
ବେଜିଂ- କରୋନା ପରେ ଚୀନ୍ କୁ ଅଧିକାଂଶ ଦେଶ ଘୃଣା ଚକ୍ଷୁରେ ଦେଖୁଛନ୍ତି । କରୋନା ସଂକ୍ରମଣ ବିଷୟରେ ଲୁଚାଇବା ସହ ସାରା ବିଶ୍ୱରେ ଚୀନ୍ର ଭୁଲ୍ ପଦକ୍ଷେପ ଯୋଗୁଁ ଏହା ଦ୍ରୁତ ଗତିରେ ବ୍ୟାପିଥିଲା। ଏଥିୋଗୁଁ ସାରା ବିଶ୍ୱର ଅର୍ଥନୈତିକ ଅଧୋଗତି ହେବା ସହ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣ ଯାଇଛି । ଏବେ ବି ସାରା ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ଅନେକ ଲୋକ ମାନସିକ ଭାବେ ଭୀତିବ୍ୟସ୍ତ ହୋଇଛନ୍ତି । ଆମେରିକାର ବ୍ରିଟେନ୍, ଫ୍ରାନ୍ସ ସହ ଅଷ୍ଟ୍ରେଲିଆ ବି ଚୀନ୍ର ଦୃଢ ବିରୋଧ କରୁଛନ୍ତି ।
ଏବେ ଚୀନ୍ ଅଷ୍ଟ୍ରେଲିଆ ଉପରେ ନିଜର ରାଗ ଦେଖାଇବା ପାଇଁ ଚେଷ୍ଟା କରୁଛି । ଅଷ୍ଟ୍ରଲିଆରେ ଉତ୍ପାଦିତ ହେଉଥିବା ବିଭିନ୍ନ ମଦ ଚୀନ୍ ସହ ସାର ବିଶ୍ୱରେ ବେଶ୍ ପ୍ରସିଦ୍ଧ । ଏବେ ଅଷ୍ଟ୍ରେଲିଆରେ ପ୍ରସ୍ତୁତ ହେଉଥିବା ମଦ ଉପରେ ଚୀନ୍ ଦୁଇ ଶହ ପ୍ରତିଶତ ଟ୍ୟାକ୍ସ ଲଗାଇଛି। ଚୀନ୍ର କମ୍ୟୁନିଷ୍ଟ ସରକାର ନିଜ ଦେଶ ସହ ସାରା ବିଶ୍ୱରେ ଏବେ ନିନ୍ଦିତ । ଏହା ବାରମ୍ବାର ମାନବାଧିକାର ଅଧିକାର ଉଲ୍ଲଘଂନ କରୁଥିବା ବେଳେ ଅନ୍ୟ ଦେଶମାନଙ୍କୁ ଋଣଭାରରେ ବୁଡାଇଦେବା ପାଇଁ ଚେଷ୍ଟା କରୁଛି । ଜାଣିଶୁଣି ଚୀନ୍ ଅନ୍ୟ ଦେଶର ସୀମାରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି ।
ଅଷ୍ଟ୍ରେଲିଆ ଉଫରେ ଚାପ ସୃଷ୍ଟି କରିବା ପାଇଁ ଚୀନ୍ ଅଷ୍ଟ୍ରେଲିଆନ୍ ଓ୍ୱାଇନ୍ ଉପରେ ୨୧୨ ପ୍ରତିଶତ ଶୁଳ୍କ ଲଗାଇଛି । ଆଣ୍ଟି ଡୋପିଂ ଡ୍ୟୁଟି ନାମରେ ଏହି ଟ୍ୟାକ୍ସ ଲଗାଇଛି । ଚୀନ୍ର ବାଣିଜ୍ୟ ମନ୍ତ୍ରାଳୟ ଚୀନ୍ର ଓ୍ୱାଇନ୍ ନିର୍ମାତାମାନଙ୍କର ବ୍ୟବସାୟ ହ୍ରାସ ପାଉଥିବାରୁ ଅଷ୍ଟ୍ରେଲିଆରୁ ଆମଦାନୀ କରାଯାଉଥିା ମଦ ଉଫରେ ଏତେ ପରିମାଣରେ ଟ୍ୟାକ୍ସ ବସାଇଯାଇଥିବା କଥା ପ୍ରକାଶ କରାଯାଇଛି ।