ଚୀନ୍ ତିଆରି କଲା ନିଜର ସୂର୍ଯ୍ୟ, ପ୍ରକୃତ ସୂର୍ଯ୍ୟ ତୁଳନାରେ ହେବ ୧୦ ଗୁଣା ଅଧିକ ଶକ୍ତିଶାଳୀ

ନୂଆଦିଲ୍ଲୀ,୨।୧୨: ଏବେ ଦୁନିଆରେ ଯଦି ଆମେ ଦିନ ଓ ରାତି ଭିତରେ ଫରକ୍ ଦେଖିବାକୁ ପାଉ ତେବେ ଏହାର କେବଳ ଗୋଟିଏ କାରଣ ହେଉଛି ସୂର୍ଯ୍ୟ। ସକଳ ଶକ୍ତିର ଆଧାର ଭାବରେ ଆମେ ସୂର୍ଯ୍ୟଙ୍କୁ ଜାଣିଛୁ। କେବଳ ମଣିଷ ନୁହେଁ ଗଛ ଲତା ମଧ୍ୟ ସୂର୍ଯ୍ୟ କିରଣ ପାଇଁ ଜୀବିତ ରହିଥାନ୍ତି। କିନ୍ତୁ ଆପଣଙ୍କୁ କ’ଣ ଜଣାଅଛି କି? ବୈଜ୍ଞାନିକମାନେ ଏକ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିଛନ୍ତି। ଏହି ସୂର୍ଯ୍ୟ ପ୍ରକୃତ ସୂର୍ଯ୍ୟଠାରୁ ୧୦ ଗୁଣା ଶକ୍ତିଶାଳୀ।

ଚୀନ ଯେଉଁ କୃତ୍ରିମ ସୂର୍ଯ୍ୟ ବିକଶିତ କରିଛି, ତାହା ପରମାଣୁ ଫ୍ୟୁଜନ ସାହାର୍ଯ୍ୟରେ ୧୦ ଗୁଣା ଅଧିକ ଶକ୍ତି ପ୍ରଦାନ କରିବାରେ ସକ୍ଷମ ହେବ। ଏହା ପ୍ରାୟ ୧୦ଟି ସୂର୍ଯ୍ୟ ଭଳି ସମାନ ରହିବ।

ମିଳିଥିବା ଖବର ଅନୁସାରେ, ନିକଟରେ ଏହି ରିକ୍ଟରର ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଛି ଓ ୨୦୨୦ ସୁଦ୍ଧା ଏହାର ପରିଚାଳନା ଆରମ୍ଭ ହେବାର ଆଶା କରାଯାଉଛି। ଚୀନର ଏହି କୃତ୍ରିମ ସୂର୍ଯ୍ୟକୁ HL-2M ନାମ ଦିଆଯାଇଛି ଓ ଏହାର ନିର୍ମାଣ ଚୀନର ନ୍ୟାସନାଲ ନ୍ୟୁକ୍ଳିୟର କର୍ପୋରେସନ୍ ସାଉଥ୍ ଓ୍ବେଷ୍ଟର୍ଣ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିନ୍ସ ସହିତ ମଶିକି କରିଛନ୍ତି।

ବୈଜ୍ଞାନିକଙ୍କ କହିବା ଅନୁସାରେ, ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ହେବାପରେ ରିଆକ୍ଟର ସୂର୍ଯ୍ୟ ତୁଳନାରେ ୧୩ ଗୁଣ ଅଧିକ ତାପମାତ୍ରା  ପହଁଞ୍ଚାଇବାରେ ସକ୍ଷମ ହେବ, ଯାହାକି ପ୍ରାୟ ୨୦୦ ମିଲିୟନ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଁଞ୍ଚିଯିବ। ପ୍ରକୃତରେ ସୂର୍ଯ୍ୟର ସର୍ବାଧିକ ତାପମାତ୍ରା ୧୫ ମିଲିୟନ ଡିଗ୍ରୀ ସେଲସିୟସ୍ ଅଟେ।

ତେବେ ଚୀନ ତିଆରି କରିଥିବା ସୂର୍ଯ୍ୟ ଏବେ ଗରମ ହେବାର କାରଣ ହେଉଛି ପରମାଣୁ ସଲୟନ( ଆଟମ ଫ୍ୟୁଜନ୍), କାରଣ ରିଆକ୍ଟର ପରମାଣୁ ପ୍ରତିକ୍ରିୟାକୁ ପରିଚାଳନା କରିଥାଏ। ଉଲ୍ଲେଖନୀୟ ଯେ, ପରମାଣୁ ଫ୍ୟୁଜନରେ ସଞ୍ଚିତ ପରମାଣୁ ଶକ୍ତିକୁ ଫ୍ୟୁଜ କରିବା ପାଇଁ ବାଧ୍ୟ କରିଥାଏ ଓ ଏହି ପକ୍ରିୟାରେ ଏକ ଟନ୍ ଗରମ ଉତ୍ପନ ହୋଇଥାଏ।

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଦେଶରେ ୬ ଜୁଲାଇରୁ ଖୋଲିବ ସମସ୍ତ ସ୍ମାରକୀ, ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା