ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବେଜିଂ,୩୧।୧୦: କରୋନା ଭାଇରସ ପାଇଁ ଟିକା ବିକଶିତ କରିବା କାମ ଜାରି ରହିଛି। ତେବେ ଚୀନ୍ ଏପର୍ଯ୍ୟନ୍ତ ନିଜର ଲକ୍ଷାଧିକ ଲୋକଙ୍କୁ କରୋନା ଭ୍ୟାକସିନ୍ ଦେଇ ସାରିଛି। ତେବେ ଚୀନରେ ଯେଉଁ ଲୋକଙ୍କୁ ଟିକା ଦିଆଯାଇଛି ସେମାନଙ୍କୁ ଏକଥା ଗୁପ୍ତ ରଖିବାକୁ ସେଠାର ସରକାର ନିର୍ଦେଶ ଦେଇଛନ୍ତି। ବହୁ କମ୍ପାନୀର ଷ୍ଟାଫଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଯଦି ସେମାନେ କମ୍ପାନୀର ମ୍ୟାନେଜମେଣ୍ଟ ବ୍ୟତୀତ ଆଉ କାହାକୁ କୁହନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରିପୋର୍ଟ ଅନୁସାରେ, କିଛି କମ୍ପାନୀରେ କାମ କରୁଥିବା ଲୋକ ଏହା ଜାଣିକି ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ଭ୍ୟାକସିନ୍ ଲଗାଇବାର ସୂଚନା ସିକ୍ରେଟ ରଖିବା ଦରକାର। ଜଣେ ବ୍ୟକ୍ତି ଏହି କଥାର ଭୟ ମଧ୍ୟ ଦେଖାଇଥିଲେ ଯେ, ଯଦି ତାଙ୍କୁ କିଛି ହୋଇଯାଏ ତେବେ କ’ଣ ହେବ? ବ୍ୟକ୍ତି ଜଣଙ୍କୁ ଭୟ ଥିଲା ଏଭଳି ସ୍ଥିତି ପାଇଁ କିଏ ଦାୟୀ ରହିବ?

ତେବେ ଚୀନରେ ଭ୍ୟାକସିନ ନେଇଥିବା ଲୋକଙ୍କୁ ଏହା କୁହାଯାଇଛି ଯେ, ତାଙ୍କୁ ଚାଇନା ନ୍ୟାସନାଲ ବାୟୋଟେକ୍ ଗ୍ରୁପର ଭ୍ୟାକସିନ୍ ଡୋଜ୍ ଦିଆଯାଉଛି। ଉଲ୍ଲେଖନୀୟ ଯେ, ଏହି ଗ୍ରୁପ ଚୀନର ସରକାରୀ କମ୍ପାନୀ ସିନୋଫାର୍ମର ଅଂଶ। ସିନୋଫାର୍ମା ନିଜର କରୋନା ଭ୍ୟାକସିନ୍ ଟ୍ରାଏଲ ୟୁଏଇ, ପେରୁ, ମସ୍କୋ ଓ ଅନ୍ୟ ଦେଶରେ କରୁଛନ୍ତି। ଏପର୍ଯ୍ୟନ୍ତ ଏହି କମ୍ପାନୀର ଭ୍ୟାକସିନ ପେଜ୍-୩ ଟ୍ରାଏଲ ପୁରା ହୋଇନି। ନିଜର ନାମ ଗୋପନୀୟ ରଖି ଚୀନର ଜଣେ ବ୍ୟକ୍ତି କହିଛନ୍ତି, କ୍ଳିନିକାଲ ଟ୍ରାଏଲରେ ସାମିଲ ଥିବା ଲୋକଙ୍କୁ ମନିଟର କରାଯାଉଛି, କିନ୍ତୁ ବିଭିନ୍ନ କମ୍ପାନୀରେ କାମ କରୁଥିବା ଯେଉଁ ଲୋକଙ୍କୁ ଭ୍ୟାକସିନ୍ ଦିଆଯାଇଛି, ତାଙ୍କ ଉପରେ ଦୃଷ୍ଟି ରଖାଯାଉନି।

 

 

   ସମ୍ବନ୍ଧିତ ଖବର


ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…

ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌