ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

ନୂଆଦିଲ୍ଲୀ, ୨୫/ ୧୦: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ମେ ମାସରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। କେବଳ ଭାରତ ସହ ନୁହେଁ ଅନ୍ୟ ଦେଶ ମାନଙ୍କ ସହିତ ମଧ୍ୟ ଚୀନର ସୀମା ବିବାଦ ଲାଗି ରହିଛି। ଏଥିପାଇଁ ଚୀନର ରାଷ୍ଟ୍ରପତି ଜିନପିଙ୍ଗ୍‌ ପିପୁଲସ୍‌ ଲିବେରଶନ୍‌ ଆର୍ମୀର ସୈନିକଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ନିୟୋଜିତ କରିଛନ୍ତି। ଏସବୁ ମଧ୍ୟରେ ଚୀନ ସେନାର ଯବାନ ମାନେ ସମାରାଭ୍ୟାସ ମଧ୍ୟ କରିଥାଆନ୍ତି।

ଏବେ ଦକ୍ଷିଣ ଚୀନର ସାଗରରେ କିଛି ମିଶାଇଲ ନିକ୍ଷେପ କରିଛି ଚୀନ୍। ବେଜିଙ୍ଗ୍‌ ପକ୍ଷରୁ କୁହାଯାଇଛି ଯେ, ଲାଇଭ୍‌ ଫାଆର ଡ୍ରିଲରେ ଚୀନ୍‌ ଯବାନ ମାନେ ଭାଗ ନେଇଛନ୍ତି। କିଛି ଦିନ ହେବ ଚୀନ ଯେପରି ଯୁଦ୍ଧାଭ୍ୟାସ କରୁଛି ସେଥରୁ ପ୍ରମାଣିତ ହେଉଛି ଯେ, ଚୀନ୍‌ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଛି ଓ ଅନ୍ୟ ଦେଶ ଗୁଡ଼ିକୁ ଯୁଦ୍ଧ କରିବା ପାଇଁ ଉସୁକାଉଛି।

ଚୀନର ସରକାରୀ ବ୍ରଡକାଷ୍ଟର ସିସିଟିଭି ମୁତାବିକ ଦୁଇ ଦିନର ସେନାର ସମରାଭ୍ୟାସରେ ପାଖାପାଖୀ ୧୦୦ ସୈନିକ ଭାଗ ନେଇଥିଲ। ଏହି ସମୟରେ ବାୟୁରୁ ବାୟୁରେ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ ଭାଗ ନେଇଥିବା ସୈନିକ ମାନେ। ଏହାଦ୍ବାରା ବେଜିଙ୍ଗ ତାଇଓ୍ବାନ ସମେତ ପଡ଼ୋଶୀ ଦେଶ ଗୁଡ଼ିକୁ ନିଜର ସୈନ୍ୟବଳର ଶକ୍ତି ଦେଖାଉଛି।

ସୂଚନାଥାଉକି, ଚୀନ୍‌ ରାଷ୍ଟ୍ରପତି କିଛି ଦିନ ତଳେ ନିଜ ଦେଶର ନୌସେନାକୁ କହିଥିଲେ ଯେ, ସର୍ବଦା ସତର୍କ ରହିବାକୁ ଓ ଯୁଦ୍ଧର ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ କହିଥିଲେ। ଚାଇନା ସେଣ୍ଟ୍ରାଲ ଟେଲିଭିଜନ ଷ୍ଟେଶନ୍‌ ମୁତାବିକ ମଙ୍ଗଳବାର ଓ ବୁଧବାର ହୋଇଥିବା ଡ୍ରିଲ ପିଏଲଏର ସର୍ଦନ କମାଣ୍ଡର ନୌସେନା ଦ୍ବାରା ଆୟୋଜିତ ହୋଇଥିଲା। ସୂଚନାଥାଉକି, ଏହି ସମରାଭ୍ୟାସରେ ପାଖାପାଖୀ ୧୦୦ ଫାଇଟର ଜେଟର ପାଇଲଟ୍‌ ମାନେ ଭାଗ ନେଇଥିଲେ।