ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ନୂଆଦିଲ୍ଲୀ- ଏବେ ଭାରତ ଶକ୍ତିଶାଳୀ ହେଉଛି । ବିଶ୍ୱରେ ବିଭିନ୍ନ ଦିଗରେ ପ୍ରମୁଖ ଭୂମକି ଗ୍ରହଣ କରୁଛି ଭାରତ । କରୋନା ମୁକାବିଲା ପାଇଁ ସାରା ବିଶ୍ୱକୁ ଶସ୍ତାରେ କରୋନା ଟିକା ଯୋଗାଇଦେବା ପାଇଁ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ । କେବଳ ସେତିକି ନୁହେଁ ସୂଚନା ପ୍ରଯୁକ୍ତି ଠାରୁ ଆରମ୍ଭ କରି ମହାକାଶ ବିଜ୍ଞାନ ଚିକିତ୍ସା କ୍ଷେତ୍ରରେ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ବେଶ୍‌ ଅଗ୍ରଗତି କରୁଛି । ଏବେ ଭାରତ ସହ ସମ୍ପର୍କ ଦୃଢ କରିବା ପାଇଁ ଆମେରିକା ଇଚ୍ଛା ପ୍ରକାଶ କରୁଛି ।

ସାରା ବିଶ୍ୱରେ ଚୀନ୍‌ ଗୁରୁତ୍ୱ ବୃଦ୍ଧି ପାଉଥିବାରୁ ଏବେ ଆମେରିକା ତାକୁ ପ୍ରତିହତ କରିବା ପାଇଁ ଲାଗୁଛି । ଚୀନ୍‌ ଏବଂ ଆମେରିକାର ବାଣିଜ୍ୟ ଯୁଦ୍ଧ ଲାଗିଛି । ଏଥିପାଇଁ ଏବେ ଆମେରିକା ଭାରତକୁ ନିଜ ସପକ୍ଷରେ ନେବା ପାଇଁ ଇଚ୍ଛା ପ୍ରକାଶ କରିଛି । ଏହା ପରେ ଆମେରିକା ଜାଣିଶୁଣି ଦକ୍ଷିଣ ଏସୀୟ କ୍ଷେତ୍ରରେ ସନ୍ତୁଳନ ବିଗାଡିବା ପାଇଁ ଚେଷ୍ଟା କରୁଛି ବୋଲି ଚୀନ୍ ପ୍ରକାଶ କରିଛି । ଏହାର ସରକାରୀ ଖବରକାଜଗ ଗ୍ଲୋବଲ ଟାଇମସ୍‌ରେ ଆମେରିକା ସଚିବମାନଙ୍କର ଭାରତ ଗସ୍ତକୁ ନେଇ ପରୋକ୍ଷରେ ଧମକ ଦେବା ଭଳି ଖବର ପ୍ରକାଶ ପାଇଛି ।

ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପର ଏବେ ଭାରତ ଗସ୍ତରେ ଆସିଛନ୍ତି । ଏମାନଙ୍କ ସହ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ପରମାଣୁ ସହଯୋଗ ସହ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗିତା ବୃଦ୍ଧି ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।

ଭାରତ ସହ ଆମେରିକାର ଅନେକ କିଛି ଆଲୋଚନା କରିବାର ଅଛି ବୋଲି ବୈଠକ ପୂର୍ବରୁ ମାଇକ୍‌ ପମ୍ପିଓ କହିଥିଲେ । ଏହା ସହ ଚୀନ୍‌ ସହ ମୁହାଁ ମୁହିଁ ସହ ତା ଠାରୁ ମିଳୁଥିବା ଧମକ ବିଷୟରେ ଆଲୋଚନା କରିବାର ଅଛି ବୋଲି ମାଇକ୍‌ ପମ୍ପିଓ କହିଥିଲେ । ଚୀନ୍‌ର ନାଁ ନେଇ ଆେମେରିକା ଏବଂ ଭାରତ ମିଳିତ ଭାବେ ଦେଶର ଏକତା ଏବଂ ଅଖଣ୍ଡତା ରକ୍ଷା ପାଇଁ ଅନେକ କିଛି କରିପାରିବେ ବୋଲି କହିଛନ୍ତି। ଟ୍ରମ୍ପଙ୍କର ଏହି କାର୍ଯ୍ୟକାଳ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ଏହା ତୃତୀୟ ତଥା ଶେଷ ୨+୨ ମନ୍ତ୍ରୀ ସ୍ତରୀୟ ବୈଠକ ।

ନଭେମ୍ବର ୩ ତାରିଖରେ ଓ୍ୱାଶିଂଟନ୍‌ ଡିସିରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶେଷ ମତଦାନ ଅନୁଷ୍ଠିତ ହେବ । ଏହାପରେ ନୂଆ ରାଷଟ୍ରପତି ହେବାର ସମ୍ଭାବନା ଅଛି । ଟ୍ରମ୍ପ ଜିତିଲେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

   ସମ୍ବନ୍ଧିତ ଖବର


ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ

ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…