PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ପୂର୍ବର ଲଦାଖରେ ଭାରତୀୟ ସୀମାରେ ଚୀନ୍‌ କରିଥିଲା ବେଆଇନ୍‌ ପ୍ରବେଶ- ପ୍ରତିରକ୍ଷା ମନ୍ତ୍ରାଳୟର ଓ୍ୱେବସାଇଟ୍‌ରେ ପ୍ରକାଶ ପାଇଛି ତଥ୍ୟ

ନୂଆଦିଲ୍ଲୀ – ପୂର୍ବ ଲଦାଖର କେତକ ଅଞ୍ଚଳରେ ଚୀନ୍‌ ସେନା ପକ୍ଷରୁ ବେଆଇନ୍‌ ଭାବେ ପ୍ରବେଶ କରାଯାଇଥିବା କଥା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ଲଦାଖର ପାଙ୍ଗୋଙ୍ଗ ତସୋ , ଗୋଗ୍ରା ଏବଂ କୁଙ୍ଗରାଙ୍ଗ ନାଲା ଅଞ୍ଚଳରେ ଚୀନ୍ ସେନା ପକ୍ଷରୁ ବେଆଇନ ପ୍ରବେଶ କରାଯାଇଛି । ଗଲଓ୍ୱାନ ଘାଟୀରେ ରକ୍ତାକ୍ତ ସଂଘର୍ଷ ପୂର୍ବରୁ ଚୀନ୍‌ର ସେନା ପକ୍ଷରୁ ଏହି ଅଞ୍ଚମାନଙ୍କରେ ଅନୁପ୍ରବେଶ କରାଯାଇଥିବା କଥା ସୂଚନା ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରାଳୟର ଓ୍ବେସାଇଟ୍‌ରେ ଏ ସମ୍ପର୍କରେ ତଥ୍ୟ ଦିଆଯାଇଛି । ସରକାରୀ ଭାବେ ପ୍ରଥମ ଥର ପାଇଁ ଚୀନ୍‌ର ଏହି ବେଆଇନ୍‌ ଅତିକ୍ରମଣ ବିଷୟରେ ସୂଚନା ଦିଆଯାଇଛି । ଏବେ କର୍ପସ୍‌ ସ୍ତରୀୟ ସେନା ଅଧିକାରୀମାନଙ୍କର ଆଲୋଚନା ଚାଲିଛି । ଚୀନ୍‌ର ଏପରି କାର୍ଯ୍ୟ ଯୋଗୁଁ ଗଲଓ୍ୱାନ ଘାଟୀରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଭାରତରେ ୨୦ ଜଣ ଜବାନ ସହିଦ ହୋଇଥିବା ବେଳେ ଚୀନ୍ ୪୦ରୁ ଊର୍ଦ୍ଧ୍ୱ ଜବାନ ମୃତାହତ ହୋଇଥିଲେ ।


ଚୀନ୍‌ ଆଞ୍ଚଳିକ ଭାରସାମ୍ୟ ବଜାୟ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଭାରତ ଏବଂ ଚୀନ୍ ମଧ୍ୟରେ ୫ ରାଉଣ୍ଡ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ହୋଇଛି । ଏହା ସହ କୂଟନୈତିକ ସ୍ତରୀୟ କଥାବାର୍ତ୍ତା ଚାଲିଥିବା କଥା ଏଥିରେ ସୂଚନା ଦିଆଯାଇଛି । ଚୀନ୍‌ ଏକତରଫା ଭାବେ ଅନୁପ୍ରବେଶ କରିଛି । ଚୀନ୍‌ ଏବେ ପୋଙ୍ଗୋଙ୍ଗ ତୋସ ନିକଟରେ ଏକ ଅବଜର୍ଭେସନ୍‌ ଟାଓ୍ୱାର କରିଛି ।

କେବଳ ସେତିକି ନୁହେଁ ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ୪୫ହଜାର ସୈନିକ ଜମା କରିଛି । ଏହା ସହ ବିଭିନ୍ନ ଆଧୁନିକ ଅସ୍ତ୍ର ଟ୍ୟାଙ୍କ ମୁତୟନ କରିଛି । ଟାଇମସ୍‌ ଅଫ୍‌ ଇଣ୍ଡିଆ ସହ ଅନ୍ୟ ଜାତୀୟ ଖବର ପ୍ରକାଶନ ସଂସ୍ଥା ଏହି ଖବରକୁ ପ୍ରକାଶିତ କରିଛନ୍ତି ।

ସମ୍ବନ୍ଧିତ ଖବର