PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ସୁପର ପାଓ୍ବାର ହେବା ଦିଗରେ ଚୀନ୍ ଅଗ୍ରସର: ବିଶ୍ବର ୧୮୦ ଦେଶ ହେଲେ ବନ୍ଧୁ, ରଖିଲେ ରାଜନୈତିକ ସମ୍ପର୍କ

ବେଜିଂ,୨୮।୧୨: ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଭିତରେ ଅନ୍ୟତମ ଚୀନ ଏବେ ଲଗାତାର ଭାବରେ ସୁପର ପାଓ୍ବାର ହେବାର ଦିଗରେ ଅଗ୍ରସର ହେବାରେ ଲାଗିଛି। ଏବେ ଚୀନର ନିଜର କୁଟନୀତିକ ଓ ରାଜନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିଛି। ଏବେ ଚୀନ ସହିତ କୁଟନୈତିକ ସମ୍ପର୍କ ରଖିଥିବା ଦେଶଙ୍କ ସଂଖ୍ୟା ୧୮୦ରେ ପହଁଞ୍ଚିଛି। ଏ ସମ୍ପର୍କରେ ଚାଇନା ରେଡିଓ ଇଣ୍ଟରନ୍ୟାସନାଲ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଜଣାପଡିଛି।

ରିପୋର୍ଟରେ କୁହାଯାଇଛି ଯେ, ୧୯୪୯ରୁ ୨୦୧୯ ଭିତରେ ୭୦ ବର୍ଷରେ ଚୀନ ୯୦ ପ୍ରତିଶତରୁ ଅଧିକ ଦେଶ ସହିତ  ରାଜନୈତିକ ସମ୍ପର୍କ ପ୍ରତିଷ୍ଠା କରିଛି। କେବଳ ସେତିକି ନୁହେଁ ୪୦ ବର୍ଷରୁ  ଅଧିକ ବର୍ଷ ହେବ ଚୀନ ସିଦ୍ଧାନ୍ତ ଅନ୍ତଃର୍ଜାତୀୟ ସମୁଦାୟରେ ସର୍ବମାନ୍ୟ ହୋଇଛି। ଏପର୍ଯ୍ୟନ୍ତ ବିଶ୍ବର ୧୯୫ ରାଷ୍ଟ୍ରରେ ୧୮୦ ଦେଶରେ ଚୀନ ସହିତ ରାଜନୈତିକ ସମ୍ପର୍କ ସ୍ଥାପନ କରାଯାଇଛି।

ସୋଲେମନ ଦ୍ବୀପ ସମୁହ ପରେ ପ୍ରଶାନ୍ତ ମହାସାଗରର ଦ୍ବୀପ ଦେଶ କିରିବାତୀ ଚଳିତ ବର୍ଷ ସେପ୍ଟେମ୍ବରରେ ଚୀନ୍ ସହିତ ୧୬ ବର୍ଷ ପର୍ଯ୍ୟନ୍ତ ସ୍ଥଜିତ ଥିବା ରାଜନୈତିକ ସମ୍ପର୍କ ଆରମ୍ଭ କରିଥିଲା।  ଏହାଛଡା ୨୧ ଅଗଷ୍ଟ ୨୦୧୮ରେ ଚୀନ ଓ ଏଲ ସାଲଭାଡୋର ସହିତ ରାଜନୈତିକ ସମ୍ପର୍କ ସ୍ଥାପନା କରିଥିଲା।  

୪୦ ବର୍ଷ ପୂର୍ବେ ଯେତେବେଳେ ଆଜିର ଶକ୍ତିଶାଳୀ ଓ ଆର୍ଥିକ ମହାଶକ୍ତି ଚୀନର ମୂଳଦୂଆ ରଖାଯାଇଥିଲା ସେତେବେଳେ ଆମେରିକା ଏବଂ ବିଶ୍ବର ଅନ୍ୟ ଦେଶ ସବୁ ଅଜଣା ଥିଲେ। ୧୩ ଡିସେମ୍ବର ୧୯୭୮ରେ କମ୍ୟୁନିଷ୍ଟ ପାର୍ଟିର ଏକ ଐତିହାସିକ ବୈଠକ ଚୀନର ନେତା ଡେଙ୍ଗ୍ ସ୍ବାପେଙ୍ଗ ଦେଶର କାୟା ବଦଳାଇ ଦେବା ଭଳି ଆଧାରଶିଳ ରଖିଥିଲେ।

ବର୍ତ୍ତମାନ ଜୀନ ପାଖରେ ବିଶ୍ବର ଦ୍ବିତୀୟ ବଡ ବିଦେଶୀ ମୁଦ୍ରା ଭଣ୍ଡାରୟ(୩.୧୨ ଟ୍ରିଲିୟନ ଡଲାର) ରହିଛି, ସେଭଳି ସବୁଠାରୁ ବଡ ଜିଡିପି(୧୧ ଟ୍ରିଲିୟନ ଡଲାର) ରହିଛି ଓ ତା ପାଖରେ ତୃତୀୟ ସବୁଠାରୁ ବଡ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(୧୭୦ ବିଲିୟନ ଡଲାର) ଆସିଥାଏ।

ଚୀନ ନିଜର ଅର୍ଥବ୍ୟବସ୍ଥାକୁ ବଜାର ଭରସାରେ ଛାଡିବା ଅପେକ୍ଷା ଘରୋଇ ଅର୍ଥବ୍ୟବସ୍ଥାରେ ଲଗାତାର ସୁଧାର ଆଣିଛି। ଆର୍ଥିକ ସୁଧାର ଅନୁସାରେ ଖରାପ ପ୍ରଦର୍ଶନ କରୁଥିବା ସରକାରୀ ଏଣ୍ଟରପ୍ରାଇଜକୁ ବନ୍ଦ କରାଯାଇଛି ନଚେତନ ଏହାକୁ ପୁନଃଗଠିତ କରାଯାଇଛି। ହାଇଟେକ୍ ଇଣ୍ଡଷ୍ଟ୍ରୀଜ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜେନେଟିକ୍ ଇଞ୍ଜିନିୟରିଂ, ରୋବୋଟିକ୍ସ ସ୍ପେସ୍ ଓ ଆଭିଏସନ୍ ବିଭିନ୍ନ କ୍ଷେତ୍ରରେ ଚୀନ ଅନ୍ୟ ଦେଶ ଗୁଡିକୁ କଡା ଟକ୍କର ଦେଉଛି।

ସମ୍ବନ୍ଧିତ ଖବର