ଚୀନ୍‌ ଗବେଷକଙ୍କ ଦାବି: ଲୋପ ପାଇବନି କୋଭିଡ୍‌-୧୯, ଫ୍ଲୁ ଭଳି ନିର୍ଦ୍ଦିଷ୍ଟ ଋତୁରେ ବ୍ୟାପିବ

ବେଜିଂ ୩୦/୪: ଚୀନ୍‌ର ଗବେଷକମାନେ ଦାବି କରିଛନ୍ତି ଯେ କରୋନା ଭାଇରସକୁ ସମ୍ପୂର୍ଣ୍ଣ ନିପାତ କରାଯିବା ସମ୍ଭବପର ନୁହେଁ । ଏହା କେବେହେଲେ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବ ନାହିଁ । ସାର୍ସ ଭାଇରସ ପରି ଏହାର ଅନ୍ତ ଘଟିବ ନାହିଁ । ବରଂ ଏହା ସିଜନାଲ ଫ୍ଲୁ ଭଳି ଏକ ନିର୍ଦ୍ଦିଷ୍ଟ ଋତୁରେ ବ୍ୟାପିବ । ସେମାନଙ୍କ ଅନୁସାରେ, କରୋନା ଭାଇରସ ଅନେକଙ୍କ ଦେହରେ କୌଣସି ଲକ୍ଷଣ ପ୍ରକାଶ ନ କରି ବହୁ ଦିନ ରହିପାରୁଛି । ଏହିପରି ଭାବେ ସିଏ ବ୍ୟାପିବା ଜାରି ରଖିବ ।

ଚୀନ୍‌ରେ ଏବେ ବି ଅନେକ ଲୋକଙ୍କୁ ଚିହ୍ନଟ କରାଯାଉଛି ଯେଉଁମାନଙ୍କ ଦେହରେ କରୋନା ଭାଇରସ ଜନିତ କିଛି ବି ଲକ୍ଷଣ ନାହିଁ । କିନ୍ତୁ ସେମାନଙ୍କର ନମୁନା କରୋନା ପଜିଟିଭ୍‌ ବାହାରୁଛି । କରୋନା ଭାଇରସର ଏ ପ୍ରକାର ଗୁଣ ଯୋଗୁ ସବୁ କରୋନା ରୋଗୀଙ୍କୁ ଚିହ୍ନଟ କରିବା ସମ୍ଭବପର ହେବ ନାହିଁ । ଲକ୍‌ଡାଉନ୍‌ ପରି ପଦକ୍ଷେପ ବି କିଛି କାମ ଦେବନି । ଏହା ଏଭଳି ଏକ ଭାଇରସ ଯାହା ମଣିଷ ସହିତ ଦୀର୍ଘ ବର୍ଷ ଯାଏଁ ରହିବ । ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଏହାର ସଂକ୍ରମଣ ଅତି ତୀବ୍ର ହେବ । ଅର୍ଥାତ୍‌ ଅଧିକ ସଂଖ୍ୟାରେ ଲୋକେ ଏହାଦ୍ୱାରା ସଂକ୍ରମିତ ହେବେ ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ