PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଚୀନରେ ବଦଳିଲା ନିୟମ ; ଏବେ ଦମ୍ପତିଙ୍କୁ ୩ ପିଲା ଜନ୍ମ କରିବାକୁ ମିିଳିଲା ଅନୁମତି

pic-internet

ବେଜିଂ: ନିଜେ ଗଠନ କରିଥିବା କଡ଼ା ନିୟମରେ ବୁଢ଼ା ହୋଇଗଲା ଚୀନ। ସେଠାରେ ଏବେ ଯୁବା ବୟସର ଲୋକ କମ୍‌ ବୃଦ୍ଧମାନଙ୍କ ସଂଖ୍ୟା ଅଧିକ । ଏଥିରେ ନୟାନ୍ତ ହୋଇ ଚୀନ୍‌ ତାର ପୂର୍ବ ନିୟମରେ ସଂଶୋଧନ କରିଛି। ଚୀନ୍‌ର ପ୍ରତ୍ୟେକ ବାପାମା ୩ଟି ପିଲା ଜନ୍ମ କରିପାରିବେ। ଏଥିପାଇଁ ଅନୁମତି ଦେଇଛନ୍ତି ଚୀନ ସରକାର। ସୋମବାର ଏହି ଘୋଷଣା କରିଛି ଚୀନ।

ନିକଟରେ ଚୀନ୍‌ର ଏକ  ଗବେଷଣା ରିପୋର୍ଟ ସାମ୍ନାକୁ ଆସିଥିଲା। ଯେଉଁଥିଲେ ପିଲା ଜନ୍ମ ହେବା ସଂଖ୍ୟାରେ ବହୁଳମାତ୍ରରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଏହାପରେ ଚୀନ୍ ଜନସଂଖ୍ୟା ବୃଦ୍ଧି ନୀତିରେ ପରିବର୍ତ୍ତନ କରିଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଚୀନ ସରକାରୀ ନ୍ୟୁଜ୍ ଏଜେନ୍ସି ସିନ୍‌ହୁଆରେ ଖବର ପ୍ରକାଶ ପାଇଛି।

୧୦୧୬ ମସିହାରେ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଚୀନ୍ ପିତାମାତା କେବଳ ଦୁଇଟି ପିଲା ଜନ୍ମ କରିପାରିବେ ବୋଲି ନୀତି ନିର୍ଦ୍ଧାରଣ କରିଥିଲା। ହେଲେ ଏଥିରେ ଚୀନ୍‌ରେ ଜନ୍ମସଂଖ୍ୟା ବୃଦ୍ଧି ହେଲା ନାହିଁ। ଚୀନ୍‌ରେ ପିଲା ଲାଳନପାଳନ କରିବାରେ ଅଧିକ ଖର୍ଚ୍ଚ ହେଉଥିବାରୁ ଅନେକ ଦମ୍ପତି ପିଲା ପାଇଁ ରାଜି ହେଲେ ନାହିଁ। ଫଳରେ ଚୀନ୍ ଜନସଂଖ୍ୟାରେ ନାଟକୀୟ ହ୍ରାସ ହୋଇଛି। ଦେଶରେ ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇଳା। ତେଣୁ ଦୁଇଟି ପିଲା ନୀତିକୁ ବଦଳାଇ ଦମ୍ପତିଙ୍କୁ ୩ଟି ପିଲା ଜନ୍ମ କରିବାକୁ ଚୀନ ନିର୍ଦ୍ଦେଶ ଦେଇଛି।