ଚୀନକୁ ଭାରତ ଭୟ, ତରବର ଭାବେ ନେଉଛି ଭୁଲ୍ ପଦକ୍ଷେପ

ନୁଆଦିଲ୍ଲୀ ୨୦/୪: କରୋନା ଭାଇରସ ଯୋଗୁଁ ବିଦେଶୀ କମ୍ପାନୀ ଦୂରେଇଯିବା ଚିନ୍ତାରେ ପଡିଛି ଚାଇନା । ଅନେକ ଅନ୍ତର୍ଜାତୀୟ କମ୍ପାନୀ ନିଜ ବିଜନେସ୍ ଚୀନଠୁ ସମାପ୍ତ କରି ଭାରତ ସହ ଆରମ୍ଭ କରିବା ଉପରେ ଆଲୋଚନା କରୁଛନ୍ତି । ଏହା ମଧ୍ୟରେ ଚାଇନା ତରବର ଭାବେ ଭାରତ ଉପରେ ପ୍ରତ୍ୟେକ୍ଷ ବିଦେଶୀ ନିବେଶ(FDI) ନିୟମ ଭାଙ୍ଗିବା ଅଭିଯୋଗ ଲଗାଇଛି ।

ସୂଚନା ଅନୁସାରେ ଚାଇନା ଦୂତାବାସର ମୁଖପାତ୍ର ସୋମବାର କହିଛନ୍ତି କି କିଛି ଖାସ୍ ଦେଶ ସହିତ ପ୍ରତ୍ୟକ୍ଷ ବିଦେଶୀ ନିବେଶ ପାଇଁ ଭାରତ ନୂଆ ନିୟମ ଡବ୍ଲ୍ୟୁଟିଓର ସିଦ୍ଧାନ୍ତକୁ ଉଲ୍ଲଙ୍ଘନ କରୁଛି ଏବଂ ଯାହା କି ମୁକ୍ତ ବାଣିଜ୍ୟ ବିରୁଦ୍ଧ ଅଟେ । କହିରଖୁଛୁ ସରକାର ଏହି ନିୟମରେ କିଛି ସଂଶୋଧିତ କରି ନୂଆ ନିୟମ କରିଛନ୍ତି ଯେ, ଭାରତର ସୀମା ସହିତ ଲାଗି ରହିଥିବା ଦେଶ ଭାରତରେ ଯେ କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ସରକାରଙ୍କ ମଞ୍ଜୁରୀ ନେବାକୁ ପଡିବ। ଏହି ନିୟମ କେବଳ ଚୀନ୍ ପାଇଁ ନୁହେଁ ବରଂ ନେପାଲ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ମିଆନମାର ଓ ଭୂଟାନ ଉପରେ ମଧ୍ୟ ଲାଗୁ ହୋଇଛି। କିନ୍ତୁ ନୂଆ ନିୟମ ପରେ କେବଳ ଚୀନରେ ମୁଣ୍ଡ ବିନ୍ଧୁଛି ।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ