ଚୀନରେ ନିୟନ୍ତ୍ରଣ ବାହାରେ କରୋନା ଭାଇରସ: ରୋଗୀଙ୍କୁ କରାଯାଉଛି ପଶୁ ଭଳି ବ୍ୟବହାର, ଦେଖନ୍ତୁ ଭିଡିଓ

ବେଜିଂ, ୧୪|୦୨: ଚୀନରେ କରେନା ଭାଇରସ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏବେସୁଧା ସେଠାରେ ୧୫୦୦ରୁ ଅଧିକ ଜଣ ପ୍ରାଣ ହରାଇସାରିଲେଣି। ଆହୁରିମଧ୍ୟ ପ୍ରାୟ ୬୪ହଜାର ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତି ଏତେ ମାତ୍ରାରେ ସଙ୍ଗୀନ ରହିଛି ଯେ, କେତେକ ସ୍ଥାନରେ ରୋଗୀଙ୍କୁ ପଶୁତୁଲ୍ୟ ବ୍ୟବହାର କରାଯାଉଛି।

ଚୀନ ସରକାର ଉହାନ ପ୍ରଶାସନକୁ ସମସ୍ତ ରୋଗୀ ଓ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ନିଜ ସମ୍ପର୍କୀୟଙ୍କ ସହ ଆଇସୋଲେସନ୍ କ୍ୟାମ୍ପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରୋଗୀ ନିଜ ଇଚ୍ଛାରେ ଯାଉ ନାହାଁନ୍ତି ତେବେ ସେମାନଙ୍କୁ ଜବରଦସ୍ତି ସେଠାକୁ ନେବାକୁ କୁହାଯାଉଛି।

କିଛି ରୋଗୀଙ୍କୁ ରାସ୍ତାରେ ପଶୁ ଭଳି ଘୋଷାଡି ଘୋଷାଡି ନିଆଯାଉଛି। ଆଉ କେତେକ ରୋଗୀଙ୍କୁ ଆକ୍ରମଣ ମଧ୍ୟ କରାଯାଉଛି। ମାସ୍କ ପିନ୍ଧିଥିବା ବା ସାମାନ୍ୟ ଥଣ୍ଡା ହୋଇଥିବା ଲୋକଙ୍କୁ ପୋଲିସ ସଙ୍ଗେସଙ୍ଗେ ଧରିନେଉଛି। ଏଠାରେ ଲୋକମାନେ ଜଣେ ଅନ୍ୟ ଜଣଙ୍କର ଶତ୍ରୁ ହୋଇଗଲେଣି। ଚୀନରେ କରୋନାକୁ ନେଇ ଭୟର ବାତାବରଣ ଲାଗି ରହିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ମହିଳା ଓ ପୁରୁଷଙ୍କୁ ଜବରଦସ୍ତି ଟାଣିକରି ପୋଲିସ ନେଇଯାଉଛି। ଏହା ପୂର୍ବ ଚୀନର ଶୁଜୋଉ ଅଞ୍ଚଳରେ ଘଟିଛି। ସ୍ଥାନୀୟ ଗଣମାଧ୍ୟମର କହିବାନୁସାରେ, ଏହି ମହିଳା ଓ ପୁରୁଷ ୨ ସପ୍ତାହ ପୂର୍ବରୁ ଉହାନ ଆସିଥିଲେ ଓ ଉଭୟ ଆଇସୋଲେସନ କ୍ୟାମ୍ପ୍ ଯିବାକୁ ରାଜି ମଧ୍ୟ ଥିଲେ। ଏକ ଭିଡିଓରେ ଜଣେ ବୃଦ୍ଧା ଚୀନ ସେନା ସହ ପାଟିତୁଣ୍ଡ ଲାଗୁଥିବା ଦେଖିବାକୁ ମିଳିଛି। ସୈନିକମାନେ ତାଙ୍କୁ ଧରିବା ପାଇଁ ଆସୁଥିବା ବେଳେ ବୃଦ୍ଧାଜଣଙ୍କ ତାଙ୍କୁ ଏକ ଠେଙ୍ଗାରେ ମାଡ ମାରିବା ପାଇଁ ଚେଷ୍ଟା କରୁଛନ୍ତି।  

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ

ମସ୍ତିଷ୍କ କ୍ଷତି ସହ ଦୃଷ୍ଟି ଶକ୍ତି ହରାଇବା: ଡୋନାଲ୍ଡ ଟ୍ରମ୍ପଙ୍କ ଗେମ୍ ଚେଞ୍ଜର ଔଷଧ କୋଭିଡ -୧୯ ରୋଗୀଙ୍କ ଗୁରୁତର କ୍ଷତି କରିପାରେ