ଭାରତ, ଚୀନ, ଋଷର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଉଠିବ ଆଝାର ପ୍ରସଙ୍ଗ

ବୁଝେନ,୨୬।୨: ଭାରତ, ଚୀନ ଓ ଋଷର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷିତ କରିବା ପ୍ରସଙ୍ଗ ଉଠିପାରେ। ବୁଝେନରେ ବୁଧବାର ହେବାକୁ ଥିବା ଏହି ବୈଠକରେ ପୁଲଓ୍ବାମ ଆତଙ୍କୀ ଆକ୍ରମଣକୁ ମଧ୍ୟ ଉଠାଯିବ। ଆରଆଇସି ବୈଦେଶିକ ମନ୍ତ୍ରୀଙ୍କ ଏହା ୧୬ତମ ବୈଠକ ହେବାକୁ ଯାଉଛି।
ବାର୍ଷିକ ତ୍ରିପାକ୍ଷୀୟ ବୈଠକରେ ଭାଗ ନେବା ବ୍ୟତୀତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ନିଜର ଚୀନ ଓ ଋଷ ସମକକ୍ଷଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ଏଥିରେ ଜାତିସଂଘର ୧୨୬୭ କମିଟି ଦ୍ବାରା ଆଝାରକୁ ସୂଚୀବଦ୍ଧ କରିବାର ପ୍ରସଙ୍ଗ ଉଠିବ।