PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ସିଡ୍‌ ଅଫ୍‌ ଟେରର୍‌: ବିହନ ପାର୍ସଲରେ ଭୂତାଣୁ ପଠାଉଛି ଚୀନ, କୃଷି ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ହାଇ ଆଲର୍ଟ

ନୂଆଦିଲ୍ଲୀ,୦୯/୦୮: ନିଜର ବିକୃତ ତଥା ଖଳ ମନୋବୃତ୍ତିରୁ ଚୀନ୍‌ କେବେ ଓହରିବ, ତାହାକୁ ନେଇ ବଡ଼ ପ୍ରଶ୍ନ। କରୋନା ଭୂତାଣୁ ଜରିଆରେ ଏହା ସମଗ୍ର ବିଶ୍ୱକୁ ଛାର୍‌ଖାର୍‌ କରିସାରିଲାଣି । ଏତିକିରେ ମନ ଭରୁନି ଯେ ଆଉ ଏକ ମହାମାରୀ ବିସ୍ତାର କରିବାର ମାଧ୍ୟମ ଖୋଜି ସାରିଲାଣି ଡ୍ରାଗନ୍‌ । ଏବେ ବିହନ ପାର୍ସଲ ଜରିଆରେ ଭୂତାଣୁ ପଠାଇବା ଆରମ୍ଭ କଲାଣି ଚୀନ୍‌ । ଏଭଳି ସନ୍ଦିଗ୍ଧ ଚାଇନିଜ୍‌ ବିହନ ପାର୍ସଲ ନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସମସ୍ତ ରାଜ୍ୟ ଏବଂ ଏଜେନ୍ସିଗୁଡିକୁ ହାଇ ଆଲର୍ଟ ଜାରି କରିଛି ।

ଗତ କିଛି ମାସ ହେବ ଆମେରିକା ଏବଂ ୟୁରୋପ ସମେତ ବିଶ୍ୱର ଅନେକ ପ୍ରାନ୍ତରେ ଏପରି ପାର୍ସଲ୍‌ଗୁଡିକ ପହଞ୍ଚିଥିବା ମନ୍ତ୍ରାଳୟ ସୂଚନା ଦେଇଛି । ଏହି ପାର୍ସଲ ଜରିଆରେ ଚୀନ୍‌ ଆଉ ଏକ ମହାମାରୀକୁ ଛାଡୁଥିବା ଜଣାଯାଇଛି । ଏଥିସହ ଏହା ଜୈବିକ ଯୁଦ୍ଧର ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି । କେନ୍ଦ୍ର କୃଷି ମନ୍ତ୍ରାଳୟ ଆଲର୍ଟ ଜାରି କରି କହିଛି ଯେ, ଆମେ ଚୀନ୍‌ରୁ ଆସିଥିବା କୋଭିଡ୍‌୧୯ର ମୁକାବିଲା କରି ଥକି ଗଲୁଣି । ଯଦି ଏବେ ବିହନ ମାଧ୍ୟମରେ ଆଉ କିଛି ମହାମାରୀ ଆସେ, ଏହାକୁ ନିୟନ୍ତ୍ରଣ କରିବା ଆମ ପାଇଁ କଷ୍ଟକର ହୋଇଯିବ । ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ମନ୍ତ୍ରାଳୟ ପ୍ରକାଶ କରିଛି । ଏ ନେଇ ସମସ୍ତ ରାଜ୍ୟ, କୃଷି ବିଶ୍ୱ ବିଦ୍ୟାଳୟ, ବିହନ ସଂଘ, ପ୍ରମାଣନ ଏଜେନ୍ସି ଏବଂ ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର୍‌)କୁ ଅବଗତ କରାଯାଇଥିବା ମନ୍ତ୍ରାଳୟ ପ୍ରକାଶ କରିଛି ।

ସୂଚନାଯୋଗ୍ୟ, ଭାରତୀୟ ଜାତୀୟ ବିହନ ସଂଘ(ଏନ୍‌ଏସ୍‌ଏଆଇ) ପକ୍ଷରୁ ସରକାରଙ୍କୁ ଏ ନେଇ ପ୍ରଥମେ ଅବଗତ କରାଯାଇଥିଲା । ଚାଇନିଜ୍‌ ସିଡ୍‌ ବା ଚୀନ୍‌ରୁ ଆସୁଥିବା ବିହନକୁ ନେଇ ରାଜ୍ୟ ତଥା ବିହନ ସଂଗ୍ରହ ଏଜେନ୍ସିଗୁଡିକୁ ହାଇ ଆଲର୍ଟ ଜାରି କରିବା ପାଇଁ ସଂଘ କହିଥିଲା । ଏହା ପରେ କୃଷି ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଭାରତର ଜୈବ ବିବିଧତା କ୍ଷେତ୍ରରେ ଏଭଳି ବିହନ ବିପଦ ସାଜିବ ବୋଲି ମନ୍ତ୍ରାଳୟ ପ୍ରକାଶ କରିଛି । ଏସବୁ ପାର୍ସଲରେ ବିଭ୍ରାନ୍ତିକର ଲେବେଲ୍‌ ଲାଗିଛି । କେଉଁ ସୂତ୍ରରୁ ଏହା ଆସୁଛି ତାହା ଉଲ୍ଲେଖ କରାଯାଉନାହିଁ ।

ଗତ କିଛି ମାସ ହେବ ବିଶ୍ୱର ବିଭିନ୍ନ ଭାଗରେ ଏଭଳି ପାର୍ସଲ ପହଞ୍ଚିଥିବା ମନ୍ତ୍ରାଳୟ ସୂଚନା ଦେଇଛି । ଏକ ଅନ୍ତର୍ଜାତୀୟ ବିହନ ପରୀକ୍ଷଣ ସଂଘ ସତର୍କ କରାଇବା ପରେ ଏନ୍‌ଏସ୍‌ଏଆଇ ଏ ନେଇ ସରକାରଙ୍କୁ ଅବଗତ କରିଥିଲା। ଏନ୍‌ଏସ୍‌ଏଆଇର ନିର୍ଦ୍ଦେଶକ(ପଲିସି ଏବଂ ଆଉଟ୍‌ରିଚ୍‌) ଇନ୍ଦ୍ର ଶେଖର ସିଂହ କହିଛନ୍ତି ଯେ, ସରକାର ଜାରି କରିଥିବା ସ୍ମାରକପତ୍ରକୁ ଆମେ ସ୍ୱାଗତ କରୁଛୁ। ଏଭଳି ଚ୍ୟାଲେଞ୍ଜ୍‌କୁ ସାମ୍ନା କରିବା ପାଇଁ ଆମର ବିହନ ଅଧିକାରୀ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧିତ ଖବର