ବେଜିଂରେ ଖୋଲିଲା ବିଶାଳ ଆକାରର ଷ୍ଟାରଫିସ୍‌ ଏୟାରପୋର୍ଟ

ନୂଆଦିଲ୍ଳୀ ୨୯/୯: ଚୀନ୍‌ର ରାଜଧାନୀ ବେଜିଂରେ ବୁଧବାର ଏକ ବିଶାଳ ଆକାରର ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଉଁ ଉନ୍ମୁକ୍ତ କରାଯାଇଛି । ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଏହାର ଉଦ୍‌ଘାଟନ କରିଛନ୍ତି । ଏହାର ନାମ ରଖାଯାଇଛି ଡାକ୍ସିଙ୍ଗ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ।

ଷ୍ଟାରଫିସ୍‌ ଆକାରର ଏହି ବିମାନବନ୍ଦର ୭ ଲକ୍ଷ ବର୍ଗ ମିଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ । ଆକାରରେ ଏହା ୯୮ଟି ଫୁଟବଲ ପଡ଼ିଆ ସହିତ ସମାନ ହେବ । ଏହି ବିମାନବନ୍ଦର ତିଆରି କରିବାକୁ ୪ ବର୍ଷରୁ ଉଦ୍ଧ୍ୱର୍ ସମୟ ଲାଗିଥିଲା ଏବଂ ଏଥିପାଇଁ ସମୁଦାୟ ୧୧ ଶହ କୋଟି ଡଲାର ବ୍ୟୟ କରାଯାଇଛି ।

ଏହି ବିମାନବନ୍ଦରରେ ଏବେ ୪ଟି ରନୱେ ଅଛି । ୨୦୨୫ ମସିହା ସୁଦ୍ଧା ଏହା ଜରିଆରେ ବର୍ଷକୁ ୭୨ ନିୟୁତ ଯାତ୍ରୀ ବେଜିଂକୁ ଯାଆସ କରିବେ । ୨୦୪୦ ମସିହା ସୁଦ୍ଧା ଏଠାରେ ରନୱେର ସଂଖ୍ୟା ୮କୁ ବୃଦ୍ଧି କରିବା ସହିତ ବାର୍ଷିକ ଯାତ୍ରୀଙ୍କ ସଂଖ୍ୟା ୧୦୦ ନିୟୁତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।

   ସମ୍ବନ୍ଧିତ ଖବର


ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା