ଭାରତର ସୀମା ପାଖରେ ଚୀନ୍ ମାଡ଼ କଲା ମିଶାଇଲ, ଥରି ଉଠିଲା ଲଦାଖର ପାର୍ବତ୍ୟାଞ୍ଚଳ

ବେଜିଂ,୧୮।୧୦: ଚୀନ ଓ ଭାରତ ଭିତରେ ସୀମା ବିବାଦ ଶେଷ ହେବାର ନାଁ ଧରୁନି। ଏହା ଭିତରେ ଚୀନ ସେନାର ପିପୁଲ୍ସ ଲିବରେସନ୍ ଆର୍ମି ଭାରତୀୟ ସୀମାର ଖୁବ୍ ନିକଟରୁ ମିଶାଇଲ ମାଡ କରିଛି। ରକେଟ୍ ଲଞ୍ଚରରୁ ଲଗାତାର ଗୁଳି-ଗୋଳା ବାଡ ହେବା ଫଳରେ ଲଦାଖର ପାହାଡ ଥରି ଉଠିଥିଲା। ଚୀନର ଏହି ଯୁଦ୍ଧ ଅଭ୍ୟାସ ପଛରେ ଲକ୍ଷ୍ୟ ହେଉଛି ଭାରତ ଉପରେ ମନେବୈଜ୍ଞାନିକ ଚାପ ସୃଷ୍ଟି କରିବା। ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସର ଦାବି ଅନୁସାରେ, ଏହି ଅଭ୍ୟାସରେ ୯୦ ପ୍ରତିଶତ ନୂଆ ହତିଆରର ବ୍ୟବହାର କରାଯାଇଥିଲା।

ଗ୍ଲୋବାଲ ଟାଇମ୍ସର ସୂଚନା ଅନୁସାରେ, ଏହି ଅଭ୍ୟାସ ପିଏଲଏର ତିବ୍ଦତ ଥିଏଟର କମାଣ୍ଡ ପକ୍ଷରୁ କରାଯାଇଥିଲା। ଏହି ଯୁଦ୍ଧଭାସ ୪୭୦୦ ମିଟର ଉଚ୍ଚତାରେ କରାଯାଇଥିଲା। ଏହି ଅଭ୍ୟାସ ନେଇ  ଗ୍ଲୋବାଲ ଟାଇମ୍ସର ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି, ଚୀନ ସେନାର ଅନ୍ଧାରରେ ଆକ୍ରମଣ ହୋଇଥାଏ ଓ ଡ୍ରୋନ ବିମାନର ସହାୟତାରେ ଆକ୍ରମଣ କରିଥାଏ। ଏହି ଭିଡିଓରେ ଚୀନ ସେନାର ଏକ ପୁରା ପାହାଡି ଅଞ୍ଚଳରେ ଧ୍ବଂସ କରୁଥିବା ନଜର ଆସୁଛି।

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହା ପୂର୍ବରୁ ଶୁକ୍ରବାର କହିଛନ୍ତି, ସୀମା ଉପରେ ବଡ ସଂଖ୍ୟାରେ ଚୀନ୍ ସୈନିକଙ୍କ ମୁତୟନ ଦୁଇ ଦେଶ ଭିତରେ ହୋଇଥିବା ଚୁକ୍ତିର ସମ୍ପୂର୍ଣ୍ଣ ବିପରୀତ ଅଟେ। ଏବେ ଦୁଇ ଦେଶର ସୈନିକ ବିବାଦୀୟ ଅଞ୍ଚଳରେ ଉପସ୍ଥିତ ରୁହନ୍ତି ତେବେ ଆଗକୁ ଆହୁରି ବିବାଦ ହୋଇପାରେ। ଜୟଶଙ୍କର କହିଛନ୍ତି, ଏହି ବ୍ୟବହାର ନା କେବଳ କଥାବାର୍ତ୍ତାକୁ ପ୍ରଭାବିତ କରିଥାଏ ବଂର ୩୦ ବର୍ଷର ସମ୍ପର୍କକୁ ମଧ୍ୟ ଖରାପ କରିଥାଏ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’