କରୋନା ନେଇ ବଡ଼ ଖୁଲାସା: ସାରା ବିଶ୍ବକୁ ତଥ୍ୟ ଲୁଚାଇବାକୁ ଡବ୍ଳୁଏଚଓ ମୁଖ୍ୟଙ୍କୁ ବ୍ୟକ୍ତିଗତ ଅନୁରୋଧ କରିଥିଲେ ଜିନପିଙ୍ଗ

ନୂଆଦିଲ୍ଲୀ,୧୦।୫: ସାରା ବିଶ୍ବରେ କରୋନା ଭାଇରସ୍ ଭଳି ମହାମାରୀର କେନ୍ଦ୍ରସ୍ଥଳୀ ପାଲଟିତିବା ଚୀନ ବିଷୟରେ ଏବେ ଏକ ବଡ ଖବର ଖୁଲାସା ହୋଇଛି। ତାହା ହେଲା ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗ ବ୍ୟକ୍ତିଗତ ଭାବରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ଡାଇରେକ୍ଟର ଜେନେରାଲ ଟ୍ରେଡ୍ରୋସ ଆଡହେମନ ଧୋବ୍ରିୟେସୁସଙ୍କୁ ଏ ବିଷୟ​ରେ ସୂଚନା ଲୁଚାଇବାକୁ କହିଥିଲେ। ଜି ଜିନପିଙ୍ଗ ଡବ୍ଳୁଏଚଓର ମୁଖ୍ୟଙ୍କୁ କରୋନା ଭାଇରସକୁ ନେଇ ସାରା ବିଶ୍ବକୁ ଚେତାବନୀ ଜାରି କରିବାରେ ବିଳମ୍ବ କରିବାକୁ କହିଥିଲେ। ଜର୍ମାନୀର ନ୍ୟୁଜ ମାଗାଜିନ୍ Der Spiegel ଦେଶର ଫେଡେରାଲ ଇଣ୍ଟେଲିଜେନ୍ସି ସର୍ଭିସରୁ ଏହି ସୂଚନା ପ୍ରଦାନ କରାଯାଇଛି।

ଜର୍ମାନୀର ଫେଡେରାଲ ଇଣ୍ଟେଲିଜେନ୍ସି ସର୍ଭିସକୁ Bundesnachrichtendienst କିମ୍ବା ବିଏନଡି ମଧ୍ୟ କୁହନ୍ତି। ରିପୋର୍ଟରେ କୁହାଯାଇଛି ଯେ, ବିଏନଡିରୁ ସୂଚନା ମିଳିଥିଲା ଯେ, ଜି ଜିନପିଙ୍ଗ  ଡବ୍ଳୁଏଚଓ ମୁଖ୍ୟଙ୍କୁ କହିଥିଲେ, ମଣିଷଠାରୁ ମଣିଷକୁ ସଂକ୍ରମଣ ହେବାର କଥାକୁ କାହାକୁ ନକହିବାକୁ। ଏହା ସହିତ ରଖିଥିଲେ ଓ ମହାମାରୀର ଚେତାବନୀ ଜାରି କରିବାରେ ବିଳମ୍ବ କରିବାକୁ ଜିନପିଙ୍ଗ ଡବ୍ଳୁଏଚଓ ମୁଖ୍ୟଙ୍କୁ ଅନୁରୋଧ କରିଥିଲେ।

ରିପୋର୍ଟ ପ୍ରକାଶ ପାଇବା ପରେ ଡବ୍ଳୁଏଚଓ ପକ୍ଷରୁ କୁହାଯାଇଛି ଏହା ସମ୍ପୂର୍ଣ୍ଣ ମିଛ କଥା। ଟ୍ରେଡସ୍ ଓ ଜିନପିଙ୍ଗ ୨୧ ଜାନୁଆରୀରେ କଥା ହୋଇନଥିଲେ ଓ ଦୁହେଁ କେବେ ବି ଫୋନରେ କଥା ହୋଇନାହାନ୍ତି।

   ସମ୍ବନ୍ଧିତ ଖବର


ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ପାକିସ୍ତାନରେ କାଶ୍ମୀର ବିଷୟରେ ଲାଇଭ୍‌ ବେଳେ ଇଣ୍ଡିଆନ୍‌ ହାକର୍‌ ବଜାଇଲେ ଜୟ ଶ୍ରୀରାମ ଏବଂ ହନୁମାନଙ୍କ ଭଜନ

ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ

୬୫ ବର୍ଷ ବୟସରେ ବିବାହ କଲେ ଜଣାଶୁଣା ଓକିଲ ହରୀଶ ସାଲଭେ, ICJରେ ପାକିସ୍ତାନ ବିରୋଧରେ ଲଢିଥିଲେ କୁଳଭୂଷଣ ମାମଲାର ରାୟ…