ଚୀନ୍‌ର ଭୟଙ୍କର ଚାଲ୍ – ଡୋକଲାମ ପାଖରେ ମୁତୟନ କଲା ପରମାଣୁ ବମ୍ୱର , କ୍ରୁଜ୍ ମିସାଇଲ୍

ବେଜିଂ – ଲଦାଖରେ ହଜାର ହଜାର ସୈନିକଙ୍କୁ ମୁତୟନ କରୁଥିବା  ଚୀନ୍‌ ଏବେ ଭାରତର ପୂର୍ବ ଭାଗରେ ହିଂସାର  ଆଉ  ଏକ ବାଟ ଖୋଲୁଛି ।  ଚୀନ୍‌  ଭୂଟାନ୍‌କୁ ଲାଗି  ଡୋକଲାମ ପାଖରେ ନିଜର  ଏଚ୍‌-୬ ପରମାଣୁ  ବମ୍ୱର ଓ କ୍ରୁଡ୍‌ ମିସାଇଲ୍‌କୁ ମୁତୟନ କରିଛି ।  ଚୀନ୍‌ ଏହି  ବିନାଶକାରୀ  ଅସ୍ତ୍ରଗୁଡ଼ିକୁ   ନିଜର  ଗୋଲମୁଡ୍‌  ଏୟାରବେସ୍‌  ଠାରେ  ଏକାଠି  କରିଛି।  ଏହି ଏୟାର ବେସ୍‌ ଭାରତୀୟ ସୀମା  ଠାରୁ ମାତ୍ର  ୧୧୫୦ କିଲୋମିଟର  ଦୂରରେ ରହିଛି।

ଏହା ପୂର୍ବରୁ  ଚୀନ୍‌ ଏହି  ଘାତକ ବମ୍ୱରର ମୁତୟନ  ଅକ୍ସାଇ  ଚୀନ୍‌ର  କାଶଗର  ଏୟାରବେସ୍‌ ଠାରେ କରିଥିଲା ।   ଓପନ୍‌ ସୋର୍ସ ଇଣ୍ଟେଲିଜେନ୍ସ ଆନାଲିଷ୍ଟ ଡିଟ୍ରେସଫା ତରଫରୁ  ଜାରି  ସାଟେଲାଇଟ୍‌  ଫଟୋରେ  ଏହି ବମ୍ୱର ସହ କେଡି -୬୩ ଲ୍ୟାଣ୍ଡ  ଆଟାକ୍‌  କ୍ରୁଜ୍‌ ମିସାଇଲ୍‌  ମଧ୍ୟ  ନଜର ଆସିଛି ।  ଏହି ମିସାଇଲର ଫାୟାର କ୍ଷମତା ପାଖାପାଖି  ୨୦୦ କିଲୋମିଟର ।  ଏହା ବ୍ୟତୀତ  ଏୟାରବେସ୍‌ ଠାରେ  ଶିୟାନ  ୱାଇ-୨୦ ମାଲବାହକ  ସୈନ୍ୟ ବିମାନ  ମଧ୍ୟ ନଜର ଆସୁଛି ।

ପରମାଣୁ ଆକ୍ରମଣ କରିବାରେ ସକ୍ଷମ ଚୀନୀ ବମ୍ୱର ଏଚ୍-୬

ଚୀନୀ ଏଚ୍‌-୬ ବମ୍ୱରକୁ ଅଧିକ ଦୂରଯାଏ ଟାର୍ଗେଟ୍‌ କରିବା ପାଇଁ ସ୍ୱତନ୍ତ୍ର  ଡିଜାଇନ୍‌ କରାଯାଇଛି ।  ଏହି ବିମାନ  ପରମାଣୁ ଆକ୍ରମଣ କରିବାରେ ମଧ୍ୟ ସକ୍ଷମ ।  ଚୀନ୍‌ର ଏହି ବିମାନକୁ ବିଶେଷ ରୂପରେ ଆମେରିକାରର ଗୁଆମ ବେସ୍‌ କୁ  ଟାର୍ଗେଟ୍‌ କରିବା ପାଇଁ  ସାମିଲ୍‌ କରାଯାଇଛି ।  ଏହାର ପୂର୍ବ ମଡେଲରେ ମିସାଇଲର କ୍ଷମତା  ସୀମିତ ଥିଲା , କିନ୍ତୁ ଏହାକୁ ଅପଗ୍ରେଡ୍  କରି ଏବେ ଆହୁରି ଉନ୍ନତ  କରାଯାଇଛି ।

ଚୀନ ଗତ କିଛି ଦିନରୁ  ଡୋକଲାମ ପାଖରେ  ନିଜର କାର୍ଯ୍ୟକଳାପ  ବଢ଼ାଇ ଚାଲିଛି। ୨୦୧୭ରେ ଡୋକଲାମରେ ଭାରତ ଓ  ଚୀନ୍ ମଧ୍ୟରେ  ବିବାଦ ହୋଇଥିଲା ଏବଂ ପୁଣି ୭୩ ଦିନର ଗତିରୋଧ ପରେ ଚୀନ୍‌ର ସୈନିକ ମାନେ ପଛକୁ  ହଟିଥିଲେ ।

ଇଣ୍ଟେଲିଜେନ୍ସି  ଏଜେନ୍ସି ସୂତ୍ର ଅନୁସାର , ଚୀନ୍  ଜୁନ୍‌  ଓ  ଜୁଲାଇ ରେ ଡୋକଲାମ ପାଖରେ ନୂଆ କାମ କରିଛି ।  ସେ ନର୍ଥ ଡୋକଲାମର ଜେନେରାଲ  ଏରିଆରେ  ଏହି ନିର୍ମାଣ କାମ କରୁଛି ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ