
ବେଜିଂ- ଶସ୍ତାରେ ଅଳ୍ପ ଦିନ ଚାଲୁଥିବା ଜିନିଷ ତିଆରି କରିବାରେ ଚୀନ୍ ଓସ୍ତାଦ । ଏପରି ଶସ୍ତା ଜିନିଷ ତିଆରି କରି ବିଭିନ୍ନ ବଜାରରେ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ଚୀନ୍ରେ ନିର୍ମିତ ଜିନିଷ ଅଧିକ ଦିନ ଚାଲି ନଥାଏ । କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ଚୀନ୍ ବଦନାମ । ନିଜ ଦୋଷ ଘୋଡାଇବା ପାଇଁ ଚୀନ୍ ଏବେ ଭାରତ ଉପରେ ଦୋଷ ଲଦିବା ପାଇଁ ଚେଷ୍ଟା କରିଛି । ଚୀନ୍ରେ କେତକ ଗବେଷକ କରୋନା ଭୁତାଣୁ ଭାରତରେ ସୃଷ୍ଟି ହୋଇଥିବା ଦାବି କରିବା ସହ ଏ ବିଷୟରେ ଏକ ଗବେଷଣା ମୂଳକ ଲେଖା ଡେଲିମେଲ୍ରେ ପ୍ରକାଶିତ କରିଛନ୍ତି । ଚୀନ୍ର ଏକାଡେମୀ ଅଫ୍ ସାଇନସ୍ର ଗବେଷକମାନେ ଏପରି କୁତ୍ସା ରଟନା କରିଛନ୍ତି ।
ଗତ ବର୍ଷ ଗ୍ରୀଷ୍ମ ଋତୁରେ ଭାରତରେ କରୋନା ଭାଇରାସ୍ ସୃଷ୍ଟ ହୋଇଥିବା ଏହି ବୈଜ୍ଞାନିକମାନେ ଦାବି କରିଛନ୍ତି । ଭାରତୀୟମାନେ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ରହୁଥିବା ଏବଂ ଅଧିକଂଶ ଭାରତୀୟ ଯୁବାବସ୍ଥାରେ ଥିବାରୁ କୋରନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ପାରିଲାନାହିଁ ବୋଲି ସେମାନେ କହିଛନ୍ତି । ଜୀବଙ୍କ ଠାରୁ ଅପରିଷ୍କାର ପାଣିରେ ଏହା ଭାରତରେ ଲୋକଙ୍କୁ ବ୍ୟାପିଥିଲା ଏବଂ ବୁହାନରେ ଏହାର ଚିହ୍ନଟ ହୋଇଥିବା କଥା ଚୀନ୍ରେ କୁତ୍ସାରଟନା କରୁଥିବା ବୈଜ୍ଞାନିକ କହିଛନ୍ତି । ମାତ୍ର ଏହାକୁ ୟୁରୋପର ଅନ୍ୟ ବୈଜ୍ଞାନିକମାନେ ଖାରଜ କରି ଦେଇଛନ୍ତି । ଚୀନ୍ର ହୁବେଇ ପ୍ରଦେଶର ବୁହାନରେ କରୋନା ଭୁତାଣୁ ପ୍ରଥମେ ବ୍ୟାପିଥିବା କଥା ଏହି ବୈଜ୍ଞାନିକମାନେ କହିଛନ୍ତି । ଚୀନ୍ ପ୍ରଥମେ ଏହି କଥାକୁ ଲୁଚାଇବା ପାଇଁ ପ୍ରୟାସ କରିଥିଲା। ମାତ୍ର ଏଥିରେ ସେ ସଫଳ ହୋଇ ନଥିଲା । ପରେ ବୁହାନରୁ ୟୁରୋପ ଏବଂ ଅନ୍ୟ ଦେଶମାନଙ୍କୁ କରୋନା ବ୍ୟାପିଯାଇଥିଲା ।
ବ୍ରିଟେନ୍ ଗ୍ଲାସଗୋ ବିଶ୍ୱବିଦ୍ୟାଳୟର ଗବେଷକ ଡେବିଟ୍ ରବଟ୍ସ୍ ଚୀନ୍ ବୈଜ୍ଞାନିକମାନେ ନିଜ ଦେଶର ଦୋଷ ଲୁଚାଇବା ପାଇଁ ମିଛ କହୁଥିବା କଥା କହିଛନ୍ତି । ଚୀନ୍ ବୈଜ୍ଞାନିକମାନଙ୍କର ଗବେଷଣା ସମ୍ପୂର୍ଣ୍ଣଭାବେ ଭୂଲ ବୋଲି କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ୍ ଚୀନ୍କୁ କରୋନା ଭାଇସ୍ର ଉତ୍ପତ୍ତି ବିଷୟରେ ଜାଣିବା ପାଇଁ ଏକ ଟିମ୍ ପଠାଇଛି ।