ପିଲାମାନଙ୍କଠୁ ମୋବାଇଲ୍ ଗେମ୍‌ର ବଦଭ୍ୟାସ ଛଡାଇବା ପାଇଁ ଏମିତି ଉପାୟ ଆପଣାଇଲା ଚାଇନା, ଭାରତରେ କେବେ ?

ବେଜିଂ ୮/୧୧: ଅନଲାଇନ୍ ଗେମିଂ ଓ ଇଣ୍ଟରନେଟର ବଢୁଥିବା ବଦଭ୍ୟାସ ଯୋଗୁଁ ଚାଇନା ନୂଆ ଆଇନ୍ ଲାଗୁ କରିଛି । ଏହି ଆଇନ୍ ଅନୁସାରେ ଚୀନରେ ୧୬ ବର୍ଷରୁ କମ୍ ବୟସର ପିଲାମାନେ ଦିନରେ ୯୦ ମିନିଟ୍ ଅର୍ଥାତ୍ ଦେଢ ଘଣ୍ଟାରୁ ଅଧିକ ଅନଲାଇନ୍ ଗେମ୍ ଖେଳିପାରିବେନି । କେବଳ ସେତିକି ନୁହେଁ । ଏହି ୯୦ ମିନିଟ୍ ସମୟ ସକାଳ ୮ରୁ ରାତି ୧୦ ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି । ରାତି ୧୦ଟା ପରେ ଏବଂ ସକାଳ ୮ଟା ପୂର୍ବରୁ ଅନଲାଇନ୍ ଗେମ୍ ଖେଳିବା ଉପରେ ପ୍ରତିବନ୍ଧକ ଲାଗିବ । ଏହି ନିୟମ ଏହି ସପ୍ତାହରେ ଲାଗୁ କରାଯାଇଛି ।

ଚାଇନା ବିଶ୍ୱର ସବୁଠାରୁ ବଡ ଅନଲାଇନ୍ ଗେମିଂ ବଜାର ମଧ୍ୟରୁ ଗୋଟିଏ । ନୂଆ ନିୟମ ଅନୁସାରେ ୧୬ ବର୍ଷରୁ କମ୍ ବୟସର ପିଲାମାନେ ପ୍ରତି ମାସରେ ୨୯ ଡଲାର ଅର୍ଥାତ୍ ୨୦୩୦ ଟଙ୍କା ପର୍ଯ୍ଯନ୍ତ ଅନଲାଇନ୍ ଗେମରେ ଖର୍ଚ୍ଚ କରିପାରିବେ । ଏହାଠୁ ଅଧିକ ଖର୍ଚ୍ଚ କରିପାରିବେନି । ଏହା ସହ ୧୬ରୁ ୧୮ ବର୍ଷର ବୟସ୍କମାନଙ୍କ ପାଇଁ ଏହି ରାଶି ୪୦୬୦ ଟଙ୍କା ନିର୍ଧାରିତ କରାଯାଇଛି ।

ନୂଆ ଆଇନ୍ ଅନୁସାରେ ପିଲାଙ୍କୁ ଅନଲାଇନ୍ ଗେମିଂ ପାଇଁ ନିଜ ପ୍ରକୃତ ନାଁ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ପିଲାମାନଙ୍କୁ ଚାଇନିଜ୍ ସୋସିଆଲ ମିଡିଆ ୱିଚାଟରେ ନିଜ ଆକାଉଣ୍ଟ,,ଫୋନ୍ ନମ୍ବର ଓ ପରିଚୟ ପତ୍ରର ସୂଚନା ରେଜିଷ୍ଟର କରିବାକୁ ପଡିବ । କେବଳ ଏତିକି ନୁହେଁ, ସରକାର ଅନଲାଇନ୍ ଗେମିଂ କମ୍ପାନୀଗୁଡିକୁ ମଧ୍ୟ ନିଜ ଗେମ୍ କଣ୍ଟେଣ୍ଟେ ଓ ନିୟମରେ ସୁଧାର କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

କିଛି ଅଧିକାରୀଙ୍କ  ସୂଚନା ଅନୁସାରେ ଅନଲାଇନ୍ ଗେମିଂର  ବଦଭ୍ୟାସ୍ ସ୍ୱାସ୍ଥ୍ଯ ଉପରେ ସିଧା ପ୍ରଭାବ ପକାଇଥାଏ । ଏହା ଫଳରେ ପିଲାମାନଙ୍କ ପାଖଦୃଷ୍ଟି ଦୁର୍ବଳ ହୋଇଯାଉଛି । ଭିଡିଓ ଗେମ୍ସ ଫଳରେ ଯୁବକ ମାନଙ୍କ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବକୁ ନେଇ ଚାଇନା ଲଗାତର ଏହାର ବିରୋଧ କରିଆସୁଛି । ୨୦୧୮ରେ ଚାଇନା ସରକାର ଗେମିଂ ରେଗୁଲେଟର ଗଠନ କରିଥିଲେ । ଏହି ରେଗୁଲେଟରେ ପିଲାଙ୍କ ଖେଳର ସମୟ ଓ ବୟସ ସମ୍ବନ୍ଧରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ଭାରତରେ ମଧ୍ୟ ଭବିଷ୍ୟତରେ ଏହି ନିୟମ ଲାଗୁ ହୋଇପାରେ । କାରଣ ଭାରତରେ ମଧ୍ୟ ପିଲାମାନେ ମୋବାଇଲ୍ ଗେମ୍‌ରେ ଅନେକ ସମୟ ବିତାଉଛନ୍ତି ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର