ଚୀନର କରୋନା ଭୂତ ଛଡ଼େଇବ ଆମେରିକା ! ଏମିତି ରଣନୀତି ପ୍ରସ୍ତୁତ କଲେ ଟ୍ରମ୍ପ

ୱାଶିଂଟନ ୦୩|୦୫ : ହ୍ୱାଇଟ୍‌ ହାଉସ୍‌ ଶୁକ୍ରବାର ଦିନ କହିଛି ଚୀନ କରୋନା ମହାମାରୀ ସ୍ଥିତିକୁ ସଠିକ୍ ଉପାୟରେ କାବୁ କରିପାରିନାହିଁ। ବାସ୍ତବିକ୍‌ ଗତ ବର୍ଷ ଶେଷ  ମାସ ଡିସେମ୍ୱରରେ ଚୀନର ୱୁହାନ ସହରରେ କୋଭିଡ୍‌-୧୯ର ପ୍ରଥମ ମାମଲା ସାମନାକୁ ଆସିଥିଲା। କିନ୍ତୁ ଚୀନ ଏହି ମହାମାରୀକୁ ରୋକିବା ପାଇଁ ଓ ଏହା ଉପରେ କାବୁ କରିବାର ପ୍ରଶ୍ନର ଉତ୍ତର ଦେବାରେ ଚୁପ୍‌ ରହିଛି ଏବଂ ଗୋଳମାଳିଆ ଜବାବ ଦେଉଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରକ୍ତ ଭାବ ଚୀନ ପ୍ରତି ବଢ଼ିବାରେ ଲାଗିଛି । କାରଣ କରୋନାରେ ଆମେରିକାର ଅବସ୍ଥା ପୁରା ସାଙ୍ଘାତିକ ହୋଇଯାଇଛି ।  ସେ ଶୁକ୍ରବାର ଦିନ ସ୍ପଷ୍ଟ କହିଛନ୍ତି କୋଭିଡ୍-୧୯ର ସଂକ୍ରମଣ ବ୍ୟାପିବା ମାମଲାରେ ଚୀନର ଅବହେଳା ସମସ୍ତଙ୍କ ସାମନାରେ ।

ଏହାସହ ମଧ୍ୟ ପଢ଼ନ୍ତୁ : ଆଶ୍ଚର୍ଯ୍ୟ ! ଗୋଟିଏ ଦିନରେ ପାକିସ୍ତାନରେ ଏତେ କରୋନା ରୋଗୀ ଚିହ୍ନଟ…ରେକର୍ଡ

ପୂର୍ବରୁ ଆମେରିକାର ବିଦେଶ ମନ୍ତ୍ରୀ  ମାଇକ୍‌ ପୋଂପିଓ ମଧ୍ୟ ଚୀନ ଉପରେ କ୍ରୋଧ ପ୍ରକାଶ କରିଥିଲେ।ସେ ଚୀନକୁ ନୋଭେଲ୍‌ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବା ମାମଲାରେ ସୂଚନା ଲୁଚାଇବା ଆରୋପ ଲଗେଇଥିଲେ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ