PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୱାର୍ଲଡ ସ୍କିଲ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ନିଆଁ ଲାଗି ଜଳିଗଲା ୫ଏକର ଜଙ୍ଗଲ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ଫୁଲବାଣୀ: ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ଜେଲଦଣ୍ଡ
  • ||
  • ଫୁଲବାଣୀ: ସରକାରୀ ଅନୁଦାନ ହଡ଼ପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ
  • ||
  • ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ ମାଲିକଙ୍କ ମୃତଦେହ, କଲାବା ଡ୍ୟାମ୍‌କୁ ଡେଇଁ ମନସୁଖ ହିରନଙ୍କ ଆତ୍ମହତ୍ୟା ସନ୍ଦେହ , ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲିଆ
  • ||
  • ମୋହନା ବିଡ଼ିଓ ବଂଶୀଧର ଖୋସଲା ନିଲମ୍ୱିତ, କାଜୁ ନିଲାମ ପ୍ରକ୍ରିୟାରେ ହେରଫେର ଅଭିଯୋଗରେ ନିଲମ୍ୱନ କଲା ପଞ୍ଚାୟତିରାଜ ବିଭାଗ
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା , ୨ ଦିନିଆ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଫେରିଲା ଅଭିଯୁକ୍ତ ବିବନ
  • ||
  • ବାଲେଶ୍ୱର: ଏସଏଫଡ଼ିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
  • ||
  • ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନନ୍ଦପୁର: ଭୁସୁଡ଼ିଲା ସିଡ଼ାପୁଟ ପୋଲ, ୮ ଗ୍ରାମବାସୀ ଯୋଗାଯୋଗରୁ ବିଛିନ୍ନ
  • ||
  • ସ୍କାଏ ଲାଇଟ୍ ଭାଙ୍ଗି ଚନ୍ଦ୍ରଶେଖରପୁର ଥାନାରୁ ଅଭିଯୁକ୍ତ ଚମ୍ପଟ, ଚୋରି ମାମଲାରେ ବୁଧବାର ରାତିରେ ପୁଲିସ ଉଠାଇ ଆଣିଥିଲା
  • ||
  • କଟକ: ପିଲଗ୍ରିମ ରୋଡ ଦାସ ସାହି ବସ୍ତି ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • କଟକ: ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ହାଇକୋର୍ଟ
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ କଟକଣା, ୧୦ ତାରିଖ ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ଲାଗୁ ହେବ ୧୪୪ ଧାରା
  • ||
  • ଭୁବନେଶ୍ଵର : ଦିଲ୍ଲୀରେ ନୁହେଁ କଟକରେ ଶୁଣାଣି ହେବ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା, ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲା
  • ||
  • ଗୁଣପୁର: ପୁଟାସିଂ ଥାନାର ମହିଳା ଆଇଆଇସି ଗଞ୍ଜେଇ ଜବତ ପାଇଁ ଯାଇଥିବା ବେଳେ ଘଟିଲା ଘଟଣା, ବିଳମ୍ବିତ ରାତିରେ ମହିଳା ଅଧିକାରୀକୁ ଆକ୍ରମଣ କଲେ ଶତାଧିକ ଲୋକ, ପୋଡ଼ିଲେ ଜବତ ଗଞ୍ଜେଇ
  • ||
  • ଘଟଗାଁ: ମହିଳା ତାରିଣୀ ଭକ୍ତ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
  • ||
  • ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ , କଲେଜ୍ ଓ ବିଶ୍ଵବିଦ୍ୟାଳୟ ଛୁଟି
  • ||
  • ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ପୂଜକଙ୍କ ରାସ୍ତାରୋକ, ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ସହିତ ମନ୍ଦିରକୁ ପୂଜା ସାମଗ୍ରୀ ଅନୁମତି ଦାବି
  • ||
  • ବଲାଙ୍ଗିର : ଧୋବା ପଡା ଡ୍ରେନରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ପୁଣି ଚୀନ୍‌ର ମନମାନି, ଅରୁଣାଚଳ ପ୍ରଦେଶରେ ୪.୫ କି.ମି ଭିତରେ ତିଆରି କଲା ଘର

ପେଇଚିଙ୍ଗ୍‌-ଚୀନ୍‌ର ପୁଣି ମନମାନି। ଆରମ୍ଭ ହେଲା ତାର ପୁରୁଣା ଅଭ୍ୟାସ। ଏବେ ସେ ଭୂଟାନ ପରେ ଭାରତର ଅରୁଣାଚଳ ପ୍ରଦେଶର ସୀମା ଭିତରେ ଗାଁ ସ୍ଥାପନ କରିଛି। ଏହି ଗାଁରେ ପାଖାପାଖି ୧୦୧ଟି ଘର ମଧ୍ୟ ତିଆରି କରାଯାଇଛି। ଏହି ଗାଁ ଅରୁଣାଚଳ ପ୍ରଦେଶରେ ବାସ୍ତବିକ୍‌ ଭାରତୀୟ ସୀମାର ପାଖାପାଖି ୪.୫ କି.ମି ଭିତରେ ରହିଛି। ଏହି ଗାଁକୁ ସାରି ଚୁ ଗାଁ ଭିତରେ  ସ୍ଥାପନ କରାଯାଇଛି ।  ଏହି ଗାଁ ଅରୁଣାଚଳ ପ୍ରଦେଶର ଉପରେ ସୁବନସିରୀ ଜିଲ୍ଲାରେ ଅବସ୍ଥିତ । ଚୀନର ଏହି ଗାଁ ଭାରତର ସୁରକ୍ଷା ପାଇଁ ବଡ଼ ବିପଦ ହୋଇଯାଇଛି। ଏପଟେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଚୀନ୍‌ର ଭାରତ ଭୂମିରେ କବଜା କରିବାର ପ୍ରଶ୍ନ ଉପରେ କହିଥିଲେ କି ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥାବାର୍ତ୍ତା କରିବେ।

Satellite Images Show China Has Built Village Inside Indian Territories in  Arunachal | Clarion India

ଟିଭି ଚ୍ୟାନେଲ୍‌ ଏନ୍‌ଡିଟିଭି ଖବର ମୁତାବିକ୍‌ , ଉପର ସୁବନସିରୀ ଜିଲ୍ଲା ଭାରତ ଓ ଚୀନ୍‌ ମଧ୍ୟରେ ଦୀର୍ଘ ସମୟରୁ ବିବାଦର କେନ୍ଦ୍ର ହୋଇ ରହିଛି ଏବଂ ଏହାକୁ ନେଇ ସଶସ୍ତ୍ର ସଂଘର୍ଷ ମଧ୍ୟ ହୋଇସାରିଛି ।  ରିପୋର୍ଟରେ ସାଟଲାଇଟ୍‌ ଫଟୋକୁ ବିଶେଷ୍ଜ୍ଞଙ୍କୁ ଦେଖାଇ ଏହା ଚାଇନା କରିଥିବା ଗାଁ ବୋଲି  ସ୍ପଷ୍ଟ କରାଯାଇଛି । ଚୀନ୍‌ ଏହି ଗାଁକୁ ଏମିତି ସମୟରେ ତିଆରି କିରଛି , ଯେବେ ପଶ୍ଚିମ ସେକ୍ଟରରେ ଭାରତ ଓ ଚୀନ୍‌ର ସେନାମାନେ ମୁହାଁମୁହିଁ ହୋଇଛନ୍ତି।

ତାଜା ସାଟେଲାଇଟ୍‌ ଇମେଜ୍‌ ୧ ନଭେମ୍ୱର ୨୦୨୦ର , ଯେଉଁଥିରେ  ଗାଁ ନଜର ଆସିଥିଲା । ଏହା ଠାରୁ ଏକ ବର୍ଷ ପୂର୍ବର ଫଟୋରେ ସେଠାରେ କୌଣସି ଗାଁ ନଜର ଆସୁନଥିଲା ।  କୁହାଯାଉଛି ଚୀନ୍‌ର ଏହି ଗାଁ  ବର୍ଷେ ପୂର୍ବରୁ ସ୍ଥାପନ କରାଯାଇଛି ।

ସମ୍ବନ୍ଧିତ ଖବର