PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଭାରତର ଚିନ୍ତା ବଢାଇଲା ଚୀନ, ମିଆଁମାରରେ କରିବ ବନ୍ଦର ନିର୍ମାଣ

ନୂଆଦିଲ୍ଲୀ, ୨୫/୨ : ସମୁଦ୍ର ସୀମାରେ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଚୀନ ଏବେ ମିଆଁମାରରେ ନିର୍ମାଣ କରିବ ଏକ ବନ୍ଦର। ମିଆଁମାରର କ୍ୟାକପ୍ୟୁ ସହର ନିକଟରେ ବଙ୍ଗୋପସାଗରରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ବନ୍ଦରର ବିକାଶ ପାଇଁ ଗୁରୁବାର ଦିନ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଛି। ଯାହାକି ଭାରତ ପାଇଁ ଚିନ୍ତାର ବିଷୟ। କାରଣ ଏହା ପୂର୍ବରୁ ଚୀନ ଭାରତର ଦୁଇ ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଏବଂ ପାକିସ୍ତାନରେ ବନ୍ଦର ନିର୍ମାଣ କରିସାରିଛି।

ଚୀନ ପାକିସ୍ତାନରେ ଗ୍ଵାଦର ବନ୍ଦର ନିର୍ମାଣ କରୁଥିବା ବେଳେ ଶ୍ରୀଲଙ୍କାରେ ହମ୍ବନଟୋଟା ବନ୍ଦରକୁ ୯୯ ବର୍ଷ ଯାଏଁ ଲିଜ୍ ରେ ନେଇଛି। ଏତଦ୍ ବ୍ୟତୀତ ବାଙ୍ଗଲାଦେଶରେ ଚଟଗାଁଓ ବନ୍ଦର ବିକାଶ ପାଇଁ ଆର୍ଥିକ ସହାୟତା ଦେଇଛି। ଏନେଇ ଭାରତ କହିଛି ଯେ, ଚୀନ ମହାସାଗରରେ ରଣନୈତିକ ଉପାୟରେ ଘେରିବାକୁ ଚେଷ୍ଟା କରୁଛି।

ତେବେ ମିଆଁମାର ଚୀନର ବର୍ଦ୍ଧିତ ନିବେଶକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଏହାପରେ ଚୀନର ନିବେଶକୁ ହ୍ରାସ କରିଥିଲା। ଏକ ପ୍ରୋଜେକ୍ଟରେ ଆର୍ଥିକ ସ୍ଵରୂପକୁ ନେଇ ଦୁଇ ଦେଶ ମଧ୍ୟରେ ୨୦୧୫ରୁ ଆଲୋଚନା ଅଟକି ଥିଲା। ଏହି ପ୍ରୋଜେକ୍ଟରେ ଚୀନର ନିବେଶ ୭୦ ପ୍ରତିଶତ ଥିଲା। ଚୀନର ମହତ୍ଵାକାଂକ୍ଷୀ ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିବ ଆଧାରରେ ଏହି ପ୍ରୋଜେକ୍ଟ ନିର୍ମାଣ କରାଯିବ।