓ ଏବେ ଚୀନରେ ଭାଇରାଲ ହୋଇଛି। ଯେଉଁଥିରେ ସେ ବାରମ୍ବାର ନିଜ ଫର୍ଣ୍ଣିଚରର ଚକ୍କର କାଟୁଛନ୍ତି।

ଏହାକୁ ନେଇ ସେ କହିଛନ୍ତି ଯେ, ପ୍ରଥମେ ତାଙ୍କ ମୁଣ୍ଡ ଘୁରାଇଥିଲା। ପରେ ସେ ଅଭ୍ୟାସରେ ପଡି ଯାଇଥିଲେ। ନଦୌଡି ସେ ରହି ପାରନ୍ତି ନାହିଁ। ଏପରିକି ସେ ନିଜ ବାଥପୁମରେ ମଧ୍ୟ ୩୦ କିମି ଦୌଡିଛନ୍ତି। ସେ ଏକ ଅନଲାଇନ୍ ଚାଟ ସୋରେ ୧୦୦ କିମି ଦୂରକୁ ଦୌଡି ପଳାଇବାକୁ ଚାହୁଁଥିବା କହିଛନ୍ତି।

ଚୀନରେ ସରକାରରେ ଥିବା କମ୍ୟୁନିଷ୍ଟ୍ ପାର୍ଟି ଏକ ନୂଆ କ୍ୟାମ୍ପେନ୍ ଆରମ୍ଭ କରିଛି। ଯେଉଁଥିରେ ଘରେ ଫସିଥିବା ଲୋକମାନେ କିପରି ଫିଟ୍ ରହିପାରୁଛନ୍ତି ତାହା କୁହାଯାଇଛି। କିଛି ଲୋକ ସେମାନଙ୍କ ଫର୍ଣ୍ଣିଚର ସାହାଯ୍ୟରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି।

   ସମ୍ବନ୍ଧିତ ଖବର


ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୋତେ କରୋନା ହୋଇଯାଉ’

କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ